Saptagiri Demand: ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ ଦାବି କଲେ ସପ୍ତଗିରି

Advertisment

ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିବା ସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ବର ରେଳ ଚଳାଚଳ ପାଇଁ ମଧ୍ୟ ଦାବି କରିଛନ୍ତି ।

ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିବା ସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ବର ରେଳ ଚଳାଚଳ ପାଇଁ ମଧ୍ୟ ଦାବି କରିଛନ୍ତି ।

aaa

Saptagiri Ulaka Photograph: (Photo: @saptagiriulaka)

ରାୟଗଡ଼ା: ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିବା ସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ବର ରେଳ ଚଳାଚଳ ପାଇଁ ମଧ୍ୟ ଦାବି କରିଛନ୍ତି । ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଲୋକସଭାରେ ପ୍ରଶ୍ନ ଉଠାଇବା ସହ ଦୀର୍ଘ ୮ବର୍ଷ ତଳେ ରାୟଗଡ଼ା ରେଳ ଡିଭିଜନ୍ ଘୋଷଣା ସରିଥିଲା ।

 ଚଳିତ ବର୍ଷ ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭର୍ଚୁଆଲରେ ଡିଆରଏମ୍ କାର୍ଯ୍ୟାଳୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଥିଲେ । ଏଭଳିକି ପରବର୍ତ୍ତୀ ସମୟରେ ଡିଆରଏମ ମଧ୍ୟ ନିଯୁକ୍ତି ଦିଆଯାଇଛି । ହେଲେ ନାଁକୁ ମାତ୍ର ରହିଛି ଏହି ରେଳ ଡିଭିଜନ ଘୋଷଣା । ରାୟଗଡ଼ା ଠାରେ ଡିଆରଏମ ରହିଥିବା ବେଳେ ଏହାର ସମସ୍ତ ଅପରେସନ ଏବେ ମଧ୍ୟ ବିଶାଖାପଟ୍ଟନମ ଡିଭିଜନ୍ ଦ୍ୱାରା ହେଉଥିବା ଲୋକସଭାରେ ଅଭିଯୋଗ କରିଛନ୍ତି ସାଂସଦ ଶ୍ରୀ ଉଲାକା ।

ଆହୁରି ପଢନ୍ତୁ: Water Purified: ବିଶୁଦ୍ଧ ହେବ ଜଳାଶୟ: ଏନ୍‌ଆଇଟିର ମହିଳା ବୈଜ୍ଞାନିକଙ୍କ ନୂଆ ଆବସ୍କାର

ସେ କହିଛନ୍ତି ଯେ, ରାୟଗଡ଼ା ଡିଭିଜନ ଘୋଷଣା ହେବା ସହିତ ଡିଆରଏମ ରହିଥିବା ବେଳେ ଏହାର ସମସ୍ତ ଅପରେସନ ବିଶାଖାପଟ୍ଟନମରେ ହେବା ଦ୍ୱାରା ଏଠାରେ ବହୁ ଉନ୍ନତିମୂଳକ କାର୍ଯ୍ୟ ବିଳମ୍ବିତ ହେଉଛି । ତେଣୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବା ପାଇଁ ସଂସଦରେ ଦାବି କରିଛନ୍ତି ସାଂସଦ ସପ୍ତଗିରି ।

ଆହୁରି ପଢନ୍ତୁ: Flights Of Indigo Cancelled: ‘ଇଣ୍ଡିଗୋ’ର ୫୫୦ଟି ଉଡ଼ାଣ ବାତିଲ; ଯାତ୍ରୀଙ୍କ ଉତ୍ତେଜନା ମଧ୍ୟରେ କ୍ଷମା ମାଗିଲା ବିମାନ କମ୍ପାନି

ଦିନବେଳେ କୋରାପୁଟ ରାୟଗଡା ଦେଇ ଭୁବନେଶ୍ବର ପାଇଁ ଟ୍ରେନ ଚଳାଚଳ ପାଇଁ ବାରମ୍ବାର ଦାବି କରାଯାଉଥିବା ବେଳେ ଏହାକୁ ଗୁରୁତ୍ବ ଦିଆଯାଉନି ବୋଲି କହିଛନ୍ତି । ଏହା ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe