କିବ୍ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ଆମେରିକା ୟୁକ୍ରେନ ଓ ରୁଷକୁ ଯୁଦ୍ଧ ସମାପ୍ତ କରିବା ପାଇଁ ଜୁନ୍ ମାସର ନୂତନ ସମୟସୀମା ଦେଇଛି। ଜେଲେନସ୍କିଙ୍କ ଅନୁଯାୟୀ, ଆମେରିକା ପ୍ରଶାସନ ଚାହୁଁଛି ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପୂର୍ବରୁ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେଉ। ସେ ଏହା ମଧ୍ୟ କହିଛନ୍ତି, ଆସନ୍ତା ସପ୍ତାହରେ ଦୁଇ ଦେଶକୁ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ଡକାଯାଇଛି। ଜେଲେନସ୍କି ଗଣମାଧ୍ୟମକୁ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଜୁନ୍ ସୁଦ୍ଧା ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ପାଇଁ ୟୁକ୍ରେନ ଓ ରୁଷ ଉଭୟଙ୍କୁ ଚାପ ପକାଇବେ। ଆମେରିକା ଚାହୁଁଛି ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେଉ। ଟ୍ରମ୍ପ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ସ୍ପଷ୍ଟ ସମୟସୀମା ଚାହାନ୍ତି। ଯଦି ଜୁନ୍ ସୁଦ୍ଧା କୌଣସି ଚୁକ୍ତିନାମାରେ ନପହଞ୍ଚା ଯାଏ, ତେବେ ଆମେରିକା ଉଭୟ ପକ୍ଷ ଉପରେ ଆହୁରି ଚାପ ପକାଇପାରେ
ଟ୍ରମ୍ପଙ୍କୁ ପ୍ରତିଶ୍ରୁତି ମନେ ପକାଇ ଦେଲେ ଜେଲେନସ୍କି
ଜେଲେନସ୍କି ମନେ ପକାଇ ଦେଇଛନ୍ତି, ରାଷ୍ଟ୍ରପତି ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ସେ ୨୪ଘଣ୍ଟା ମଧ୍ୟରେ ଯୁଦ୍ଧ ସମାପ୍ତ କରିବେ। ପରେ ୟୁକ୍ରେନ ପାଇଁ ତାଙ୍କର ସ୍ୱତନ୍ତ୍ର ଦୂତ କିଥ୍ କେଲୋଗ୍ କହିଥିଲେ, ଟ୍ରମ୍ପଙ୍କ ଶପଥ ଗ୍ରହଣର ୧୦୦ ଦିନ ମଧ୍ୟରେ ଏକ ଚୁକ୍ତି ହୋଇପାରେ। ମାତ୍ର ଏହି ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ପରବର୍ତ୍ତୀ ସମୟରେ ଆମେରିକା ଗତ ବର୍ଷ ଅଗଷ୍ଟରେ ଏକ ନୂତନ ସମୟସୀମା ସ୍ଥିର କରିଥିଲା, କିନ୍ତୁ ତାହା ମଧ୍ୟ କୌଣସି ଫଳାଫଳ ବିନା ଶେଷ ହୋଇଯାଇଥିଲା। ଡିସେମ୍ବରରେ, ଟ୍ରମ୍ପ ଦାବି କରିଥିଲେ, ଏକ ଶାନ୍ତି ଚୁକ୍ତିନାମା ପ୍ରାୟ ୯୫% ପ୍ରସ୍ତୁତ, ତଥାପି ଯୁଦ୍ଧ ଜାରି ରହିଛି।
ଆହୁରି ପଢନ୍ତୁ: Ghaziabad :ଖୋଲୁଛି ଗାଜିଆବାଦର ତିନି ଭଉଣୀଙ୍କ ଜୀବନଦେବା ରହସ୍ୟ: ବାପାଙ୍କର ୩ ସ୍ତ୍ରୀ, ଚତୁର୍ଥ ଜଣଙ୍କ ସହ ଥିଲା ଅନୈତିକ ସମ୍ପର୍କ
ଆବୁଧାବି ବୈଠକ ବିଫଳ
ଚଳିତ ସପ୍ତାହରେ, ଆବୁଧାବିରେ ଆମେରିକା ନେତୃତ୍ୱରେ ଦୁଇ ଦିନିଆ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକ କୌଣସି ବଡ଼ ଫଳାଫଳ ଦେଇ ନଥିଲେ ମଧ୍ୟ, ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖ୍ୟ କିରିଲୋ ବୁଡାନୋଭ କହିଥିଲେ, ତ୍ରିପାକ୍ଷିକ ଆଲୋଚନା ସକାରାତ୍ମକ ଥିଲା। ଜେଲେନସ୍କି କହିଛନ୍ତି. ଟ୍ରମ୍ପ ପ୍ରଶାସନ ଏବେ ଆମେରିକାରେ ପରବର୍ତ୍ତୀ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତାବ ଦେଉଛି।
ଆହୁରି ପଢନ୍ତୁ: India-Netherlands : ଡେଭିସ୍ କପ୍: ଭାରତ-ନେଦରଲାଣ୍ଡ୍ସ ୧-୧ : ଡି ସୁରେଶ ରଖିଲେ ସମ୍ମାନ
ଏହି ବୈଠକ ଆସନ୍ତା ସପ୍ତାହରେ ମିଆମିରେ ହୋଇପାରେ। ସେ ଏଥିରେ ଯୋଗଦେବା ପାଇଁ ଆମେରିକା ଯିବେ। ଜେଲେନସ୍କି ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଜୁନ୍ ମାସର ସମୟସୀମା ଟ୍ରମ୍ପଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅଭିଯାନ ସହିତ ଜଡିତ ହୋଇପାରେ। ସେ କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆମେରିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ରୁଷ ପ୍ରକୃତରେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛି, ତେବେ ଏକ ନିର୍ଦ୍ଦିଷ୍ଟ ସମୟସୀମା ଜରୁରୀ ବୋଲି ସେ କହିଛନ୍ତି।
Follow Us