Trump Request: ଇରାନ ପ୍ରଦର୍ଶନୀକାରୀଙ୍କୁ ଆନ୍ଦୋଳନ ଜାରି ରଖିବାକୁ ଟ୍ରମ୍ପଙ୍କ ନିବେଦନ: ସହାୟତା ଆସୁଛି ବୋଲି ପ୍ରତିଶ୍ରୁତି

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆନ୍ଦୋଳନକାରୀଙ୍କୁ ପ୍ରଦର୍ଶନ ଜାରି ରଖିବାକୁ ନି‌ବେଦନ କରିଛନ୍ତି। ସେମାନଙ୍କ ପାଇଁ ସହାୟତା ଆସୁଛି ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିବାବେଳେ ଟ୍ରମ୍ପ ଇରାନ ପ୍ରସଙ୍ଗରେ ସିଧାସଳଖ ହସ୍ତକ୍ଷେପ କରିପାରନ୍ତି ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆନ୍ଦୋଳନକାରୀଙ୍କୁ ପ୍ରଦର୍ଶନ ଜାରି ରଖିବାକୁ ନି‌ବେଦନ କରିଛନ୍ତି। ସେମାନଙ୍କ ପାଇଁ ସହାୟତା ଆସୁଛି ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିବାବେଳେ ଟ୍ରମ୍ପ ଇରାନ ପ୍ରସଙ୍ଗରେ ସିଧାସଳଖ ହସ୍ତକ୍ଷେପ କରିପାରନ୍ତି ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି

Trump

Iran warns US

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆନ୍ଦୋଳନକାରୀଙ୍କୁ ପ୍ରଦର୍ଶନ ଜାରି ରଖିବାକୁ ନି‌ବେଦନ କରିଛନ୍ତି। ସେମାନଙ୍କ ପାଇଁ ସହାୟତା ଆସୁଛି ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିବାବେଳେ ଟ୍ରମ୍ପ ଇରାନ ପ୍ରସଙ୍ଗରେ ସିଧାସଳଖ ହସ୍ତକ୍ଷେପ କରିପାରନ୍ତି ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ କେଉଁ ପ୍ରକାର ସହାୟତା ଯୋଗାଇ ଦେବେ ତାହା ସ୍ପଷ୍ଟ କରିନାହାନ୍ତି। ଇରାନରେ ଆନ୍ଦୋଳନକାରୀଙ୍କୁ ଦମନଲୀଳା ଜାରି ରହିଥିବା ପର୍ଯ୍ୟନ୍ତ ସେ ଇରାନର ଅଧିକାରୀଙ୍କ ସହିତ କୌଣସି ପ୍ରକାରର ଆଲୋଚନା କରିବେ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ଇରାନରେ ବର୍ତ୍ତମାନ ଆନ୍ଦୋଳନକାରୀ ନିରବ ଥିବାବେଳେ ପ୍ରକୃତ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ଇରାନର ଦୁର୍ବଳ ଅର୍ଥନୀତି ତଥା ୮୬ ବର୍ଷୀୟ ସୁପ୍ରିମ ନେତା ଆୟାତୁଲହା ଅଲ୍ଲୀ ଖାମିନେଇଙ୍କ ବିରୋଧରେ ଗତ ଡିସେମ୍ବରରୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଏଥିଯୋଗୁ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଇରାନର ଜଣେ ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆମେରିକା ସ୍ଥିତ ମାନବିକ ଅଧିକାର କର୍ମୀ ନ୍ୟୁଜ ଏଜେନ୍ସି ଅନୁଯାୟୀ ବୁଧବାର ସୁଦ୍ଧା ୨୫୭୧ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି। ଇରାନରେ ଇଣ୍ଟରନେଟ ବନ୍ଦ ଥିବାରୁ ପ୍ରକୃତ ମୃତକଙ୍କ ସଂଖ୍ୟା ଜଣାପଡ଼ିନାହିଁ। ଇରାନ ବିକ୍ଷୋଭକାରୀ ଇରଫାନୀ ସୁଲତାନୀଙ୍କୁ ଆଜି ଫାଶୀ ଦେଇପାରେ।

ଆହୁରି ପଢନ୍ତୁ: Secret Meeting: ଭାରତ ଉପରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନ: ଜୈସ-ଲସ୍କର ଗୁପ୍ତ ବୈଠକ

ଅନ୍ୟପକ୍ଷରେ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଲେ ଇରାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଥିଲେ। ଟ୍ରମ୍ପ ତେହେରାନ ଉପ‌ରେ ଅଧିକ ଚାପ ପକାଇବାକୁ ଅର୍ଥନୀତିକ କଟକଣା ଲଗାଇବା ଏବଂ କୂଟନୈତିକ ଚାପ ସୃଷ୍ଟି କରିବାକୁ ପ୍ରୟାସ ଚଳାଇଛନ୍ତି। ଇରାନ ସହିତ କେହି ବ୍ୟବସାୟ କରିଲେ ସେହି ଦେଶର ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଅର୍ଥନୈତିକ ସଙ୍କଟ ମଧ୍ୟରେ ଇରାନ ନେତୃବୃନ୍ଦ ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଇ ଚାପରୁ ଖସି ଯିବାରେ ସିଦ୍ଧହସ୍ତ।

ଆହୁରି ପଢନ୍ତୁ: Pongal Gift: ଷ୍ଟିଲ୍ ପ୍ଲେଟ୍, ପୋଙ୍ଗଲ ପାତ୍ର, ଘିଅ, ଚାଉଳ, ଶାଢ଼ି: ପୋଙ୍ଗଲ ଉପହାର ମାଧ୍ୟମରେ ତାମିଲ ନେତାଙ୍କ ନିର୍ବାଚନୀ ପ୍ରଚାର

ଅନ୍ୟପକ୍ଷରେ ଇରାନ ସ୍ଥିତିକୁ ନେଇ ଇସ୍ରାଏଲ ହାଇଆଲର୍ଟରେ ରହିଛି। ଇସ୍ରାଏଲ ସେନା ଇରାନର ଆନ୍ଦୋଳନକୁ ଆଭ୍ୟନ୍ତରୀଣ ମାମଲା କହିଥିବାବେଳେ ତେବେ କୌଣସି ଆଶ୍ଚର୍ଯ୍ୟଜନକ ସ୍ଥିତି ପାଇଁ ସତର୍କ ରହିଛି ବୋଲି କହିଛି। ଅନ୍ୟପକ୍ଷରେ ଇରାନର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ରୁଷ୍‌ ଓ ଚୀନ୍‌ କଡ଼ା ବିରୋଧ କରିଛନ୍ତି। ଇରାନ ଆମେରିକା ପ୍ରସଙ୍ଗରେ ଜାତିସଂଘରେ ବିରୋଧ ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe