Series Accident in Badamba: ସିରିଜ ଦୁର୍ଘଟଣା, ତିନୋଟି ଗାଡ଼ିକୁ ଚାପିଦେଲା ବାଲି ଓଭରଲୋଡିଂ ହାଇୱା

Advertisment

କଟକ ନରସିଂହପୁର ମୁଖ୍ୟ ରାସ୍ତାର ବଡମ୍ବା ସ୍ଥିତ ତେଲିସାହି ନିକଟରେ ଏହି ସିରିଜ ଦୁର୍ଘଟଣା ଘଟିଛି। ବାଲି ଓଭରଲୋଡିଂ କରି ନେଇ ଯାଉଥିବା ଏକ ହାଇୱା ତିନି ତିନୋଟି ଗାଡିକୁ ଧକ୍କା ଦେଇ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା।

କଟକ ନରସିଂହପୁର ମୁଖ୍ୟ ରାସ୍ତାର ବଡମ୍ବା ସ୍ଥିତ ତେଲିସାହି ନିକଟରେ ଏହି ସିରିଜ ଦୁର୍ଘଟଣା ଘଟିଛି। ବାଲି ଓଭରଲୋଡିଂ କରି ନେଇ ଯାଉଥିବା ଏକ ହାଇୱା ତିନି ତିନୋଟି ଗାଡିକୁ ଧକ୍କା ଦେଇ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା।

e5ea3270-ff80-49bb-9e6e-6bd2e4c28799

series accident Photograph: (sambad.in)

ବଡମ୍ବା: କଟକ ନରସିଂହପୁର ମୁଖ୍ୟ ରାସ୍ତାର ବଡମ୍ବା ସ୍ଥିତ ତେଲିସାହି ନିକଟରେ ଏହି ସିରିଜ ଦୁର୍ଘଟଣା ଘଟିଛି। ବାଲି ଓଭରଲୋଡିଂ କରି ନେଇ ଯାଉଥିବା ଏକ ହାଇୱା ତିନି ତିନୋଟି ଗାଡିକୁ ଧକ୍କା ଦେଇ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ସୂଚନା ଅନୁଯାୟୀ ଆଜି ଭୋରରୁ ଓଡି ୦୫ ଡବ୍ଲୁ ୯୫୦୫ ନଂ ବିଶିଷ୍ଟ ହାଇୱା ଟ୍ରକର ଡ୍ରାଇଭର ଓଭରଲୋଡିଂ କରି ବାଲି ନେଇ ତିଗିରିଆ ଯାଉଥିବା ବେଳେ ବଡମ୍ବା ତେଲିସାହି ନିକଟରେ ଗୋଟିଏ ବାଇକ,ଅଟୋ ଓ ଗୋଟିଏ ଇକୋ ଗାଡିକୁ ଧକ୍କା ଦେଇଥିଲା।

ଆହୁରି ପଢନ୍ତୁ: Russia president Putin's india :ରୁଷ ରାଷ୍ଟ୍ରପତିଙ୍କ ପାଇଁ ଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା; ସ୍ନାଇପର୍ସ, ଡ୍ରୋନ୍ ରଖିଛନ୍ତି ନଜର

ପରେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବାର ଜଣାପଡିଛି | ବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଉଲ୍ଲେଖ ଥାଉ କି ବାରମ୍ବାର ଏହି ରାସ୍ତା ଦେଇ ଓଭରଲୋଡିଂ ହାଇୱାରେ ବାଲି ଚାଲାଣ ହେଉଛି | ସ୍ଥାନୀୟ ଲୋକ ଏହି ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିବାବେଳେ ଏନେଇ କେହି ଶୁଣୁନଥିବାର ଅଞ୍ଚଳବାସୀ କହିଛନ୍ତି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe