Advertisment

RGH : ରାଉରକେଲା ସରକାରୀ ଡାକ୍ତରଖାନା:ହଟିଲେ ତିନି ସଂସ୍ଥା, କାମ କଲେ ଦୁଇ:୧୫ କର୍ମଚାରୀଙ୍କୁ ମିଳିଲାନି କାମ

Advertisment

ବହୁ ବାଦବିବାଦ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ହଟିଲେ ତିନି ଠିକାସଂସ୍ଥା। ସେହି ସ୍ଥାନରେ  କାମ ପାଇଛନ୍ତି ଦୁଇ ଠିକାସଂସ୍ଥା। ସିକ୍ୟୁରିଟି କାମ ‘ସୈନିକ ସିକ୍ୟୁରିଟି ସର୍ଭିସେସ୍‌’ ପାଇଥିଲାବେଳେ ପରିମଳ, ଆଟେଣ୍ଡାଣ୍ଟ ସମେତ ଅନ୍ୟାନ୍ୟ କାମ ଅନ୍ୟ ଠିକାସଂସ୍ଥା ‘ସୁରେନ୍ଦ୍ର ବାରିକ୍‌ ଇନ୍‌ଫ୍ରାସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଦିଆଯାଇଛି।

ବହୁ ବାଦବିବାଦ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ହଟିଲେ ତିନି ଠିକାସଂସ୍ଥା। ସେହି ସ୍ଥାନରେ  କାମ ପାଇଛନ୍ତି ଦୁଇ ଠିକାସଂସ୍ଥା। ସିକ୍ୟୁରିଟି କାମ ‘ସୈନିକ ସିକ୍ୟୁରିଟି ସର୍ଭିସେସ୍‌’ ପାଇଥିଲାବେଳେ ପରିମଳ, ଆଟେଣ୍ଡାଣ୍ଟ ସମେତ ଅନ୍ୟାନ୍ୟ କାମ ଅନ୍ୟ ଠିକାସଂସ୍ଥା ‘ସୁରେନ୍ଦ୍ର ବାରିକ୍‌ ଇନ୍‌ଫ୍ରାସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଦିଆଯାଇଛି।

WhatsApp Image 2026-02-05 at 8.51.56 AM

ରାଉରକେଲା: ବହୁ ବାଦବିବାଦ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ହଟିଲେ ତିନି ଠିକାସଂସ୍ଥା। ସେହି ସ୍ଥାନରେ  କାମ ପାଇଛନ୍ତି ଦୁଇ ଠିକାସଂସ୍ଥା। ସିକ୍ୟୁରିଟି କାମ ‘ସୈନିକ ସିକ୍ୟୁରିଟି ସର୍ଭିସେସ୍‌’ ପାଇଥିଲାବେଳେ ପରିମଳ, ଆଟେଣ୍ଡାଣ୍ଟ ସମେତ ଅନ୍ୟାନ୍ୟ କାମ ଅନ୍ୟ ଠିକାସଂସ୍ଥା ‘ସୁରେନ୍ଦ୍ର ବାରିକ୍‌ ଇନ୍‌ଫ୍ରାସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଦିଆଯାଇଛି। ଏହି ଠିକାସଂସ୍ଥା ଅଧୀନରେ ଆଟେଣ୍ଡାଣ୍ଟ, ମାଳି, ଜଳଯୋଗାଣ, ଇଲେକ୍ଟ୍ରିସିଆନ୍‌, ଅଗ୍ନିଶମ, ଅକ୍ସିଜେନ୍‌, ସୁଇପର, ଲିଫ୍‌ଟ ସର୍ଭିସ୍‌ ଏମିତି ପ୍ରାୟ ୧୫୦ କର୍ମଚାରୀ କାମ କରୁଛନ୍ତି। ସେମିତି ସୈନିକ ସିକ୍ୟୁରିଟି ପକ୍ଷରୁ ପ୍ରାୟ ୧୦୦ ସିକ୍ୟୁରିଟି ଗାର୍ଡ ବିଭିନ୍ନ ୱାର୍ଡ, ବର୍ହିବିଭାଗ, ଅର୍ନ୍ତବିଭାଗ, ମାତୃଶିଶୁ ହସ୍ପିଟାଲ ସମେତ ଅନ୍ୟାନ୍ୟ ସ୍ଥାନରେ ତିନି ସିଫ୍ଟରେ କାମ କରୁଛନ୍ତି। 

ଆହୁରି ପଢନ୍ତୁ: 🔴 LIVE | News Updates 5 February 2026: ଆତଙ୍କବାଦୀ ଆକ୍ରମଣରେ ୨୦୦ ଲୋକଙ୍କ ମୃତ୍ୟୁ; ଓମାନରେ ଆଲୋଚନା କରିବେ ଆମେରିକା-ଇରାନ; ‘ୱାସିଂଟନ ପୋଷ୍ଟ’ରେ ଛଟେଇ

ପୂର୍ବରୁ ପରିତୋସ ଏଜେନ୍ସି ଓ ଏଲ୍‌.କେ. ସର୍ଭିସେସ୍‌ ଅଧୀନରେ କାମ କରୁଥିବା କାମ କରୁଥିବା ୧୫୦ ଠିକାକର୍ମଚାରୀଙ୍କ ମଧ୍ୟରୁ ୧୫ ଜଣଙ୍କୁ ବାହାର କରିଦିଆଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୨ ଜଣ ଆଟେଣ୍ଡାଣ୍ଟ, ଦୁଇ ପରିମଳ ଓ ଜଣେ ଇଲେକ୍ଟ୍ରିସିଆନ୍‌। ଅନ୍ୟମାନେ ପୂର୍ବପରି କାମ କରୁଥିବାବେଳେ କାହିଁକି ୧୫ କର୍ମଚାରୀଙ୍କୁ ବିଦା କରି ଦିଆଗଲା ବୋଲି  ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ଅନ୍ୟମାନଙ୍କ ପରି ସେମାନଙ୍କୁ କାମଦେବାକୁ ସଂଘ ପକ୍ଷରୁ ଆର୍‌ଜିଏଚ୍‌ ନିର୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ ଦେଇଛନ୍ତି। 

ଆହୁରି ପଢନ୍ତୁ: The state: ରାଜ୍ୟର ଏକମାତ୍ର ଆଞ୍ଚଳିକ କୁଷ୍ଠ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଅବହେଳିତ

ଅନ୍ୟପଟେ ପୂର୍ବରୁ ପରିମଳ, ସିକ୍ୟୁରିଟି ଓ ଅନ୍ୟ ବିଭାଗରେ କାର୍ଯ୍ୟ କରୁଥିବା ତିନି ଠିକାସଂସ୍ଥା ବିରୋଧରେ ପ୍ରାୟ ୧୬ କୋଟିର ଦୁର୍ନୀତି ଅଭିଯୋଗ ଆସିଥିଲା। ରାଜ୍ୟ ସ୍ବାସ୍ଥ୍ୟବିଭାଗର ସ୍ବତନ୍ତ୍ର ଅଡିଟ୍‌ରେ ଦୁର୍ନୀତି ସାମ୍ନାକୁ ଆଣିଥିଲା। ବହୁ ବାଦବିବାଦ ପରେ ତିନି ସଂସ୍ଥା ଆର୍‌ଜିଏଚ୍‌ରୁ ହଟିଲେ। ଏହାପୂର୍ବରୁ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କୁ ମଧ୍ୟ ଚାକିରିରୁ ବିଦା କରାଯାଇଥିଲା। ହେଲେ ଆଜିପର୍ଯ୍ୟନ୍ତ ଏହି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ବିଭାଗୀୟଙ୍କ ବି‌ରୋଧ କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲାନି। ଏବେ ଯେଉଁ ଦୁଇଟି ଠିକାସଂସ୍ଥା କାମ ପାଇଛନ୍ତି, ସେମାନେ ଠିକ୍‌ଭାବେ କାମ କରୁଛନ୍ତି କି ନାହିଁ,‌ ଆର୍‌ଜିଏଚ୍‌ର ବିଭାଗୀୟ ଅଧିକାରୀ ନିୟମିତ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ନ ହେଲେ ପୂର୍ବପରି ଆର୍‌ଜିଏଚ୍‌ ପୁଣି ବିବାଦ ରହିବ, ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe