Encounter 14 naxals Death ଏନକାଉଣ୍ଟରରେ ୧୪ ନକ୍ସଲ ନିହତ, ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କଣ୍ଟା ଏବଂ କିଷ୍ଟାରାମ ଜଙ୍ଗଲରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ Encounter ଘଟିଛି। ଏହି ଗୁଳିବିନିମୟରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କଣ୍ଟା ଏବଂ କିଷ୍ଟାରାମ ଜଙ୍ଗଲରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ Encounter ଘଟିଛି। ଏହି ଗୁଳିବିନିମୟରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି।

naxal

14 naxals killed in encounter today Photograph: (sambad.in)

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କଣ୍ଟା ଏବଂ କିଷ୍ଟାରାମ ଜଙ୍ଗଲରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି।

୧୪ ନକ୍ସଲଙ୍କ ମୃତଦେହ ଉଦ୍ଧାର

ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ, ସିଆରପିଏଫ ଯବାନ କଣ୍ଟା ଜଂଗଲରେ ଚଢ଼ାଉ କରିଥିଲେ। ଆଜି ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏବେ ବି ରହି ରହି ଦୁଇ ପଟରୁ ଗୁଳିବିନିମୟ ଚାଲିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ବେଳେ ୧୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଏମାନଙ୍କ ଭିତରେ କଣ୍ଟା ଏରିଆ କମିଟିର ଡିଭିସିଏମ ସଦସ୍ୟ ସଚିନ ମଙ୍ଗୁଡୁ ମଧ୍ୟ ନିହତ ହୋଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: Dead Body Shop Keeper Rescued ତେଲ ନଦୀ ବ୍ରିଜ ତଳେ ତେଜରାତିି ଦୋକାନୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା ବଢ଼ିଲା ସନ୍ଦେହ

 ସର୍ଚ୍ଚ ଅପେରସନ ଜାରି ରହିଛି। ଆହୁରି ଅଧିକ ନକ୍ସଲ ମୃତାହତ ହୋଇଥିବା କୁହାଯାଇଛି। ସୁକମା ଏସପି କିରଣ ଚୌହାନ ଘଟଣା ଉପରେ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: Worker Critical Attack Elephant ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ଶ୍ରମିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe