2 maoists arrested Photograph: (mint)
ବିଶ୍ରା: ଝାଡ଼ଖଣ୍ଡର ଲାତେହାର ଜିଲ୍ଲା ପୁଲିସକୁ ବୁଧବାର ବଡ଼ ସଫଳତା ମିଳିଛି। ଜେଜେଏମପି ସଂଗଠନର ଦୁଇ ମାଓବାଦୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ମାଓବାଦୀଙ୍କ ମଧ୍ୟରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଏରିଆ କମାଣ୍ଡର ସୁନୀଲ ଓରାଓଁ ଓ ମୁକେଶ ଲୋହରା ସାମିଲ ଅଛନ୍ତି। ଉଭୟ ଲାତେହାର ଜିଲ୍ଲାର ନିବାସୀ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
ଏରିଆ କମାଣ୍ଡର ସୁନୀଲ ଓରାଓଁ ସଦର ଥାନା ଅଞ୍ଚଳର ନବଗଡ଼ ନିକଟରେ ଏବଂ ମୁକେଶ ଲୋହରା ମାନିକା ଥାନା ଅଞ୍ଚଳର ଥିବା ନେଇ ଏସପି କୁମାର ଗୌରବଙ୍କୁ ଗୁପ୍ତ ସୂଚନା ମିଳିଥିଲା। ଉଭୟେ ପୁଲିସ ଚଢ଼ଉରୁ ବର୍ତ୍ତିବା ପାଇଁ ଗାଁରେ ଆତ୍ମଗୋପନ କରିଥିଲେ। ସୂଚନା ପାଇବା ପରେ ଏସପିଙ୍କ ନିର୍ଦେଶକ୍ରମେ ଡିଏସପି ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ଗଠିତ ଏକ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ପୁଲିସ ଅତର୍କିତ ଚଢ଼ଉ କରି ବୁଧବାର ଭୋରରେ ଉଭୟଙ୍କୁ କାବୁ କରିଥିଲେ।
ଆହୁରି ପଢ଼ନ୍ତୁ: FIR: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାଁରେ ପାଲଟା ଏତଲା ଦେଲେ ଯୁବ ବିଜେଡି ନେତା
ମୁକେଶ ଲୋହରାଙ୍କ ବିରୋଧରେ ୨ଟି ମାମଲା ରହିଛି
ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲାତେହାର ଏସପି ଯେ ଗିରଫ ସୁନୀଲ ଓରାଓଁ ବିରୋଧରେ ଲାତେହାର ସହିତ ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ ମଧ୍ୟ ୭ ରୁ ଅଧିକ ମାଓହିଂସା ମାମଲା ରହିଛି। ମାତ୍ର ମୁକେଶ ଲୋହରାଙ୍କ ବିରୋଧରେ ୨ଟି ମାମଲା ରହିଛି।
ଆହୁରି ପଢ଼ନ୍ତୁ: PowerTussle in PAK Army: ପାକିସ୍ତାନ ସେନା ଦୁଇ ଭାଗ: ବାୟୁସେନା ମୁଖ୍ୟ ମୁନିରଙ୍କ ସିଡିଏଫ୍ ନିଯୁକ୍ତିକୁ ରୋକିଲେ
ଏହି ଅଭିଯାନରେ ଲାତେହାର ଡିଏସପି ଅରବିନ୍ଦ କୁମାର, ମାନିକା ଥାନା ପ୍ରଭାରୀ ଶଶି କୁମାର, ଲାତେହାର ଥାନା ପ୍ରଭାରୀ ରମାକାନ୍ତ ଗୁପ୍ତା, ଏସଆଇ ବିକ୍ରାନ୍ତ ଉପାଧ୍ୟାୟ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ।
Follow Us