tejaswi yadav in election rally Photograph: (@yadavtejashwi)
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୬୦.୪୦% ମତଦାନ ହୋଇଛି। କିଶନଗଞ୍ଜରେ ସର୍ବାଧିକ ୬୬.୧୦% ଭୋଟର ମତଦାନ ରେକର୍ଡ କରାଯାଇଥିଲା, ଯେତେବେଳେ ନୱାଡାରେ ସର୍ବନିମ୍ନ ୫୩.୧୭% ମତଦାନ ହୋଇଥିଲା। ଜନଶକ୍ତି ଜନତା ଦଳ ମୁଖ୍ୟ ଏବଂ ମହୁଆ ପ୍ରାର୍ଥୀ ତେଜ ପ୍ରତାପ ଯାଦବ କହିଛନ୍ତି ଯେ ମହିଳାମାନେ ବହୁ ସଂଖ୍ୟାରେ ଭୋଟ ଦେଉଛନ୍ତି। "ସରକାରରେ ପରିବର୍ତ୍ତନ ହେବ," ସେ କହିଛନ୍ତି, ନଭେମ୍ବର ୧୪ ତାରିଖରେ ଲୋକମାନେ ଆମକୁ କହିବେ ଯେ କିଏ କେଉଁ ବିକାଶ କରିଛି। ଅନ୍ୟପଟେ ଆରଜେଡି ନେତା ତେଜସ୍ୱୀ ଯାଦବ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି, "ମୋର ହୃଦୟ ଆନନ୍ଦରେ ପୂର୍ଣ୍ଣ, ମୋର ବିହାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି। ସବୁ ସ୍ଥାନରୁ ବମ୍ପର ଭୋଟିଂର ଖବର ଆସୁଛି।
ବୃଦ୍ଧ, ମହିଳା, ଯୁବକ, ବ୍ୟବସାୟୀ, ଚାଷୀ, ପ୍ରତ୍ୟେକ ଜାତି, ପ୍ରତ୍ୟେକ ବର୍ଗ ଗଣତନ୍ତ୍ରର ଏହି ମହୋତ୍ସବରେ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି। ଏହି କ୍ରମ ବନ୍ଦ ହୋଇନାହିଁ।" ମୁଁ ସମସ୍ତ ବିହାରୀଙ୍କୁ ଭୋଟ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ବିନମ୍ରତାର ସହ ନିବେଦନ କରୁଛି।
ଆହୁରି ପଢନ୍ତୁ: Delhi Red Fort Blast: ବିସ୍ଫୋରଣରେ ବ୍ୟବହୃତ କାର୍ ୧୦ ଦିନ ପୂର୍ବେ ପ୍ରଦୂଷଣ ଯାଞ୍ଚ ପାଇଁ ଯାଇଥିଲା: ସିସିଟିଭିରେ ୩ ଜଣ ଯାତ୍ରୀ ଥିବାର ପ୍ରମାଣ
ତୁମ ଆଙ୍ଗୁଠିରେ ଲାଗିଥିବା ନୀଳ ସ୍ୟାହି ତୁମର ଭବିଷ୍ୟତକୁ ନୂଆ ରଙ୍ଗ ଦେବ। ତୁମେ ଯେଉଁ ବଟନ୍ ଦବାଇବ ତାହା ତୁମର ଶକ୍ତି, ସୁରକ୍ଷା, ସମୃଦ୍ଧି, ଶାନ୍ତି ଏବଂ ଆଗାମୀ ପାଞ୍ଚ ବର୍ଷ ପାଇଁ ଭବିଷ୍ୟତ ନିର୍ଣ୍ଣୟ କରିବ। ତେଣୁ, ଘରୁ ବାହାରି ଆସି ତୁମର ବିହାର ପାଇଁ, ଏକ ନ୍ୟାୟପୂର୍ଣ୍ଣ ସରକାର ପାଇଁ ଭୋଟ ଦିଅ।
ଆହୁରି ପଢନ୍ତୁ: Delhi Blast: ଗୁଗୁଲରେ ଦିଲ୍ଲୀ କାର ବିସ୍ଫୋରଣ ସମ୍ପର୍କ ଏସବୁ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ
ସେହିପରି ଯଦି ଭୋଟ ଦେବାକୁ ଯାଇଛ ଭୋଟ ନ ଦେଇ ଫେରିଆସନାହିଁ | ଯେମିତି ବି ହେଉ ଭୋଟ ଦିଅ | ଉଲ୍ଲେଖ ଥାଉ କି ଶେଷ ପର୍ଯ୍ୟାୟରେ ୩.୭ କୋଟିରୁ ଅଧିକ ଭୋଟର ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶେଷ ପର୍ଯ୍ୟାୟରେ ଏନଡିଏ ୫୩ ପ୍ରାର୍ଥୀ ଦେଇଥିବାବେଳେ ଜେଡିୟୁ ୪୪ ଏବଂ ଏଲ୍ଜେପି (ଆର୍) ୧୫ ଆସନରେ ପ୍ରାର୍ଥୀ ଦେଇଛି। ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା ୬ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବାବେଳେ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ ଆସନରେ ନିର୍ବାଚନ ଲଢ଼ୁଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ମହାମେଣ୍ଟର ଆର୍ଜେଡି ସର୍ବାଧିକ ୭୧ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୩୭ ପ୍ରାର୍ଥୀ ଦେଇଛି। ମୁକେଶ ଶାହାଣୀଙ୍କ ନେତୃତ୍ବାଧୀନ ବିକାଶ ଶୀଳ ଇନସାନ ପାର୍ଟି ୮ ଆସନରେ ନିର୍ବାଚନ ଲଢ଼ୁଛି ଏବଂ ସିପିଆଇଏମ୍ଏଲ୍ ୬ ଆସନରେ ନିର୍ବାଚନ ଲଢ଼ୁଛି।
Follow Us