Junior Mining Officers Beaten ବେଆଇନ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼

Advertisment

ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ junior mining officersଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ junior mining officersଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Thieves Looted gold and silver crowns from Soro Jagannath temple

2 junior mining officers were beaten at soro Photograph: (sambad.in)

ସୋର: ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏବଂ ସମ୍ବିତ କୁମାର ମଣି ଦାଣ୍ଡ ହରିପୁର ଗ୍ରାମରେ ୩ଟି ଡମ୍ପର ବେଆଇନ ଭାବେ ପଥର ଚାଲାଣ କରୁଥିବା କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ କେହି ଖଣି ବିଭାଗକୁ ଖବର ଦେଇଥିବା ଅଭିଯୋଗ କରି ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲେ। 

ଏହି ସମୟରେ ଖଣି ଅଧିକାରୀ ଦ୍ବୟ ଗାଡ଼ିକୁ ଜବତ କରି ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଗାଡ଼ିକୁ ଛାଡ଼ି ପଳାଇ ଆସି ଏ ବାବଦରେ ଖଣି ଅଧିକାରୀ ଜଗନ୍ନାଥ ଦାସ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ

ଗତ ମାସ ୩୦ ତାରିଖରେ ସୋର ତହସିଲ ଓ ଖଣି ବିଭାଗ ପକ୍ଷରୁ ପୃଥକ ଭାବେ ଚଢ଼ାଉ କରାଯାଇ ୧୦ଟି ପଥର ଓ ୫ଟି ବାଲି ବୋଝେଇ ଗାଡ଼ିକୁ ଜବତ କରାଯାଇଥିଲା।

ବାଗୁଡିରୁ ପଥର ଚୋରା ଚାଲାଣ

ସୂଚନା ଅନୁସାରେ ରାତିରେ ବାଗୁଡିରୁ ପଥର ଚୋରା ଚାଲାଣର ଖବର ପାଇ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବିଦୁ ନିକଟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୮ଟି ପଥର ବୋଝେଇ ଗାଡ଼ିକୁ ଖଣି ବିଭାଗ ପକ୍ଷରୁ ଜବତ କରାଯାଇ ଥାନାରେ ଜିମା ଦିଆଯାଇଥିଲା।

ଅନ୍ୟପଟେ ସୋର ତହସିଲଦାର ଦୈତାରି ମଲ୍ଲିକ ବିଳମ୍ବିତ ରାତିରେ ରୁଷୋ ଛକ ନିକଟରୁ ଦୁଇଟି ପଥର ବୋଝେଇ ଡମ୍ଫର ଜବତ କରିବା ସହ ଜାତୀୟ ରାଜପଥରେ ଚଢ଼ାଉ କରିଥିଲେ। ଏହି ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ୫ଟି ବାଲି ବୋଝେଇ ହାଇୱାକୁ ମଧ୍ୟ ଜବତ କରି ଥାନାରେ ଜିମା ଦେଇଥିଲେ।

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ଏହି ଚଢ଼ାଉ ପରେ ମାଫିଆଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ଚଢ଼ାଉ ହେଉଥିବା ଜାଣିପାରି ଅନେକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।

ଏଣେ ଗତ ମାସ ୨୭ ତାରିଖରେ ବାଲେଶ୍ୱର ଖଣି ବିଭାଗ ଓ ସୋର ତହସିଲ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଥିଲା।  ସକାଳେ ସୋର ତହସିଲଦାର ଦୈତାରି ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏକ ଟିମ ସହ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା  ବେଆଇନ ବାଲି ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ ଏହି ସମୟରେ ଓଡ଼ି ୨୯ ଇ ୮୮୬୨,ଓଆର ୦୧ ପି ୪୮୦୭ ଓ ଓଡ଼ି୨୨ ଡବ୍ଲୁ ୮୮୪୫ ନମ୍ବର ବିଶିଷ୍ଟ ତିନୋଟି ବେଆଇନ ବାଲି ବୋଝେଇ ଗାଡ଼ିକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲା। ଚଢ଼ାଉ ହେଉଥିବା ଜାଣିପାରି ୨୫ ରୁ ଅଧିକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe