‘ହରପିସ’ରେ ସଂକ୍ରମିତ ହାତୀ ଶାବକ ଅଭିର ମୃତ୍ୟୁ

ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି। ହରପିସ୍‌ ସଂକ୍ରମଣରେ ୧୭ ମାସର ଅଣ୍ଡିରା ହାତୀ ‘ଅଭି’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ଗୁରୁବାର ଠାରୁ ଅଭି ଚିକିତ୍ସାଧିନ ଥିଲା। ତାର ଶରୀରର ତାପମାତ୍ରା ବୃଦ୍ଧି ପାଇବା କାରଣରୁ ପ୍ରାଣୀ ଚିକିତ୍ସକମାନେ ଚିିକିତ୍ସା କରୁଥିଲେ।

avi

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି। ହରପିସ୍‌ ସଂକ୍ରମଣରେ ୧୭ ମାସର ଅଣ୍ଡିରା ହାତୀ ‘ଅଭି’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ଗୁରୁବାର ଠାରୁ ଅଭି ଚିକିତ୍ସାଧିନ ଥିଲା। ତାର ଶରୀରର ତାପମାତ୍ରା ବୃଦ୍ଧି ପାଇବା କାରଣରୁ ପ୍ରାଣୀ ଚିକିତ୍ସକମାନେ ଚିିକିତ୍ସା କରୁଥିଲେ। ରୋଗରେ ଆକ୍ରାନ୍ତ ଯୋଗୁଁ ଅଭି ଠିକ ଭାବରେ ଖାଦ୍ୟ ଗ୍ରହଣ କରିପାରୁ ନଥିଲା। 

ଓୟୁଏଟିର ପ୍ରଫେସରଙ୍କ ତତ୍ବବଧାନରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ଅଭିର ଚିକିତ୍ସା ଜାରି ରଖିିଥିଲେ। ଉଭୟ ଚିକିତ୍ସକ ଓ ମାହୁନ୍ତ ଅଭି ଉପରେ ୨୪ ଘଣ୍ଟିଆ ନଜର ରଖିଥିଲେ।। ସ୍ବାସ୍ଥ୍ୟର ପରିବର୍ତ୍ତନ ନହେବାରୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋଟରେ ହରପିସ ପଜିଟିଭ ଆସିଥିଲା।

ଅଭିକୁ  ୨୦୨୩ ଜୁନ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ତାକୁ ୨ ମାସ ବୟସ ହୋଇଥିଲା। ଘଟଗାଁରୁ ଉଦ୍ଧାର କରି ନନ୍ଦନକାନନକୁ ପ୍ରାଣୀ ଅଣାଯାଇଥିଲା।

ଏହି ଖବର ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀଉଦ୍ୟାନ ବାଘ ଖୁଆଡରେ କୁମ୍ଭୀର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe