ticket selling in Barabati Photograph: (sambad.in)
କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍ ପାଇଁ ଅନ୍ଲାଇନ୍ ମାଧ୍ୟମରେ ପୂର୍ବରୁ ୨୦୦୦ ଟିକେଟ୍ ବିକ୍ରି ହୋଇଥିଲା ବେଳେ ଆଜି ସକାଳୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ମୋଟ ପାଞ୍ଚଟି କାଉଣ୍ଟରରେ ଦର୍ଶକଙ୍କୁ ଟିକେଟ୍ ବିକ୍ରି କରାଯାଉଛି। ଅଫଲାଇନ୍ ଟିକେଟ୍ ଆଜି ଓ ଆସନ୍ତାକାଲି ବିକ୍ରି ହେବ ବୋଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଓସିଏର ପୂର୍ବ ଘୋଷଣା ଅନୁଯାୟୀ ପ୍ରାୟ ୧୦ ହଜାର ଟିକେଟ୍ ଅଫ୍ଲାଇନ୍ରେ ବିକ୍ରି କରାଯିବ।
ଅନ୍ୟପଟରେ ୩ ମ୍ୟାଚ ବିଶିଷ୍ଟ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାର ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ପ୍ରେମୀ ଗତକାଲି ରାତିରୁ ଅସମ୍ଭାଳ ଭିଡ଼ ଲଗାଇଛନ୍ତି। ଗତକାଲି ରାତିରୁ ବେରିକେଡରେ ଲୋକମାନଙ୍କୁ ଧାଡ଼ି ଛିଡ଼ା କରାଯାଇଥିଲା। ଆଜି ସକାଳ ୯ଟାରେ ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ଘଣ୍ଟାଏ ବିଳମ୍ବରେ କାଉଣ୍ଟର୍ ଖୋଲିଥିଲା। ତେବେ ଏଥର ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି | ବଡ଼କଥା ଯେ ଏଥର ଟିକଟ କଳାବଜାର ରୋକିବାକୁ କମିସନରେଟ୍ ପୁଲିସ ବାରବାଟୀ ଚାରିପଟେ ଡ୍ରୋନ୍ କ୍ୟାମେରା ଉଡାଉଛି ।
ଆହୁରି ପଢନ୍ତୁ: Repo Rate Decrease: ଶସ୍ତା ହୋଇପାରେ ଗୃହ,ଯାନବାହାନ ଋଣ କିସ୍ତି, ରେପୋ ହାର 25 ବେସିସ ପଏଣ୍ଟ କମାଇଲା ରିଜର୍ଭ ବ୍ୟାଙ୍କ
ଗଳିକନ୍ଦିରେ ଯେଉଁଠି ଟିକଟ କଳାବଜାର କରାଯିବ ଏହା ଉପରେ ନଜର ରଖିବା ସହିତ କୌଣସି ଅପ୍ରୀତିକର ପରିସ୍ଥିତି ହେଲେ ଏହା ଉପରେ ନଜର ରଖାଯାଇଛି । ଏଥର କ୍ରିକେଟ୍ ମ୍ୟାଚ୍ ପାଇଁ ୩୦୦ ସିସି କ୍ୟାମେରା ଲାଗିଥିବା ବେଳେ ପଡ଼ିଆ ବାହାରେ ଟିକଟ କାଉଣ୍ଟର୍, ବ୍ୟାରିକେଡ୍ ନିକଟରେ ୬୪ କ୍ୟାମେରା ଲଗାଯାଇଛି। ସମସ୍ତ କ୍ୟାମେରାକୁ ଓସିଏ କଣ୍ଟ୍ରୋଲ୍ ରୁମ୍ରୁ ନିୟନ୍ତ୍ରଣ କରାଯାଉଛି। ଚକ୍ଷୁ ହସ୍ପିଟାଲ ସାମନା ପଡ଼ିଆ ଓ ପାଣିଟାଙ୍କି ସାମନାରେ ଦୁଇଟି ପ୍ରୋଜେକ୍ଟରରେ ବାହାର କ୍ୟାମେରାର ଦୃଶ୍ୟ ସିଧାସଳଖ ପ୍ରସାରିତ ହେଉଛି। କାଉଣ୍ଟର୍ରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ ଟିକଟ ବିକ୍ରି ପାଇଁ ଏଭଳି କରାଯାଇଥିବା କୁହାଯାଉଛି।
Follow Us