Supremecourt Said about Freebiz: ମାଗଣା ଯୋଜନା ନେଇ ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା

Advertisment

ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବା ଭଳି ମାଗଣା ଯୋଜନା (ଫ୍ରିବିଜ୍‌) ଘୋଷଣା କରିବା ଓ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି।

ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବା ଭଳି ମାଗଣା ଯୋଜନା (ଫ୍ରିବିଜ୍‌) ଘୋଷଣା କରିବା ଓ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି।

Supreme-Court-of-India

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବା ଭଳି ମାଗଣା ଯୋଜନା (ଫ୍ରିବିଜ୍‌) ଘୋଷଣା କରିବା ଓ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ ଡିଏମକେ ସରକାର ନେତୃତ୍ୱାଧୀନ ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ ଲିମିଟେଡର ଏକ ଆବେଦନର ଶୁଣାଣି କରି ଦେଶରେ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଓ ନଗଦ ହସ୍ତାନ୍ତର କରାଯିବାର ଟ୍ରେଣ୍ଡ ବଢ଼ିବାରେ ଲାଗିଛି ବୋଲି କହିଥିଲେ। ଏହା କୌଣସି ଗୋଟିଏ ରାଜ୍ୟରେ ସୀମିତ ନାହିଁ। ଏହାଦ୍ବାରା ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି ହେବ ଓ ଲୋକମାନେ କାମ କରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ତାମିଲନାଡ଼ୁ ବିଦ୍ୟୁତ୍ ନିଗମ ଆବେଦନର ଶୁଣାଣି କରି କାହିଁକି ଶେଷ ମୁହୂର୍ତ୍ତରେ ଏକ ମାଗଣା ବିଦ୍ୟୁତ୍ ଯୋଜନା ଘୋଷଣା କରାଯାଇଥିଲା ବୋଲି ତାମିଲନାଡ଼ୁ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ଏହି ଯୋଜନା ଫଳରେ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକ (ଡିସ୍କମ୍) ଶୁଳ୍କ ଏବଂ ବଜେଟ୍ ହିସାବକୁ ସଜାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ସୁପ୍ରିମ‌କୋର୍ଟ କହିଥିଲେ। ଉପଭୋକ୍ତାଙ୍କ ଆର୍ଥିକ ସ୍ଥିତି ଉପରେ ଧ୍ୟାନ ନ ଦେଇ ସମସ୍ତଙ୍କୁ ମାଗଣା ବିଦ୍ୟୁତ ଦେବା ଘୋଷଣାକୁ ନେଇ କୋର୍ଟ ତୀବ୍ର ସମାଲୋଚନା କରିଥିଲେ। ମାଗଣା ସେବା ସଂସ୍କୃତିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ଖଣ୍ଡପୀଠ କହିଥିଲେ ଯେ, ଏହା ଅର୍ଥନୈତିକ ବିକାଶରେ ବାଧା ଦିଏ ଏବଂ ଏପରି ନୀତିଗୁଡ଼ିକୁ ପୁନଃବିଚାର କରିବାର ସମୟ ଆସିଛି। ଟିକସଦାତାଙ୍କ ବ୍ୟତୀତ ଅନ୍ୟ କିଏ ଏହି ଯୋଜନାର ବ୍ୟୟଭାର ଉଠାଉଛି କି? ସରକାର ଏସବୁ ମାଗଣା ଯୋଜନା କରିବା ଅପେକ୍ଷା ରୋଜଗାର ସୃଷ୍ଟି ଉପରେ ଧ୍ୟାନ ଦେବା ଉଚିତ। ରାଜ୍ୟରେ ବିକାଶ ଉପରେ କମ୍‌ ଖର୍ଚ୍ଚ କରାଯାଉଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଆହୁରି ପଢନ୍ତୁ: BJP MP Nishikant Dubey: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂସଦ ନିଶିକାନ୍ତ ଦୁବେଙ୍କ ସ୍ବତନ୍ତ୍ର ପ୍ରସ୍ତାବ ବିବାଦ

 ସରକାରଙ୍କ ଉପରେ ବହୁ ପରିମାଣର ଋଣ ଥିବା ସତ୍ତ୍ବେ ଏହା ମାଗଣା ଯୋଜନା ଆଣିବାକୁ ନେଇ ପ୍ରଧାନ ବିଚାରପତି ଚିନ୍ତା ପ୍ରକାଶ କରିଛନ୍ତି। ନଗଦ ଟଙ୍କା ବାଣ୍ଟିବା ଏବଂ ମାଗଣା ସୁବିଧା ପ୍ରଦାନ ନେଇ ଆର୍ଥିକ ବୁଦ୍ଧିମତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଅନେକ ରାଜ୍ୟ ରାଜସ୍ବ କ୍ଷତିର ସମ୍ମୁଖୀନ ହେଉଛି। କର୍ମଚାରୀଙ୍କ ଦରମା ଓ ମାଗଣା ଯୋଜନାର ବୋଝ ଏତେ ବଢ଼ିଗଲାଣି ଯେ, ରାଜ୍ୟର ବିକାଶ ପାଇଁ ପାଣ୍ଠିର ଅଭାବ ଦେଖାଗଲାଣି। ବର୍ଷକରେ ରାଜସ୍ବର ୨୫ ପ୍ରତିଶତ ବିକାଶ କାର୍ଯ୍ୟରେ କାହିଁକି ନ ଲଗାଯିବ ବୋଲି କୋର୍ଟ ପ୍ରଶ୍ନ କରିଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe