Viral Video: ଡେଞ୍ଜର ସହ ସ୍ତ୍ରୀ କରୁଥିଲା ପାଲା, ଶେଷରେ ସ୍ବାମୀ ଦେଲା ଦଉଡି

Advertisment

ବାରାଣସୀର ଲୋହଟା ଥାନା ବାଙ୍କଟ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଦେଖିବାକୁ ମିଳିଛି। ୩୦ ବର୍ଷୀୟ ରାହୁଲ ମିଶ୍ରଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମଟମ ପାଇଁ ପଠାଇଥିବା ଜଣାପଡିଛି।

ବାରାଣସୀର ଲୋହଟା ଥାନା ବାଙ୍କଟ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଦେଖିବାକୁ ମିଳିଛି। ୩୦ ବର୍ଷୀୟ ରାହୁଲ ମିଶ୍ରଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମଟମ ପାଇଁ ପଠାଇଥିବା ଜଣାପଡିଛି।

55c18014-b6b8-4b5c-80ea-159889499425

Husband death Photograph: (Photo-NDTV)

ବାରଣାସୀ: ସାତ ଜନମ ପାଇଁ ଜୀବନ ସାଥୀ ହୋଇଥିବା ମଣିଷ ଯେବେ ଧୋକା ଦିଏ ସେତେବେଳେ ପୁରା ସଂସାର ଅନ୍ଧାର ଦେଖାଯାଏ । ସେହିପରି ଏକ ହୃଦୟବିଦାରକ ଘଟଣା ବାରାଣସୀର ଲୋହଟା ଥାନା ଅଞ୍ଚଳ ଅନ୍ତର୍ଗତ ବାଙ୍କଟ ଗାଁରେ ଦେଖିବାକୁ ମିଳିଛି । ଯେଉଁଠାରେ ୩୦ ବର୍ଷୀୟ ରାହୁଲ ମିଶ୍ର ନିଜ ସ୍ତ୍ରୀଙ୍କ ପରକ୍ରିୟାପ୍ରୀତିକୁ ସହି ନ ପାରି ଆତ୍ମହତ୍ୟା କରିଛନ୍ତି । ଘରର ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ରାହୁଲଙ୍କ ମୋବାଇଲ୍ ଫୋନ୍‌ରୁ ୭ ମିନିଟ୍ ୨୯ ସେକେଣ୍ଡର ହୃଦୟ ବିଦାରକ ଭିଡିଓ ମିଳିଛି। ଯାହା ସେ ଆତ୍ମହତ୍ୟାର କରିବାର କିଛି ଘଣ୍ଟା ପୂର୍ବରୁ ରେକର୍ଡ କରିଥିଲେ ବୋଲି ଜଣାପଡିଛି। 

ଭିଡିଓରେ କଣ କହିଛନ୍ତି ରାହୁଲ ମିଶ୍ର  
ସ୍ତ୍ରୀ, ପରକ୍ରିୟାପ୍ରୀତିରେ ସଂପୃକ୍ତ ଥୁବାରୁ ସ୍ବାମୀ ରାହୁଲ ଏହାକୁ ସହିନପାରି ନିଜ ଘରେ ଆମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ମରିବା ଆଗରୁ ନିଜ ମୋବାଇଲ ଫୋନରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, "ମୋ ସ୍ତ୍ରୀର ଶୁଭମ୍ ସିଂହ ଓରଫ ଡେଞ୍ଜର ସହିତ ସମ୍ପର୍କ ରହିଛି। ମୁଁ ବାରମ୍ବାର ତାଙ୍କୁ ଏପରି କରିବାକୁ ବାରଣ କରିଥିଲି। କିନ୍ତୁ ସେ ମୋ କଥାକୁ ଜମା ଶୁଣିନଥିଲେ। ଯେତେବେଳେ ମୁଁ ପିଲାମାନଙ୍କୁ ଦେଖା କରିବାକୁ ଯାଏ, ସେ ମୋତେ ଦେଖା କରିବାକୁ ଦିଅନ୍ତି ନାହିଁ। ମୋ ଶାଶୁ ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି । ସେ ଏପରି କରିବାକୁ ମୋ ସ୍ତ୍ରୀକୁ ଉସୁକାଉଥିଲେ। ମୋ ସ୍ତ୍ରୀ ମୋ ନମ୍ବରକୁ ବ୍ଲକ୍ କରିଦେଇଥିଲେ। ମୁଁ ମୋ ସ୍ତ୍ରୀ ଏବଂ ପିଲାମାନଙ୍କୁ ବହୁତ ଭଲ ପାଏ। ମୁଁ ଆଉ ଏହି ଦୂରତାକୁ ସହି ପାରୁନାହିଁ।"  

ଆହୁରି ପଢନ୍ତୁ: A Story by Rajesh Pujari: ରାଜେଶ ପୂଜାରୀଙ୍କ କଲମରୁ ‘ଅଭାବ’...

ମହିଳାମାନଙ୍କ ଦ୍ବାରା ନିର୍ଯାତିତ ହୁଅନ୍ତି ପୁରୁଷ 
ମହିଳାମାନଙ୍କ ଦ୍ବାରା ପୁରୁଷ ମାନେ ନିର୍ଯାତନାର ଶିକାର ହୁଅନ୍ତି ବୋଲି ରାହୁଲ କହିବା ସହ ଧାରା ୪୯୮ ବିଷୟରେ ବର୍ଣ୍ଣନା କରିଥିଲେ। ରାହୁଲ ଆହୁରି କହିଛନ୍ତି ଯେ, ସେ ଋଣ ଏବଂ କାମର ଅତିରିକ୍ତ ଚାପରେ ରହିଥିବା ସମୟରେ ତାଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ଅନେକ ମିଥ୍ୟା ଅଭିଯୋଗ ଆଣିଥିଲେ। ଯେଉଁଥିପାଇଁ ତାଙ୍କୁ ପୋଲିସ ଷ୍ଟେସନ ଯିବାକୁ ପଡିଥିଲା। ଏତେ ସବୁ ପରେ ବି ସେ ତାଙ୍କୁ ସ୍ବୀକାର କରିଥିଲେ। ଭିଡିଓର ଶେଷରେ ରାହୁଲ ୨୦୧୪ ମସିହାରୁ ପୁରୁଷମାନେ ଅନ୍ୟାୟର ଶିକାର ହେଉଥିବା କଥା କହିଛନ୍ତି। 

ଆହୁରି ପଢନ୍ତୁ: Teachers New ‌Responsibility: ଜାରି ହେଲା ନୂତନ ନିର୍ଦ୍ଦେଶ; ଏଣିକି ବିଷଧର ଜନ୍ତୁ ଓ ପ୍ରାଣୀଙ୍କୁ କାବୁ କରିବେ ଶିକ୍ଷକ!

ରାହୁଲଙ୍କ ଆତ୍ମହତ୍ୟା ଭିଡିଓ ଭାଇରାଲ 
ରାହୁଲଙ୍କ ଏହି ଆତ୍ମହତ୍ୟା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମାମଲା ପୁଣି ଥରେ ଘରୋଇ ହିଂସା ଏବଂ ପୁରୁଷମାନଙ୍କ ସହ ଜଡିତ ଥିବା ଆଇନଗତ ବ୍ୟବସ୍ଥା ବିଷୟରେ ସଂପର୍କରେ ତର୍କ ଆରମ୍ଭ କରିଛି। ପରେ ପୋଲିସ ଏହି ଭିଡିଓକୁ ଯାଞ୍ଚ କରି ମାମଲାର ତଦନ୍ତ ଆରମ୍ଭ କରିଛି ।

ପ୍ରେମ ଦେଲା ଧୋକା 
ରାହୁଲ ପାଞ୍ଚ ବର୍ଷ ପୂର୍ବେ ଲଖନପୁରରେ ରହୁଥିବା ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ କରିଥିଲେ। ହେଲେ ସ୍ତ୍ରୀଙ୍କ ଅନ୍ୟ କାହା ସହ ଶାରୀରିକ ସଂପର୍କ ଥିବାରୁ ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ଏହି ଘଟଣା ପରେ ରାହୁଲଙ୍କ ମା ମୁହଁ ଖୋଲିଛନ୍ତି । ସେ ସିଧାସଳଖ ଭାବରେ ରାହୁଲଙ୍କ ସ୍ତ୍ରୀ, ପ୍ରେମିକ ଶୁଭମ ସିଂହ ଏବଂ ଶାଶୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାହୁଲଙ୍କ ମାଙ୍କ ବୟାନ ଆଧାରରେ ଦୋଷୀଙ୍କ  ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe