Secret Meeting: ଭାରତ ଉପରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନ: ଜୈସ-ଲସ୍କର ଗୁପ୍ତ ବୈଠକ

Advertisment

ଦୁଇଟି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ଜୈସ-ଏ-ମହମ୍ମଦ ଏକ ମେଣ୍ଟ ଗଠନ କରିବା ନେଇ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ ଜୈଶର ଗଡ଼ରେ ଲସ୍କରର ଶୀର୍ଷ ଆତଙ୍କବାଦୀଙ୍କୁ ଠାବ କରାଯାଇଛି

ଦୁଇଟି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ଜୈସ-ଏ-ମହମ୍ମଦ ଏକ ମେଣ୍ଟ ଗଠନ କରିବା ନେଇ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ ଜୈଶର ଗଡ଼ରେ ଲସ୍କରର ଶୀର୍ଷ ଆତଙ୍କବାଦୀଙ୍କୁ ଠାବ କରାଯାଇଛି

1495315662516

Terrorists Photograph: (photo: social media)

ଇସଲମାବାଦ: ୨୦୨୫ ମସିହା ମେ’ ମାସରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ଆକ୍ରମଣ ଅପରେସନ ସିନ୍ଦୂରରେ ଅଣ୍ଟାଭାଙ୍ଗି ଯାଇଥିବା ଦୁଇଟି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ଜୈସ-ଏ-ମହମ୍ମଦ ଏକ ମେଣ୍ଟ ଗଠନ କରିବା ନେଇ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ ଜୈଶର ଗଡ଼ରେ ଲସ୍କରର ଶୀର୍ଷ ଆତଙ୍କବାଦୀଙ୍କୁ ଠାବ କରାଯାଇଛି। ମଙ୍ଗଳବାର ଦିନ, ସମସ୍ତ ଶୀର୍ଷ ଲସ୍କର ଆତଙ୍କବାଦୀ ବାହାୱାଲପୁରର ଏକ ବଡ଼ ମଦ୍ରାସାରେ ଏକାଠି ହୋଇଥିଲେ।

ବାହାୱାଲପୁରକୁ ଜୈସର ଗଡ଼ ବୋଲି ବିବେଚନା କରାଯାଇଥାଏ। ଜୈସ ମୁଖ୍ୟ ମାସୁଦ ଆଝାରର ମୁଖ୍ୟ ଶିବିର ସେଠାରେ ରହିଛି।ସୂତ୍ର ଅନୁଯାୟୀ, ବାହାୱଲପୁରରେ ହୋଇଥିବା ବୈଠକରେ ଲସ୍କରର ଶୀର୍ଷ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ପୁଅ ତଲହା ସଇଦ, ଲସ୍କରର ଉପମୁଖ୍ୟ ସୈଫୁଲ୍ଲା କସୁରୀ ଏବଂ ହାଫିଜ୍ ଅବଦୁଲ ରଉଫ ଯୋଗ ଦେଇଥିଲେ। ଏହି ବୈଠକ ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି। ସୂତ୍ର ଅନୁଯାୟୀ ଲସ୍କର ଆତଙ୍କବାଦୀମାନେ ଜୈଶ ଆତଙ୍କବାଦୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।

ତେବେ ଏହାର ଫଟୋ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।ଗୁଇନ୍ଦା ରିପୋର୍ଟ ଅନୁସାରେ ଜୈସ-ଏ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର ଏବଂ ତାଙ୍କର ଡେପୁଟି ରଉଫ ଅସଗର ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ ପରିଚାଳନା କରୁଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି ଯେ, ଜୈସ ଭବିଷ୍ୟତରେ ଆଇଇଡି ଆକ୍ରମଣ କରିପାରେ।ଜୈସ-ଏ-ମହମ୍ମଦର ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ବିଷୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇ ଦେଇଛନ୍ତି। ସେମାନେ କହିଛନ୍ତି, ଜୈସର ଅଲ୍-କାଏଦା, ତାଲିବାନ ଏବଂ ହକ୍କାନି ନେଟୱାର୍କ ସହିତ ଦୃଢ଼ ସମ୍ପର୍କ ଅଛି ଏବଂ ଏହି ସଂଗଠନଗୁଡ଼ିକ ମିଳିତ ଭାବରେ ଆଇଇଡି ଆକ୍ରମଣ ଯୋଜନା କରିଥାନ୍ତି।

ଆହୁରି ପଢନ୍ତୁ: Pongal Gift: ଷ୍ଟିଲ୍ ପ୍ଲେଟ୍, ପୋଙ୍ଗଲ ପାତ୍ର, ଘିଅ, ଚାଉଳ, ଶାଢ଼ି: ପୋଙ୍ଗଲ ଉପହାର ମାଧ୍ୟମରେ ତାମିଲ ନେତାଙ୍କ ନିର୍ବାଚନୀ ପ୍ରଚାର

ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଜୈସ କମାଣ୍ଡର ମହମ୍ମଦ ମୁସାଦ୍ଦିକ ଏବଂ ମାସୁଦ କାଶ୍ମୀରୀ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ବିଭିନ୍ନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ମହମ୍ମଦ ମୁସାଦ୍ଦିକ ସୀମା ପାର କରାଇ ଭାରତରେ ଜୈସ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ମଧ୍ୟ କାମ କରୁଥିବା ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଛି।ସେହିପରି ଆତଙ୍କବଦାୀ ମାସୁଦ ଇଲିଆସ କାଶ୍ମୀରୀ, ଓରଫ ଆବୁ ମହମ୍ମଦ, ଜୈସର ଅମୀର ଯୁବ ପାକିସ୍ତାନୀଙ୍କୁ ଜୈଶ ସଂଗଠନରେ ଭର୍ତ୍ତି କରି ସେମାନଙ୍କୁ ତାଲିମ ପାଇଁ ଆତଙ୍କବାଦୀ ଶିବିରକୁ ପଠାଉଛନ୍ତି।

ଜୈସ ଏବଂ ଲସ୍କର-ଏ-ତୈବା ମଧ୍ୟରେ ମେଣ୍ଟ ହେବାର କଳ୍ପନାଜଳ୍ପନା ମଧ୍ୟରେ, ଲସ୍କର କମାଣ୍ଡର ଆବୁ ମୁସାରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି ନିୟନ୍ତ୍ରଣ ରେଖା ନିକଟରେ ରାୱାଲକୋଟ ଜିଲ୍ଲାର ପୁଞ୍ଚ ଅଞ୍ଚଳର ହାଜିରା ତହସିଲର ତାତ୍ରିନୋଟେର। ଭିଡିଓରେ, ଲସ୍କର-ଏ-ତୈବା ସହିତ ଜଡିତ ସଂଗଠନ ଜେକେୟୁଏମ୍‌ର ଜଣେ କୁଖ୍ୟାତ ଆତଙ୍କବାଦୀ କମାଣ୍ଡର ଆବୁ ମୁସାର କାଶ୍ମୀରୀ ଖୋଲାଖୋଲି ଘୃଣା ଏବଂ ହିଂସା ପ୍ରସାର କରୁଥିବା ଦେଖାଯାଉଛି।ତାଙ୍କ ଭାଷଣରେ, ଆବୁ ମୁସା କହୁଥିାର ଶୁଣାଯାଉଛି,କାଶ୍ମୀରର ସ୍ୱାଧୀନତା ଭିକ୍ଷା ମାଗି ନୁହେଁ, ବରଂ ହିନ୍ଦୁମାନଙ୍କର ମୁଣ୍ଡ କାଟି ହାସଲ କରାଯିବ।

ଆହୁରି ପଢନ୍ତୁ: School: ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରକୁ ମନୋନୀତ

ଏହା ବ୍ୟତୀତ, ସେ ଏହି ବାର୍ତ୍ତାଗୁଡ଼ିକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ଜଣାଇଥିବାର ଦାବି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହୁଛନ୍ତି, କାଶ୍ମୀର ସମସ୍ୟା କେବଳ ଆତଙ୍କବାଦ ଏବଂ ତଥାକଥିତ ଜିହାଦ ମାଧ୍ୟମରେ ସମାଧାନ ହେବ। ଆତଙ୍କବାଦୀ ସଂଗଠନର ଏଭଳି ଭିଡିଓ ନେଇ ଭାତତୀ ଗୁଇନ୍ଦା ସଂସ୍ଥାଗୁଡ଼ିକ ପକ୍ଷରୁ ହାଇ ଆର୍ଲଟ ଜାରି କରାଯାଇଛି। ଏହା ସହିତ ସୀମାପାର ଆତଙ୍କବାଦୀ ଅନୁପ୍ରବୋ ରୋକିବା ପାଇଁ ଏଲଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe