Raid 11 Gamblers Detained ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ: ୧୧ ଜୁଆଡ଼ି ଅଟକ, ନଗଦ ୬୭ ହଜାର ଟଙ୍କା ଜବତ

କଣ୍ଟାବାଞ୍ଜିରେ ଜୁଆ ଆଡ୍ଡାରେ ପୁଲିସ ପକ୍ଷରୁ Raid କରାଯାଇଥିବା ଜଣାଯାଇଛି। ୧୧ ଜୁଆଡ଼ିଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଘଟଣାସ୍ଥଳରୁ ନଗଦ ୬୭ ହଜାର ଟଙ୍କା ଜବତ କରିଛି ପୁଲିସ।

kantabanjhi ps

11 gamblers detained at kantabanjhi Photograph: (Sambad.in)

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଜୁଆ ଆଡ୍ଡାରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଛି। ୧୧ ଜୁଆଡ଼ିଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଘଟଣାସ୍ଥଳରୁ ନଗଦ ୬୭ ହଜାର ଟଙ୍କା ଜବତ କରିଛି ପୁଲିସ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି କେଭି କଲେଜ ପଛ ପଟେ ଥିବା କାଦୋଭସା ଗାଁ ନିକଟରୁ ଗତକାଲି ରାତିରେ ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ କରିଥିଲା। ଏଥିରେ ଥିବା ୧୧ ଜଣ ଜୁଆଡ଼ିଙ୍କୁ କାବୁ କରିଛି ପୁଲିସ। ପୁଲିସ ଏସଡିପିଓ ଲଷ୍ମୀ ନାରାୟଣ ମାରାଣ୍ଡିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ଜୁଆଡ଼ିମାନଙ୍କ ଠାରୁ ନଗଦ ୬୭ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ:Elephant Attack Death ତେଲକୋଇରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ, ଜଣେ ଗୁରୁତର

ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଓ ଦୋକାନୀ ସାମିଲ

ଏନେଇ ପୁଲିସର ପ୍ରତିକ୍ରିୟା ମିଳି ନାହିଁ। ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଜୁଆଡ଼ିମାନଙ୍କ ମଧ୍ୟ ସହରର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଓ ଦୋକାନୀ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: Health Minister BJD MLA Assembly ବିଧାନସଭାରେ ବିଜେଡି ବିଧାୟକଙ୍କୁ କଡ଼ା ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

 କିଛି ଜୁଆଡ଼ି ଘଟଣାସ୍ଥଳରୁ ଫେରାର ହୋଇଥିବା ମଧ୍ୟ ଜଣାପଡ଼ିଛି।

କାଙ୍କକୁମର ଜଙ୍ଗଲରେ ଜୁଆ ଖେଳ

ଏଣେ ଗତକାଲି ଲଇକେରା ଥାନା ତିଲେଇମାଲ ପଞ୍ଚାୟତ  କାଙ୍କକୁମର ଜଙ୍ଗଲରେ  ତାସ୍ ପତି ମାଧ୍ୟମରେ ଜୁଆ ଖେଳୁଥିବା ବେଳେ  ଲଇକେରା ପୁଲିସ ମାଡ଼ି ବସିଥିଲା। ଲଇକେରା ଥାନା ଅଧିକାରୀ  ଦିଲୀପ ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ କାଙ୍କକୁମର ଜଙ୍ଗଲରେ  ଜୁଆ ଖେଳ ହେଉଥିବାର ସୂଚନା ପାଇ ଚଢ଼ାଉ କରିଥିଲେ ।

ତାସ୍ ପତିରେ ଖେଳୁଥିବା ୩ ଜଣ ଜୁଆଡିଙ୍କୁ ମାଡିବସିବା ସହିତ ତାଙ୍କ  ନିକଟରୁ ୬ ହଜାର ୬୩୦ ଟଙ୍କା ଓ ତିନୋଟି ସେଟ ତାସ୍ ପତି ସହ ୬ଟି ମୋଟର ସାଇକେଲ ଜବତ କରିଥିଲେ ।

ଜୁଆଡ଼ିମାନେ ହେଲେ ସମ୍ବଲପୁରଜିଲ୍ଲା ବାମରା ଥାନା ଗୋବିନ୍ଦ ପୁର ଅଞ୍ଚଳର ରଞ୍ଜିତ ପୂର୍ତ୍ତି , ବିକାଶ ପ୍ରସାଦ, ବିପ୍ଳବ ସରକାର । ଅନ୍ୟ ଜୁଆଡ଼ିମାନେ ପୁଲିସକୁ ଦେଖି ଜଙ୍ଗଲ ମଧ୍ୟକୁ ଦଉଡ଼ି ଖସି ଯାଇଥିଲେ ।

ଏନେଇ ଲଇକେରା ଥାନାରେ ଏକ ମାମଲା ରୁଜ୍ଜୁ କରି ଗିରଫ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଥାନା ଅଧିକାରୀଙ୍କ ସହିତ ଲଇକେରା ଥାନାର ରାତ୍ରି କାଳୀନ  ପୁଲିସ ପେଟ୍ରୋଲିଂ ଟିମ୍ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe