Sreyas Ayer Photograph: (Photo: social media)
ନୂଆଦିଲ୍ଲୀ: ବୁଧବାରର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତୀୟ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ୍ ଆୟରଙ୍କ ପାଖରେ ଏକଥରକେ ଦୁଇ ଭାରତୀୟ ତାରକା ଶିଖର ଧାୱନ ଓ ବିରାଟ କୋହଲିଙ୍କୁ ଟପିବାର ସୁଯୋଗ ରହିବ। ଏହି ମ୍ୟାଚ୍ରେ ୩୪ ରନ୍ କରିପାରିଲେ ଧାୱନ ଓ କୋହଲିଙ୍କୁ ପଛରେ ପକାଇ ୩,୦୦୦ ଦିନିକିଆ ରନ୍ କରିବାରେ ଦ୍ରୁତତମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ ସେ।
ଆଘାତ ଜନିତ ସମସ୍ୟାରୁ ମୁକୁଳି ବହୁଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିବା ଆୟର ସଂପ୍ରତି ୬୮ ଏକଦିବସୀୟ ପାଳିରୁ ୪୭.୮୩ ହାରରେ ୨୯୬୬ ରନ୍ କରିଛନ୍ତି। ପ୍ରଥମ ଦିନିକିଆରେ ୪୯ ରନ୍ର ଉପଯୋଗୀ ପାଳି ଖେଳିଥିବାରୁ ଦ୍ବିତୀୟ ଦିନିକିଆରେ ଏହି ରେକର୍ଡ ଛୁଇଁବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ଦିନିକିଆରେ ଦ୍ରୁତତମ ୩,୦୦୦ ରନ୍ କରିବାର ଭାରତୀୟ ରେକର୍ଡ ଏବେ ଧାୱନଙ୍କ ନାଁରେ ରହିଛି। ଏହି ମାଇଲ୍ଖୁଣ୍ଟ ସେ ୭୨ ପାଳିରୁ ଛୁଇଁଥିଲେ। ଅନ୍ୟପକ୍ଷରେ କୋହଲି ଏହି ରେକର୍ଡ କରିବାକୁ ୭୫ ପାଳି ନେଇଥିଲେ।
ଆହୁରି ପଢନ୍ତୁ: Strike: ପ୍ରେମିକାର ଧାରଣା: ପ୍ରେମିକ ସମେତ ପରିବାର ଲୋକ ତାଲା ପକାଇ ଛୁ
ଆୟର ଯଦି ବୁଧବାର ଏହି ରେକର୍ଡ ହାସଲ କରନ୍ତି, ତାହେଲେ ୩,୦୦୦ ଦିନିକିଆ ରନ୍ କରିବାରେ ୱେଷ୍ଟଇଣ୍ଡିଜ୍ର କିଂବଦନ୍ତି କ୍ରିକେଟର୍ ଭିଭିଆନ୍ ରିଚାର୍ଡସଙ୍କ ସହ ସେ ବିଶ୍ବର ଚତୁର୍ଥ ଦ୍ରୁତତମ ଖେଳାଳି ହେବେ। ତେବେ ୭୦ରୁ କମ୍ ପାଳି ଖେଳି ୩,୦୦୦ ଦିନିକିଆ ରନ୍ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ। ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ହାସିମ ଆମ୍ଲା ପ୍ରଥମ ସ୍ଥାନରେ ରହିଛନ୍ତି। ସେ ମାତ୍ର ୫୭ ପାଳିରୁ ୩,୦୦୦ ଦିନିକିଆ ରନ୍ କରିଛନ୍ତି।
Follow Us