Sunetra :ଏନ୍‌ସିପି ମିଶ୍ରଣ ଆଲୋଚନା ମଧ୍ୟରେ ମୋଦୀ ଓ ଶାହଙ୍କୁ ଭେଟିଲେ ସୁନେତ୍ରା- ପ୍ରଫୁଲ୍ଲଙ୍କ ସହିତ ସୁପ୍ରିଆ ସୁଲେଙ୍କୁ ମିଳିପାରେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରିପଦ

Advertisment

ଏନ୍‌ସିପିର ଦୁଇଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଭେଟିଥିଲେ। ସୁନେତ୍ରା ମହାରା‌‌ଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦିଲ୍ଲୀ ନିଜ ପୁଅ ପାର୍ଥ ଓ ଜୟଙ୍କ ସହିତ ଆସିଥିଲେ।

ଏନ୍‌ସିପିର ଦୁଇଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଭେଟିଥିଲେ। ସୁନେତ୍ରା ମହାରା‌‌ଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦିଲ୍ଲୀ ନିଜ ପୁଅ ପାର୍ଥ ଓ ଜୟଙ୍କ ସହିତ ଆସିଥିଲେ।

12bbs_6_12022026_112

ମୁମ୍ବାଇ : ଏନ୍‌ସିପିର ଦୁଇଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଭେଟିଥିଲେ। ସୁନେତ୍ରା ମହାରା‌‌ଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦିଲ୍ଲୀ ନିଜ ପୁଅ ପାର୍ଥ ଓ ଜୟଙ୍କ ସହିତ ଆସିଥିଲେ। ସୂତ୍ର ଅନୁଯାୟୀ ଯଦି ଏନ୍‌ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ହୁଏ ତେବେ କେନ୍ଦ୍ର କ୍ୟାବିନେଟରେ ଏନ୍‌ସିପିକୁ ଦୁଇଟି ମନ୍ତ୍ରଣାଳୟ ମିଳିବ। ଗୋଟିଏ ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ଓ ଅନ୍ୟଟି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମିଳିବ। 

ଆହୁରି ପଢନ୍ତୁ: India strike :ଭାରତ ବନ୍ଦ: ୩୦ କୋଟି କର୍ମଚାରୀଙ୍କ ଧର୍ମଘଟ, ବ୍ୟାଙ୍କ-ପରିବହନ ସେବା ପ୍ରଭାବିତ ହେବା ଆଶଙ୍କା

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଶରଦ ପାୱାର ନେତୃତ୍ବାଧୀନ ଗୋଷ୍ଠୀକୁ ୨ଟି କ୍ୟାବିନେଟ ପଦବୀ, ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିବ ବୋଲି ଜଣାପଡ଼ିଛି। ଏନ୍‌ସିପି ବିଜେପି ନେତୃତ୍ବାଧୀନ ମେଣ୍ଟରେ ସାମିଲ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟିବେ। ଫଡନାଭିସ୍‌ ଏନ୍‌ସିପିର ଦୁଇ ଗୋ‌‌ଷ୍ଠୀର ମିଶ୍ରଣ ଏବଂ ରାଜ୍ୟରେ ମହାୟୁତି ମେଣ୍ଟ ସହିତ କିପରି ଦୁଇଟି ଗୋଷ୍ଠୀକୁ ସାମିଲ କରି ସନ୍ତୁଳନ ରକ୍ଷା କରାଯିବ ସେ ଉପରେ ସେ ଆଲୋଚନା କରିବେ। ଫଡନାଭିସ୍ ମିଶ୍ରଣ ପାଇଁ ସକାରାତ୍ମକ ସଙ୍କେତ ଦେଇଛନ୍ତି। କାରଣ ଏକ ସଂଯୁକ୍ତ ଏନ୍‌ସିପି ଧର୍ମନିରପେକ୍ଷ, ପ୍ରଗତିଶୀଳ ଏବଂ ସଂଖ୍ୟାଲଘୁ ଭୋଟ ଆଣିବାରେ ସକ୍ଷମ ‌ହୋଇପାରିବ ବୋଲି ବିଜେପି ଅନୁଭବ କରୁଛି।

ଆହୁରି ପଢନ୍ତୁ: 🔴 LIVE | News Updates 12 February 2026: ଭାରତ ବନ୍ଦ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ; ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ସୂତ୍ର ଅନୁଯାୟୀ, ଏହାଦ୍ବାରା ରାଜ୍ୟରେ କଂଗ୍ରେସର ବୃଦ୍ଧି ପାଇଁ ସୁଯୋଗ ରହିବ ନାହିଁ। ଏନ୍‌ସିପି ସହିତ ରହିଥିବା ୩୫ ପ୍ରତିଶତ ମରାଠା ଭୋଟ ବ୍ୟାଙ୍କ ମଧ୍ୟ ଅତୁଟ ରହିବ। ତେଣୁ ଏନସିପିର ଏହି ମିଶ୍ରଣ ବିଜେପି ପାଇଁ ଦ୍ୱିଗୁଣ ଲାଭ ଆଣିବ। ସୂତ୍ର ଅନୁଯାୟୀ, ବିଜେପି ଶୀର୍ଷ ନେତୃତ୍ବ ମଧ୍ୟରେ ଏହି ମିଶ୍ରଣ ସପକ୍ଷରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶରଦ ପାୱାରଙ୍କ ସହିତ ଉତ୍ତମ ସମ୍ପର୍କ ରହିଛି। ଏନ୍‌ସିପିର ୮ ଜଣ ଲୋକସଭା ସାଂସଦ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେପି ଜାଣିଛି। ଏନ୍‌ସିପିର ମିଶ୍ରଣ ପରେ ସୁନେତ୍ରା ଏବଂ ତାଙ୍କ ପୁଅମାନେ ସଂଯୁକ୍ତ ଏନ୍‌ସିପିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ସୁନେତ୍ରା ଏନ୍‌ସିପିର ନେତୃତ୍ବ ନେବେ ଓ ୮୫- ବର୍ଷୀୟ ଶରଦ ପାୱାର ମୁଖ୍ୟତଃ ପରାମର୍ଶଦାତା ଭୂମିକା ଗ୍ରହଣ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପାର୍ଥ ପାୱାର ଶରଦଙ୍କୁ ଭେଟିବା ପରେ ଦୁଇ ଗୋଷ୍ଠୀର ମିଶ୍ରଣ ପାଇଁ ରହିଥିବା ସମସ୍ତ ପ୍ରତିବନ୍ଧକ ଦୂର ହୋଇଥିବା ଚର୍ଚ୍ଚା ‌ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe