୩ବର୍ଷ ହେଲାଣି ଶାରୀରିକ ସମ୍ପର୍କ ରଖିନାହାନ୍ତି ଉର୍ଫି, ଜଣାଇ‌ଲେ କାରଣ

ଏବେ ଉର୍ଫି ଜାଭେଦ୍ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି | ତାଙ୍କର ୱେବ୍ ସିରିଜ୍ 'ଫଲୋ ଲୋ ୟାର୍' ରିଲିଜ୍ ହୋଇଛି | ଯେଉଁଥିରେ ସେ ନିଜ ବ୍ୟକ୍ତିଗତ ବିଷୟରେ ଅନେକ କଥା କହିଛନ୍ତି |

urfi

ମୁମ୍ବାଇ: ଇଣ୍ଟରନେଟ୍ ସେନସେସନ ଉର୍ଫି ଜାଭେଦ ନିଜ ସୋ’ 'ଫଲୋ କରଲୋ ୟାର'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୋ’ ରିଲିଜ୍ ହୋଇସାରିଥିବା ବେଳେ ଏହି ସୋ’ରେ ଉର୍ଫି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି | ଉର୍ଫି ତାଙ୍କର ଭିନ୍ନ ପୋଷାକ ପିନ୍ଧାକୁ ନେଇ ଜଣାଶୁଣା। ଏହି ସୋ’ରେ ସେ ତାଙ୍କର ପୁରା ଜୀବନକୁ ଲୋକଙ୍କ ନିକଟରେ ପ୍ରକାଶ କରିଛନ୍ତି | ସୋ’ରେ ଉର୍ଫି କହିଛନ୍ତି ଯେ, ସେ ୩ବର୍ଷ ହେଲାଣି କାହାକୁ ଚୁମ୍ବନ ଦେଇନାହାନ୍ତି କି ଶାରୀରିକ ସମ୍ପର୍କ ରଖିନାହାନ୍ତି। 

ସୋ’ର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ନିଜ ପ୍ରେମ ଜୀବନ ବିଷୟରେ କହୁଛନ୍ତି। ଉର୍ଫି ଭିଡିଓରେ କହିଛନ୍ତି ଯେ, "ମୁଁ ୩ବର୍ଷ ହେଲାଣି କାହା ସହ ଶାରୀରିକ ସମ୍ପର୍କ ରଖି ନାହିଁ। ମୁଁ କାହାକୁ ଚୁମ୍ବନ ମଧ୍ୟ କରି ନାହିଁ। କେବଳ ଏତିକି ନୁହେଁ, ମୁଁ କାହା ସହିତ ପ୍ରେମ ସମ୍ପର୍କ ମଧ୍ୟ ରଖି ନାହିଁ।"

ଏହା ପଛର କାରଣ ଜଣାଇ ସେ କହିଛନ୍ତି, "ମୁଁ ୩ବର୍ଷ ପୂର୍ବେ ଶପଥ ନେଇଥିଲି ଯେ, ଯେପର୍ଯ୍ୟନ୍ତ ଉର୍ଫିଙ୍କ ପାଖକୁ ପ୍ରାଇଭେଟ ଜେଟ୍ ଆସି ନାହିଁ, ସେପର୍ଯ୍ୟନ୍ତ ଉର୍ଫି କାହାକୁ ଦେଖି ତରଳିବେ ନାହିଁ। ଉର୍ଫିଙ୍କ କହିବା ମୁତାବକ, ଛୋଟ ବେଳୁ ମୁଁ ସବୁ କାମ ଏକାକୀ କରିଆସିଛି। ତେଣୁ ମୋ ଜୀବନସାଥୀ ଆଗରେ ମୁଁ ନରମ ସ୍ବଭାବ ଦେଖାଇପାରିବିନାହିଁ। "

ଅଧିକ ପଢ଼ନ୍ତୁ- https://sambad.in/latest/sexual-harassment-allegations-in-malayalam-film-industry-actor-mohanlal-amma-resigns-6930093

ଅଧିକ ପଢ଼ନ୍ତୁ- https://sambad.in/india-and-beyond/bjp-does-not-want-to-repeat-ayodhya-mistake-yogis-big-announcement-6930135

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe