Siv Kumar Meet Rahul: ଦିଲ୍ଲୀରେ ରାହୁଲ-ଖଡ଼ଗେଙ୍କୁ ଭେଟିଲେ ଡିକେ ଶିବକୁମାର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି

Advertisment

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି ବରିଷ୍ଠ କଂଗ୍ରେସ ନେତା ତଥା ‌ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନୂଆଦିଲ୍ଳୀରେ ଭେଟିଛନ୍ତି

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି ବରିଷ୍ଠ କଂଗ୍ରେସ ନେତା ତଥା ‌ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନୂଆଦିଲ୍ଳୀରେ ଭେଟିଛନ୍ତି

f3237bdb-d04a-4f82-bb3e-9d36a976023c

DK Sivkumar

ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି ବରିଷ୍ଠ କଂଗ୍ରେସ ନେତା ତଥା ‌ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନୂଆଦିଲ୍ଳୀରେ ଭେଟିଛନ୍ତି। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଥିବାବେଳେ ଶିବକୁମାରଙ୍କର ପାର୍ଟି ହାଇକମାଣ୍ଡଙ୍କ ସହ ସାକ୍ଷାତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଦଳ ପକ୍ଷରୁ ଏନେଇ କୌଣସି ବିବୃତି ଜାରି ହୋଇନଥିବାବେଳେ କର୍ଣ୍ଣାଟକର ରାଜନୈତିକ ସ୍ଥିତି, ସରକାରରେ ଆଭ୍ୟନ୍ତରୀଣ ସହଯୋଗ ସଂକ୍ରାନ୍ତରେ ଏହି ବୈଠକ ସମୟରେ ଆଲୋଚନା ହୋଇଥାଇପାରେ ବୋଲି କୁହାଯାଉଛି। 

ଆହୁରି ପଢନ୍ତୁ: PM in Westbengal: ‘ଟିଏମ୍‌ସି ସରକାର ନିର୍ମମ ଓ ଲୁଟେରା, ବଦଳାଇବା ସମୟ ଆସିଛି’: ପଶ୍ଚିମବଙ୍ଗରେ ନିର୍ବାଚନୀ ବିଗୁଲ୍ ବଜାଇଲେ ପ୍ରଧାନମନ୍ତ୍ରୀ

ଆଗକୁ କିଛି ରାଜ୍ୟରେ ନିର୍ବାଚନ ଥିବାବେଳେ ଶିବକୁମାରଙ୍କୁ କିଛି ପ୍ରମୁଖ ସାଂଗଠନିକ ଦାୟିତ୍ବ ମିଳିପାରେ। ତେଣୁ ଏଥିପାଇଁ ବି ଶିବକୁମାର ପାର୍ଟି ହାଇକମାଣ୍ଡଙ୍କୁ ଭେଟିଥାଇ ପାରନ୍ତି ବୋଲି କୁହାଯାଉଛି। ଏହି ସମାନ ସମୟରେ କର୍ଣ୍ଣାଟକ ଶକ୍ତି ମନ୍ତ୍ରୀ କେ ଜେ ଜର୍ଜ ଦିଲ୍ଲୀରେ ରାହୁଲଙ୍କୁ ଭେଟିଛନ୍ତି। ସୂଚନାନୁଯାୟୀ ଜର୍ଜ୍‌ ରାଜ୍ୟରେ ବର୍ତ୍ତମାନର ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ଗାନ୍ଧୀଙ୍କୁ ଅବଗତ କରିଥାଇପାରନ୍ତି ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଆବଶ୍ୟକତା ସଂକ୍ରାନ୍ତରେ ମଧ୍ୟ କହିଥାଇପାରନ୍ତି।

ଆହୁରି ପଢନ୍ତୁ: Flight Missing: ୧୧ ଯାତ୍ରୀଙ୍କ ସହ ଇଣ୍ଡୋନେସିଆ ବିମାନ ନିଖୋଜ

 ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ ନିକଟରେ ମହୀଶୁର ଗସ୍ତ କରିଥିଲେ। ମହୀଶୁରରେ ରାହୁଲ ପହଞ୍ଚିବାପରେ ତାଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଶିବକୁମାର ସ୍ବାଗତ କରିଥିଲେ। ଏହି ମୁହୂର୍ତ୍ତ ଉପରେ ସମସ୍ତଙ୍କର ନଜର ଥିଲା। ରାହୁଲ ମଧ୍ୟ ଏହି ସମୟରେ ଡିକେ ଶିବକୁମାରଙ୍କ ସହ ପୃଥକ୍‌ ଭାବେ କିଛି ସମୟ କଥା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe