Trump said about Nobel award: ନୋବେଲ ପୁରସ୍କାର ମିଳିଲେ ହିଁ ଶାନ୍ତି ଗ୍ୟାରେଣ୍ଟି : ଟ୍ରମ୍ପ

Advertisment

ନୋବେଲ ଶାନ୍ତି ପୁରସ୍କାର ନ ପାଇବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତାଶ ହୋଇପଡ଼ିଛନ୍ତି। ତାଙ୍କର ଗ୍ରିନଲାଣ୍ଡ ଦଖଲ ଉଦ୍ୟମ ମଧ୍ୟ ଏହି ହତାଶାଭାବ ସହ ଜଡ଼ିତ ବୋଲି ନିଜେ ରାଷ୍ଟ୍ରପତି ଟ୍ରମ୍ପ ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରଙ୍କ ପାଖକୁ ଲେଖିଥିବା ଏକ ଚିଠିରୁ ସ୍ପଷ୍ଟ ଜଣାପଡ଼ିଯାଇଛି।

ନୋବେଲ ଶାନ୍ତି ପୁରସ୍କାର ନ ପାଇବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତାଶ ହୋଇପଡ଼ିଛନ୍ତି। ତାଙ୍କର ଗ୍ରିନଲାଣ୍ଡ ଦଖଲ ଉଦ୍ୟମ ମଧ୍ୟ ଏହି ହତାଶାଭାବ ସହ ଜଡ଼ିତ ବୋଲି ନିଜେ ରାଷ୍ଟ୍ରପତି ଟ୍ରମ୍ପ ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରଙ୍କ ପାଖକୁ ଲେଖିଥିବା ଏକ ଚିଠିରୁ ସ୍ପଷ୍ଟ ଜଣାପଡ଼ିଯାଇଛି।

Donald Trump

Donald Trump Photograph: (sambad.in)

ୱାସିଂଟନ: ନୋବେଲ ଶାନ୍ତି ପୁରସ୍କାର ନ ପାଇବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତାଶ ହୋଇପଡ଼ିଛନ୍ତି। ତାଙ୍କର ଗ୍ରିନଲାଣ୍ଡ ଦଖଲ ଉଦ୍ୟମ ମଧ୍ୟ ଏହି ହତାଶାଭାବ ସହ ଜଡ଼ିତ ବୋଲି ନିଜେ ରାଷ୍ଟ୍ରପତି ଟ୍ରମ୍ପ ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରଙ୍କ ପାଖକୁ ଲେଖିଥିବା ଏକ ଚିଠିରୁ ସ୍ପଷ୍ଟ ଜଣାପଡ଼ିଯାଇଛି। ଗ୍ରିନଲାଣ୍ଡ ବିବାଦକୁ ନୋବେଲ ଶାନ୍ତି ପୁରସ୍କାର ସହ ଯୋଡ଼ି ଟ୍ରମ୍ପ ନରୱେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ପୁରସ୍କାର ପାଇବାରୁ ବଞ୍ଚିତ ହେବା ତାଙ୍କର ବିଶ୍ୱ ବ୍ୟାପାର ପ୍ରତି ଦୃଷ୍ଟିକୋଣକୁ ପରିବର୍ତ୍ତନ କରିଛି।

