Shah in Bihar Photograph: (@BJP4India)
ପାଟନା: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ଚାଲିଛି। ଭୋଟ୍ ତାରିଖ ପାଖେଇ ଆସିବା ସହିତ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ମହାଗଠବନ୍ଧନ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଘୋଷଣା କରିଛି, କିନ୍ତୁ ଏନଡିଏ ଭିତରେ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ବିଭିନ୍ନ ଆଲୋଚନା ହେଉଥିଲା। ଏହି ସମୟରେ, ବରିଷ୍ଠ ବିଜେପି ନେତା ଅମିତ ଶାହ ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି।
୨୯ ଅକ୍ଟୋବରରେ ବେଗୁସରାଇରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ, "ବିହାରରେ ନା ମୁଖ୍ୟମନ୍ତ୍ରୀ ପଦବୀ ଖାଲି ଅଛି, ନା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ପଦବୀ ଖାଲି ଅଛି... ଏଠାରେ ଆମର ନୀତିଶ କୁମାର ଅଛନ୍ତି, ଏବଂ ସେଠାରେ ଆମର ପ୍ରଧାନମନ୍ତ୍ରୀ ମୋଦୀ ଅଛନ୍ତି।" ଏହି ସମୟରେ ଅମିତ ଶାହ, ଲାଲୁ ପ୍ରସାଦ ଯାଦବ ଏବଂ ସୋନିଆ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରି କହିଥିଲେ, "ତୁମର ପାଳି ଆସିବାର ନାହିଁ।"
ଆହୁରି ପଢନ୍ତୁ: Rain Failed in Delhi: ଯେତେ ଯାହା କଲେ ବି ଏଥିପାଇଁ ଦିଲ୍ଲୀରେ ହୋଇପାରୁନି କୃତ୍ରିମ ବର୍ଷା
ଲାଲୁ ଏବଂ ସୋନିଆ ଗାନ୍ଧୀଙ୍କୁ କଟାକ୍ଷ
ଏହା ବ୍ୟତୀତ, ଦରଭଙ୍ଗାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ଶାହ କହିଥିଲେ, ବିଜେପି ବିହାର ବିଧାନସଭା ନିର୍ବାଚନ ପାଇଁ ଅନେକ ଯୁବକଙ୍କୁ ଟିକେଟ ଦେଇଛି, କିନ୍ତୁ ଆରଜେଡି ଏବଂ କଂଗ୍ରେସ ଦେଇନାହିଁ, କାରଣ ଲାଲୁ ତାଙ୍କ ପୁଅ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚାହାଁନ୍ତି, ଏବଂ ସୋନିଆ ତାଙ୍କ ପୁଅ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚାହାଁନ୍ତି | କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଉଭୟ ପଦବୀ ଖାଲି ନାହିଁ।
ଲାଲୁ ପ୍ରସାଦ ଯାଦବ ଚାକିରି ପାଇଁ ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବାର ଅଭିଯୋଗ କରି ଶାହ ମହାଗଠବନ୍ଧନକୁ "ଠଗ୍ ବନ୍ଧନ" (ଠକଙ୍କ ମେଣ୍ଟ) ବୋଲି ଅଭିହିତ କରିଛନ୍ତି | ଶାହ ଅଭିଯୋଗ କରିଛନ୍ତି ଯେ ଇଣ୍ଡିଆ ମେଣ୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କଠାରୁ "ଜନନାୟକ" ଉପାଧି ହଡ଼ପ କରିବାକୁ ଚାହୁଁଛି। ସେ ଅଭିଯୋଗ କରିଛନ୍ତି, "ମୋଦୀ ଜୀ ଜନନାୟକ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେଇଥିଲେ।
Follow Us