ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ ପୁରୁଷ ହକିର ରାଉରକେଲା ପର୍ଯ୍ୟାୟ ଲାଗି ଗୁରୁବାର ହକି ଇଣ୍ଡିଆ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଅଲିମ୍ପିଆନ୍‌ ତଥା ଅଭିଜ୍ଞ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସଙ୍କ ସହ ୫ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଘରୋଇ ପରିବେଶରେ ପ୍ରୋଲିଗ୍‌ ଭଳି ସମ୍ମାନଜନକ ପ୍ରତିଯୋଗିତା ଖେଳିବାକୁ ଯାଉଥିବା ଓଡ଼ିଶାର ଅନ୍ୟ ଖେଳାଳିମାନେ ହେଲେ ନୀଲମ ସଂଜୀପ ‌ଖେସ୍‌, ଅମନଦୀପ ଲାକ୍ରା, ରୋଶନ କୁଜୁର ଓ ଶିଳାନନ୍ଦ ଲାକ୍ରା। ଅମିତ ଓ ନୀଲମ ରକ୍ଷଣଭାଗରେ ନିଜ ଯାଦୁ ଦେଖାଇବେ। 

Advertisment

ଆହୁରି ପଢନ୍ତୁ: 🔴 LIVE | News Updates 5 February 2026: ରୁପା ୨୦ହଜାର, ସୁନା ୫ହଜାର କମିଲା; ପନ୍ନୁର ୨ ଜଣ ସ୍ଲିପର ସେଲ୍‌ ଗିରଫ; ଆତଙ୍କବାଦୀ ଆକ୍ରମଣରେ ୨୦୦ ଲୋକଙ୍କ ମୃତ୍ୟୁ

ହକି ଇଣ୍ଡିଆ ଲିଗ୍‌-୨୦୨୬ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଅମନଦୀପ ମଧ୍ୟ ସେମାନଙ୍କ ତାଳ ସହ ତାଳ ଦେଇ ଖେଳିବେ। ମଧ୍ୟକ୍ରମରେ ରହିବେ ରୋଶନ କୁଜୁର। ୨୧ବର୍ଷୀୟ ଜୁକୁର ପ୍ରଥମ ଥର ଲାଗି ଭାରତୀୟ ବରିଷ୍ଠ ପୁରୁଷ ଦଳକୁ ଡାକରା ପାଇଛନ୍ତି। ଗତବର୍ଷ ଚେନ୍ନାଇଠାରେ ଅନୁଷ୍ଠିତ କନିଷ୍ଠ ହକି ବିଶ୍ବକପ୍‌ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସସଦ୍ୟ ଥିଲେ ସେ। ନିକଟରେ ଶେଷ ହୋଇଥିବା ହକି ଇଣ୍ଡିଆ ଲିଗ୍‌‌ରେ ବିଜେତା ହୋଇଥିବା ଓଡ଼ିଶା ଭିତ୍ତିକ ଦଳ କଳିଙ୍ଗ ଲାନସର୍ସର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ହରମନ୍‌ପ୍ରୀତ୍ ସିଂହ ପୂର୍ବଭଳି ଏହି ପ୍ରତିଯାଗିତାରେ ବି ଭାରତୀୟ ଦଳର ଅଧିନାୟକ ନାୟିତ୍ବ ତୁଲାଇବେ। 

ଆହୁରି ପଢନ୍ତୁ: Story Behind the Trade Deal: ଭାରତକୁ ଭୟଭୀତ କରନାହିଁ, ଟ୍ରମ୍ପ ପଦ ଛାଡିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ: ଡୋଭାଲ

ଦଳ: ଗୋଲ୍‌ରକ୍ଷକ- ସୁରଜ କେର୍‌କେରା, ପବନ। ରକ୍ଷଣଭାଗ- ଅମିତ ରୋହିଦାସ, ଜର୍ମନପ୍ରୀତ୍‌ ସିଂହ, ଯୁଗରାଜ ସିଂହ, ହରମନ୍‌ପ୍ରୀତ୍‌ତ୍ସିଂହ, ସୁମିତ, ସଂଜୟ, ନୀଲମ ସଂଜୀପ ଖେସ୍, ଅମନଦୀପ ଲାକ୍ରା। ମଧ୍ୟଭାଗ- ରାଜୀନ୍ଦର ସିଂହ, ମନମିତ ସିଂହ, ବିବେକ ସାଗର ପ୍ରସାଦ, ହାର୍ଦିକ ସିଂହ, ମୋଇରଙ୍ଗଥେମ୍‌ ରବିଚନ୍ଦ୍ର ସିଂହ, ନୀଳକାନ୍ତ ଶର୍ମା, ରୋଶନ କୁଜୁର। ଅଗ୍ରଭାଗ- ଅଭି‌ଷକ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା, ସେଲଭମ୍‌ କାର୍ତ୍ତି। ମନ୍‌ଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ, ଆଦିତ୍ୟ ଅର୍ଜୁନ ଲାଲାଗେ।