Three dead on Shivaratri: ଶିବରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା: ୨୦୦ ମିଟର ଗଭୀର ଖାଇରେ ଖସିଲା ଜିପ୍, ତିନି ମୃତ

Advertisment

ଶିବରାତ୍ରି ସକାଳେ ହିମାଚଳ ପ୍ରଦେଶର ସରାଜରେ ଏକ ଭୟଙ୍କର ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ରବିବାର ଭୋର ପ୍ରାୟ ୪ଟା ସମୟରେ ଘଟିଛି।

ଶିବରାତ୍ରି ସକାଳେ ହିମାଚଳ ପ୍ରଦେଶର ସରାଜରେ ଏକ ଭୟଙ୍କର ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ରବିବାର ଭୋର ପ୍ରାୟ ୪ଟା ସମୟରେ ଘଟିଛି।

WhatsApp Image 2026-02-15 at 9.15.58 AM

ମଣ୍ଡି: ଶିବରାତ୍ରି ସକାଳେ ହିମାଚଳ ପ୍ରଦେଶର ସରାଜରେ ଏକ ଭୟଙ୍କର ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ରବିବାର ଭୋର ପ୍ରାୟ ୪ଟା ସମୟରେ ଘଟିଛି। ଚାରି ବନ୍ଧୁ ଏକ ଜିପ୍ ଯୋଗେ ଘରୁ ବାହାରିଥିଲେ। ବୁନାଲିଧର ନିକଟରେ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।। ଦୁର୍ଘଟଣାଟି ସେମାନଙ୍କ ଘରଠାରୁ ୨୪ କିଲୋମିଟର ଦୂରରେ ଘଟିଛି। ଗାଡ଼ିଟି ବାଗସ୍ୟାଡ଼ ବାସିନ୍ଦା ଯୋଗରାଜଙ୍କର। ଯୋଗରାଜଙ୍କ ପୁଅ ହାର୍ଦ୍ଦିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଆହୁରି ପଢନ୍ତୁ: 🔴 LIVE | News Updates 15 February 2026: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଇଲା ବାଂଲାଦେଶ; କଲମ୍ବୋରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି; ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରବିବାର ସକାଳେ, ଚାରିଜଣ ବନ୍ଧୁ ସେମାନଙ୍କ ଜିପ୍ ଏଚ୍‌ପି୬୫ ୫୧୪୮ରେ କାହାକୁ ନଜଣାଇ ଘରୁ ବାହାରିଥିଲେ। ସେମାନଙ୍କ ଘରଠାରୁ ଅଳ୍ପ ଦୂରରେ, ଲାମ୍ବାଥାଚ-କଲାହାନି ରାସ୍ତାରେ ବୁନାଲିଧର ନିକଟରେ, ଗାଡ଼ିଟି ନିୟନ୍ତ୍ରଣ ହରାଇ ୨୦୦ ମିଟର ଗଭୀର ଖାଇରେ ପଡ଼ିଯାଇଥିଲ। ଖାଇରେ ଗାଡ଼ି ଖସିବାର ଶବ୍ଦ ଶୁଣି ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ଦେଖିଲେ ଗାଡ଼ି ବାହାରେ ଦୁଇ ଜଣ ଯୁବକ ପଡ଼ିଛନ୍ତି, ଭିତରେ ଦୁଇଜଣ ଅଛନ୍ତି। ସେମାନଙ୍କୁ ତୁରନ୍ତ ଉଠାଇ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତର ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ତୃତୀୟ ଜଣଙ୍କର ମୃତ୍ୟୁ ହୋଇଥିଲା।
ମୃତଦେହ ଖଣ୍ଡ ଖଣ୍ଡ, ଚିହ୍ନିବା କଷ୍ଟକର

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତ ଯୁବକମାନଙ୍କ ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଫଳରେ ସେମାନଙ୍କୁ ଚିହ୍ନଟ କରିବା କଷ୍କକର ହୋଇଥିଲା। କୁହାଯାଉଛି ଯେ, ଯୁବକମାନେ ଏକ ଆଇଟିଆଇରେ ପାଠପଢ଼ୁଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ଷ୍ଟେସନ ହାଉସ୍ ଅଫିସର ଜାଞ୍ଜେହଲି ରାମକୃଷ୍ଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe