2 Miscreants Snatched Gold Chain ମନ୍ଦିର ଆଗରୁ ଝାମ୍ପି ନେଲେ ସୁନା ଚେନ, ସିସି ଟିଭିରେ କଏଦ ହେଲା ଲୁଟେରାଙ୍କ ଗତିବିଧି

ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ଆମଣାକୁଦ ଗ୍ରାମର ଆମେଣେଇ ମନ୍ଦିର ନିକଟରୁ ସକାଳୁ ସକାଳୁ miscreants ଜଣେ ମହିଳା ଭକ୍ତଙ୍କ ସୁନା ଚେନ ଝାମ୍ପି ନେଇଛନ୍ତି |

balipatna

2 miscreants snatched gold chain at balipatna Photograph: (sambad.in)

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ଆମଣାକୁଦ ଗ୍ରାମର ଆମେଣେଇ ମନ୍ଦିର ନିକଟରୁ ସକାଳୁ ସକାଳୁ ଦୁର୍ବୃତ୍ତ ଜଣେ ମହିଳା ଭକ୍ତଙ୍କ ସୁନା ଚେନ ଝାମ୍ପି ନେଇଛନ୍ତି |

ଏହି ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତି ସକାଳ ପ୍ରାୟ ସାଢେ ୬ଟାରେ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ | ସେହି ସମୟରେ ଗୋଟିଏ ନାଲି ରଙ୍ଗର ବାଇକରେ ୨ ଦୁର୍ବୃତ୍ତ ଆସି ମହିଳାଙ୍କୁ ଏକାକୀ ଦେଖି ଅଟକି ଯାଇଥିଲେ | ସେମାନଙ୍କ  ମଧ୍ୟରୁ ଜଣେ ଗାଡ଼ିରୁ ଓହ୍ଲାଇ ସନ୍ଧ୍ୟାରାଣୀଙ୍କ ପାଖକୁ ଆସିଥିଲେ | ସେ କିଛି ବୁଝିବା ଆଗରୁ ହଠାତ ତାଙ୍କ ବେକରୁ ଦେଢ଼ ଭରି ( ୧୫ ) ଗ୍ରାମ ଓଜନର ସୁନା ଚେନ ଝାମ୍ପି ନେଇଥିଲେ |

ଆହୁରି ପଢ଼ନ୍ତୁ:Cow Smuggling Truck Accident ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର

ଚେନ ଝାମ୍ପିବା ପରେ ଆଖି ପିଛୁଳାକେ ବାଇକରେ ଦୁହେଁ ଫେରାର ହୋଇ ଯାଇଛନ୍ତି | ଖବର ପାଇ ବନମାଳିପୁର ଫାଣ୍ଡି ପୁଲିସ ଓ ପିସିଆର ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି | ଦୁର୍ବୃତ୍ତମାନଙ୍କ ଗତିଵିଧି ସ୍ଥାନୀୟ ଅଞ୍ଚଳ ସିସି ଟିଭିରେ କଏଦ ହୋଇଛି | ସେମାନେ ମୁଣ୍ଡରେ ହେଲମେଟ୍, ଟୋପି ଏବଂ ମୁହଁରେ ମାସ୍କ ପିନ୍ଧିଥିବା ଜଣା ପଡ଼ିଛି | 

ଆହୁରି ପଢ଼ନ୍ତୁ:15 Trucks Seized Soro ତହସିଲ ଓ ଖଣି ବିଭାଗର ପୃଥକ ଚଢ଼ାଉ: ୧୦ ପଥର ଓ ୫ଟି ବାଲି ବୋଝେଇ ଗାଡ଼ି ଜବତ
 

ବହୁ ମହିଳାଙ୍କ ସୁନା ଚେନ୍ ଲୁଟ୍

ପ୍ରକାଶ ଥାଉ କି ବାଲିପାଟଣା ଥାନା ଅଞ୍ଚଳରୁ କିଛି ମାସ ଭିତରେ ବହୁ ମହିଳାଙ୍କ ସୁନା ଚେନ୍ ଲୁଟ୍ ହୋଇଛି | ହେଲେ ପୁଲିସ ଲୁଟେରାଙ୍କ ଟେର ପାଉନାହିଁ | ସେଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe