17 Detained Bhadrak Bangladeshi Link: ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ ଅଟକ, ଚାଲିଛି ପ୍ରମାଣପତ୍ର ଯାଞ୍ଚ

ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ detained । ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ତଦନ୍ତ। ଅଟକ ୧୭ ଜଣଙ୍କର ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ଜଣା ପଡ଼ିବ ପ୍ରକୃତ ତଥ୍ୟ।

Untitled-4

17 persons detained at bhadrak in bangladeshi link Photograph: (SAMBAD.IN)

ଭଦ୍ରକ: ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ ଅଟକ। ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ତଦନ୍ତ। ଅଟକ ୧୭ ଜଣଙ୍କର ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ଜଣା ପଡ଼ିବ ପ୍ରକୃତ ତଥ୍ୟ।

କଲିକତାର ମୁର୍ଶିଦାବାଦ ଅଞ୍ଚଳର ୧୭ ଜଣ ଲୋକ ଭଦ୍ରକ ଆସୁଥିଲେ। ସେମାନଙ୍କୁ ଭଦ୍ରକର ଟାଉନ ପୁଲିସ  ଭଦ୍ରକ ବସଷ୍ଟାଣ୍ଡ ନିକଟରୁ ଠାବ କରିବା ସହ ପଚରାଉଚରା କରିଥିଲା। ସେମାନଙ୍କ ଗତିବିଧି ଓ କଥାବାର୍ତ୍ତାରୁ ପୁଲିସର ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ଭଦ୍ରକ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ରାତ୍ରି କାଳୀନ ବିଶ୍ରାମଗାରରେ ଅଟକ ରଖିଛି। ଅଟକ ଥିବା ଏହି ବ୍ୟକ୍ତିମାନଙ୍କର ଆଧାର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି ପୁଲିସ। ଯାଞ୍ଚ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ଏସ ପି ଶ୍ରୀ ରାଉତ କହିଛନ୍ତି।

ଓଡ଼ିଶାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ: ପୃଥ୍ବୀରାଜ ହରିଚନ୍ଦନ

ଏଣେ ଓଡ଼ିଶାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି । ଏନେଇ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରର ଯେଉଁ ଭୂମିକା ରହିଛି, ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି ।

ଆହୁରି ପଢ଼ନ୍ତୁ:Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ

ବାଂଲାଦେଶୀ ହଟାଇବା ଦାବିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ

ଏଣେ ବାଂଲାଦେଶୀ, ରୋହିଁଗ୍ୟା ହଟାଇବା ଦାବିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା କେନ୍ଦୁଝର ୧୨ ଘଣ୍ଟିଆ ବନ୍ଦ ଡାକରାରେ ସମ୍ପୂର୍ଣ କେନ୍ଦୁଝର ଠପ ହୋଇଯାଇଛି । ଏପରିକି କେନ୍ଦୁଝର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ଏହାକୁ ସମର୍ଥନ କରି ଦୋକାନ ବଜାର, ଗାଡ଼ିମଟର ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁର ସହରଠାରୁ ମାତ୍ର ୫/୬ କିଲୋମିଟର ଦୂର ଧନୀପୁର ବେହେରାମପୁର ବସ୍ତିରେ ସନ୍ଦିଗ୍ଧ ବାଂଲାଦେଶୀ ଆଡ଼ା ଜମାଇଥିଲେ। ଗତକାଲି ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ କରି ଘର ମାଲିକ ସିକନ୍ଦର ଆଲାମ୍ ସହ ୧୦ରୁ ଅଧିକ ଫେରାର ହୋଇଯାଇଥିଲେ। ସେମାନଙ୍କ ଭିତରେ ଅନେକ ବାଂଲାଦେଶୀ ଥିବାବେଳେ ବନ୍ଧୁକ ଓ ମାରଣାସ୍ତ୍ର ସହ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଗୋଚର ଜମିରେ ଥିବା ୧୦ ବଖରା ଘରକୁ ଆଜି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୁଲ୍‌ଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି। ତରିକୁନ୍ଦ କଲେଜ ପଛପାଖ ଧନୀପୁର ସାତପୁରା ବେଆଇନ ବସ୍ତିରେ ବାଂଲାଦେଶୀ ରହୁଥିବା ଅଭିଯୋଗ ଆସିବା ପରେ ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ବି ଚଢ଼ଉ କରିଥିଲେ।

ଆହୁରି ପଢ଼ନ୍ତୁ:BDO Demanding PC: ବହଳଦା ବିଡ଼ିଓଙ୍କ ବିରୋଧରେ ସରପଞ୍ଚମାନଙ୍କ ସଙ୍ଗୀନ ଅଭିଯୋଗ

ସେଠାରେ ମଧ୍ୟ ବୁଲ୍‌ଡୋଜର ଲଗାଇ ୭ଟି ଘର ଭାଙ୍ଗି ଦିଆଯାଇଛି। ପୁଲିସ ମୋଟ ୧୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ପୁଲିସ ଗତକାଲି ଯେଉଁ ଦମ୍ପତିଙ୍କୁ ଅଟକ ରଖିଥିଲା ସେମାନେ କୌଣସି ପରିଚୟପତ୍ର ଏଯାଏଁ ଦେଖାଇ ପାରିନାହାନ୍ତି। ସେହିପରି ଆଜି ଯେଉଁ ୧୦ ଜଣଙ୍କୁ ଅଟକ ରଖାଯାଇଛି ସେମାନେ ପଶ୍ଚିମବଙ୍ଗର ଆଧାର କାର୍ଡ ଏବଂ ଓଡ଼ିଶାର ଭୋଟର ପରିଚୟପତ୍ର ଦେଖାଉଛନ୍ତି। ଅନ୍ୟପକ୍ଷରେ ଗତକାଲି ପୁଲିସକୁ ଆକ୍ରମଣ ଘଟଣାରେ ଗିରଫ ଦୁଇ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଜିଲ୍ଲାପାଳ ଜେ. ସୋନାଲ କହିଛନ୍ତି ଯେ ବାଂଲାଦେଶୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe