ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ମେକଅପ୍ ବିନା ମଧ୍ୟ ଚମକଦାର ଏବଂ କୋମଳ ତ୍ୱଚା ପାଇବାକୁ ଚାହିଁଥାଆନ୍ତି। ତଥାପି ପ୍ରଦୂଷଣ, ଏବଂ ସୂର୍ଯ୍ୟର ପ୍ରଖର କିରଣ ତ୍ୱଚାରେ ମଳିନତା ସୃଷ୍ଟି କରିଥାଏ। ଏପରି ସ୍ଥିତିରେ ଘରୋଇ ଉପଚାର ହେଉଛି ସବୁଠାରୁ ସୁରକ୍ଷିତ ବିକଳ୍ପ। ଯଦି ଆପଣ ଲେମ୍ବୁ, ଗ୍ଲିସେରିନ୍ ଏବଂ ଗୋଲାପ ଜଳକୁ ନିଜ ତ୍ବଚାରେ ସଠିକ ଭାବରେ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ କୌଣସି କ୍ରିମ୍ କିମ୍ବା ଲୋସନର ଆବଶ୍ୟକତା ପଡ଼ିବ ନାହିଁ। ଏହା ବ୍ୟତୀତ ଏହି ମିଶ୍ରଣ ଆପଣଙ୍କ ତ୍ୱଚାକୁ ଭିତରୁ ପୋଷଣ ଯୋଗାଇବାରେ ସାହାଯ୍ୟ କରିଥାଏ। ନିୟମିତ ଏହାକୁ ବ୍ୟବହାର କରିବା ଦ୍ବାରା ବିନା ମେକଅପରେ ଆପଣଙ୍କ ତ୍ୱଚା କୋମଳ ସହ ଉଜ୍ଜଳ ମଧ୍ୟ ଦେଖାଯାଇଥାଏ।
ଆବଶ୍ୟକୀୟ ଉପକରଣ
ଲେମ୍ବୁ ରସ – ୧ରୁ ୨ଚାମଚ
ଗ୍ଲିସେରିନ୍ - ୧ଚାମଚ
ଗୋଲାପ ଜଳ -୨ ଚାମଚ
ଛୋଟ ପାତ୍ର ଏବଂ ଚାମଚ - ମିଶ୍ରଣ ତିଆରି କରିବା ପାଇଁ
ଆହୁରି ପଢନ୍ତୁ: No Tilak, No Entry: ତିଳକ ଲଗାଇନ ଯଦି ପ୍ରବେଶ ମନା
ପ୍ରସ୍ତୁତି ପ୍ରଣାଳୀ
ଏହି ମିଶ୍ରଣକୁ ତିଆରି କରିବା ପାଇଁ ପ୍ରଥମେ ଏକ ଛୋଟ ପାତ୍ରରେ ଅଧ ଚାମଚ ଲେମ୍ବୁ ରସ ଢାଳନ୍ତୁ। ତାପରେ ଏଥିରେ ଗୋଟିଏ ଚାମଚ ଗ୍ଲିସେରିନ୍ ମିଶାନ୍ତୁ। ପରେ ଦୁଇ ଚାମଚ ଗୋଲାପ ଜଳ ମିଶାଇ ସବୁକିଛି କୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଏହାପରେ ଆପଣଙ୍କ ଘରୋଇ ଫେସପ୍ୟାକ ପ୍ରସ୍ତୁତ ହୋଇଯିବ।
ଆହୁରି ପଢନ୍ତୁ: Ishan Kishan Record: ୧୦ ଛକା, ୬ ଚୌକା: ନୂଆ ରେକର୍ଡ କଲେ ଇଶାନ କିଶାନ
କିପରି କରିବେ ବ୍ୟବହାର?
ଏହି ଘରୋଇ ଫେସପ୍ୟାକକୁ ବ୍ୟବହାର କରିବା ଆଗରୁ ପ୍ରଥମେ ଆପଣଙ୍କ ମୁହଁକୁ ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ତା'ପରେ, ଲେମ୍ବୁ, ଗ୍ଲିସେରିନ୍ ଏବଂ ଗୋଲାପ ଜଳର ମିଶ୍ରଣକୁ ଆପଣଙ୍କ ମୁହଁ ଏବଂ ବେକରେ ଧୀରେ ଧୀରେ ଲଗାନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ୍ ପାଇଁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ। ଏହି ସମୟ ଭିତରେ ପ୍ଯାକଟି ଆପଣଙ୍କ ମୁହଁକୁ ପୋଷଣ ଯୋଗାଇବା ସହ ଆର୍ଦ୍ରତା ଦୂର କରିବାର କାର୍ଯ୍ୟ କରିଥାଏ। ମିଶ୍ରଣ ବା ପ୍ୟାକଟି ଶୁଖିଗଲା ପରେ ଉଷୁମ ପାଣିରେ ଆପଣଙ୍କ ମୁହଁ ଏବଂ ବେକକୁ ଭଲ ଭାବରେ ଧୋଇ ଦିଅନ୍ତୁ।ଏହାପରେ ସଫା ତଉଲିଆ ବା ରୁମାଲ ସାହାଯ୍ୟରେ ମୁହଁକୁ ଭଲଭାବରେ ପୋଛନ୍ତୁ। ଏହି ପ୍ରକ୍ରିୟାକୁ ସପ୍ତାହରେ ୨ରୁ ୩ ଥର କରନ୍ତୁ ଯାହାଫଳରେ ବିନା ମେକଅପରେ ମଧ୍ୟ ଆପଣଙ୍କ ମୁହଁ ଉଜ୍ଜ୍ୱଳ ଦେଖାଯିବ। ଏହି ପ୍ରାକୃତିକ ଉପଚାର ଗ୍ରହଣ କରି ଆପଣ ମହଙ୍ଗା ମେକଅପ୍ ଉପରେ ନିର୍ଭର ନକରି ମୁହଁରେ କୋମଳତା ଏବଂ ଚମକ ହାସଲ କରିପାରିବେ। ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ପାଣି ଏବଂ ସୂର୍ଯ୍ୟ କିରଣରୁ ରକ୍ଷା ପାଇଲେ ଆପଣ ଆପଣଙ୍କ ମୁହଁରେ ଭଲ ଫଳାଫଳ ପାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/18/75c77466-1637-4c55-811c-f4e0df3d44b8-2025-12-18-21-00-12.jpg)