ଟ୍ରମ୍ପ ଲେଖିଛନ୍ତି, ଆଠଟି ଯୁଦ୍ଧରୁ ଅଧିକ ବନ୍ଦ କରିଥିଲେ ମଧ୍ୟ ଆପଣଙ୍କ ରାଷ୍ଟ୍ର ମୋତେ ନୋବେଲ ଶାନ୍ତି ପୁରସ୍କାର ନ ଦେବାକୁ ନିଷ୍ପତ୍ତି ନେଇଥିବାରୁ, ମୁଁ ଆଉ ଶାନ୍ତି ବିଷୟରେ ଚିନ୍ତା କରିବାକୁ ବାଧ୍ୟ ନୁହେଁ। ଟ୍ରମ୍ପ କହିଛନ୍ତି, ମୁଁ ଏବେ ଆମେରିକା ପାଇଁ କ’ଣ ଭଲ ଓ ଉପଯୁକ୍ତ ସେ ବିଷୟରେ ଚିନ୍ତା କରିବି। ନରୱେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପ ଏହି ଚିଠି ଲେଖି ପରୋକ୍ଷରେ ଯୁଦ୍ଧ ଧମକ ଦେଇଛନ୍ତି। ସେ ଏକ ପ୍ରକାର କହି ଦେଇଛନ୍ତି ଯେ ନୋବେଲ ପୁରସ୍କାର ମିଳିଲେ ହିଁ ଶାନ୍ତିର ଗ୍ୟାରେଣ୍ଟି ମିଳିବ। ଅନ୍ୟଥା ନୁହେଁ। ଟ୍ରମ୍ପ କହିଛନ୍ତି, ଆମେ ଗ୍ରିନଲାଣ୍ଡକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନ ଆଣିବା ପର୍ଯ୍ୟନ୍ତ ବିଶ୍ବ ସୁରକ୍ଷିତ ନୁହେଁ |

ଆହୁରି ପଢନ୍ତୁ: ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡ଼କୁ ପୁଟିନ୍‌ଙ୍କୁ ନିମନ୍ତ୍ରଣ

‌ନୋବେଲ ପୁରସ୍କାର ପ୍ରତ୍ୟାଖ୍ୟାନକୁ ଆଧାର କରି ଟ୍ରମ୍ପ ଆମେରିକାର ଗ୍ରିନଲାଣ୍ଡ ଦଖଲ ଉଦ୍ୟମକୁ ଯଥାର୍ଥ କହିଛନ୍ତି ଏବଂ ସ୍ୱୟଂଶାସିତ ଅଞ୍ଚଳ ଉପରେ ଡେନମାର୍କର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ ମଧ୍ୟ କୋପେନହେଗେନର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇ ଯୁକ୍ତି ବାଢ଼ିଛନ୍ତି ଯେ, ଡେନମାର୍କ ରୁଷ୍ କିମ୍ବା ଚୀନ୍‌ଠାରୁ ଏହି ଦ୍ୱୀପକୁ ରକ୍ଷା କରିପାରିବ ନାହିଁ।

ଆହୁରି ପଢନ୍ତୁ: Dolphin Counting: ଭିତରକନିକାରେ ଡଲଫିନ ଗଣନା ଆଜିଠୁ ତିନି ଦିନ ଧରି ଚାଲିବ

ଡେନମାର୍କ ଯେଉଁ ଭୂମିକୁ ରୁଷ କିମ୍ବା ଚୀନ୍‌ଠାରୁ ସୁରକ୍ଷା ଦେଇପାରିବ ନାହିଁ, ତା’ ଉପରେ ‘ମାଲିକାନା ଅଧିକାର’ କାହିଁକି ଜାହିର କରିବ? ଉଲ୍ଲେଖଯୋଗ୍ୟ, ନୋବେଲ ଶାନ୍ତି ପୁରସ୍କାର ନରୱେ ସରକାର ଦ୍ୱାରା ସ୍ଥିର କରାଯାଏ ନାହିଁ ବରଂ ଏକ ସ୍ୱାଧୀନ କମିଟି ଦ୍ୱାରା ଏହା ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ଷ୍ଟୋର ନରୱେଜିଆନ୍ ଦୈନିକ ଆଫ୍ଟେନପୋଷ୍ଟେନକୁ ନିଶ୍ଚିତ କରିଛନ୍ତି ଯେ, ସେ ଟ୍ରମ୍ପଙ୍କ ବାର୍ତ୍ତା ପାଇଛନ୍ତି। ସେ କହିଛନ୍ତି, ନରୱେ, ଫିନଲ୍ୟାଣ୍ଡ ଓ ଅନ୍ୟାନ୍ୟ ଦେଶ ଉପରେ ଶୁଳ୍କ ବୃଦ୍ଧି ସଂକ୍ରାନ୍ତ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ଦ୍ବାରା ଏବଂ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବ୍ ପଠାଯାଇଥିବା ପୂର୍ବ ନୋଟ୍‌ର ଜବାବରେ ଟ୍ରମ୍ପଙ୍କଠାରୁ ଏହି ଚିଠି ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe