Student Demand: ଆମ ସାରଙ୍କୁ ଫେରାଇଦିଅ: ପ୍ରିୟ ଶିକ୍ଷକଙ୍କ ବଦଳି ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଧିନ ଆମ୍ବିକି ପଞ୍ଚାୟତ ସ୍ଥିତ ସରକାରୀ ଉ.ପ୍ରା ବିଦ୍ୟାଳୟ ସମ୍ମୁଖରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ଦେଇଛନ୍ତି । ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି ।

student strike for teacher

student strike for teacher Photograph: (sambad.in)

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଧିନ ଆମ୍ବିକି ପଞ୍ଚାୟତ ସ୍ଥିତ ସରକାରୀ ଉ.ପ୍ରା ବିଦ୍ୟାଳୟ ସମ୍ମୁଖରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ଦେଇଛନ୍ତି । ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି । ପ୍ରଧାନଶିକ୍ଷକଙ୍କ ସହ ୬ଜଣ ଶିକ୍ଷୟତ୍ରୀ ବାହାରେ ବସିଛନ୍ତି । ଦିନ ୧୦ଟାରୁ ଦିବା ୧୨ଘଟିକା ପର୍ଯ୍ୟନ୍ତ ଖରାରେ ବସିଛନ୍ତି । ସେମାନଙ୍କର କହିବା ଅନୁଯାୟୀ ବଦଳି ହୋଇଥିବା ତାଙ୍କ ପ୍ରିୟ ଶିକ୍ଷକ ପ୍ରଦୀପ କୁମାର ବେହେରା ତୁରନ୍ତ ତାଙ୍କ ବିଦ୍ୟାଳୟକୁ ଫେରିଆସନ୍ତୁ । ସେ ୮ ବର୍ଷ ଏଠାରେ ରହି ଛାତ୍ରଛାତ୍ରୀଙ୍କ ସହ ପରିବାର ଭଳି ସମ୍ପର୍କ ରଖିବା ସହ ଭଲ ପଢାଉଥିଲେ ।

ସେ ଇଂରାଜୀ ,ସାହିତ୍ୟ, ହିନ୍ଦୀ, ଭୁଗୋଳ ପଢାଉଥିଲେ। ତାଙ୍କର ହଠାତ ଏରସମା ବ୍ଲକର  କୁଞ୍ଜକୋଠି ପଞ୍ଚାୟତର କାଳିକୁଦ ଖୁରାଣ୍ଟ ସରକାରୀ ଉପ୍ରା ବିଦ୍ୟାଳୟକୁ ବଦଳି ହୋଇଯିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ସ୍ଥାନୀୟ ସରଂପଚ ରଂଜନ କୁମାର ଜେଠି କହିଛନ୍ତି ଯେ ସେ ବଦଳିକୁ ସ୍ଥଗିତ ରଖି ପୁନଶ୍ଚ ପ୍ରଦୀପ ସାରଙ୍କୁ ଫେରାଇ ଆଣିବା ପାଇଁ ଏରସମା ମଣ୍ଡଳ ଅଧିକାରୀ କାର୍ଯ୍ୟାଳୟରେ ଶିକ୍ଷାଧିକାରୀଙ୍କୁ ଭେଟିଛନ୍ତି ।

ଆହୁରି ପଢନ୍ତୁ: APP Safety :ଆପଣଙ୍କ ମୋବାଇଲରେ ଆକ୍ଟିଭ ନାହିଁ ତ ଏହି ସେଟିଂ! ଥରେ ଚେକ କରିଦିଅନ୍ତୁ

କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିଲା ନାହିଁ । କମିଟି ସଭାପତି ଅଜୟ କୁମାର କାଣ୍ଡି କହିଛନ୍ତି ଯେ ପ୍ରଦୀପ ସାର ନ ଫେରିବା ଯାଏ ଆମେ ପ୍ରତିଦିନ ଧାରଣାରେ ବସିବୁ । ପ୍ରଧାନଶିକ୍ଷକ ବିଜୟ କୁମାର ଦାସଙ୍କୁ ପଚାରିବାରୁ ଆମେ ଆମ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ସେ ଯାହା ନିଷ୍ପତି ନେବେ । ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଯୋଗାଯୋଗ କରିବାରୁ କୌଣସି ଅଧିକାରୀ ଫୋନ ଉଠାଉନାହାନ୍ତି । ତୁରନ୍ତ ଏହାର କିଛି ପ୍ରକାର ପ୍ରତିକାର କରା ନ ଗଲେ ଖରାରେ ବସିଥିବା ଛାତ୍ରଛାତ୍ରୀମାନଙ୍କ କୌଣସି ସମସ୍ୟା ହେଲେ ସରକାର ଦାୟୀ ରହିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe