ଗଜପତି: ପାରଳାଖେମୁଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା। ବଡ଼ ଧରଣର ୪ ଚୋରି ମାମଲାର ଖୁଲାସା କରିଛି ପୁଲିସ। ୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ। ଚୋରି ହୋଇଥିବା ବିଦେଶୀ ମୁଦ୍ରା ମଧ୍ୟ ଜବତ। ମାମଲାରେ ଦୁଇ ଗିରଫ।
ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ତିନୋଟି ମାମଲା ଏବଂ ଗୁରାଣ୍ଡି ଥାନା ଅଞ୍ଚଳର ଗୋଟିଏ ମାମଲାର ଖୁଲାସା କରିବା ସହ ୧୦ ତୋଳା ଓଜନର ସୁନା ଅଳଙ୍କାର, ୯ କିଲୋଗ୍ରାମର ରୁପା ଅଳଙ୍କାର, ଦୁଇଟି ମୋବାଇଲ ଫୋନ୍ , ଦୁଇଟି ବାଇକ ସହ ତାଲା ଭାଙ୍ଗିବା ପାଇଁ ବ୍ୟବହାର ଲୁହାଛଡ଼ ମଧ୍ୟ ଜବତ କରିଛି ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାରଳାଖେମୁଣ୍ଡିର ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳ ।
ଅଭିଯୁକ୍ତ ଦୁର୍ଗା ପ୍ରସାଦ ବେଣିଆ ଟାଟା ପାଓ୍ବାରର ମିଟର ରିଡର
ଅଭିଯୁକ୍ତ ଦୁର୍ଗା ଟାଟା ପାଓ୍ବାରର ମିଟର ରିଡର ଭାବେ କାର୍ଯ୍ୟ କରୁଥିବା ବେଳେ ଘରକୁ ଘର ବୁଲି ବିଲ୍ ଦେବା ସମୟରେ କେଉଁ ଘର କେତେଦିନ ତାଲା ପଡ଼ିଛି କେଉଁ ଘରେ କେହି ରହୁ ନାହାନ୍ତି ତାକୁ ଦେଖି ଚୋରି ପାଇଁ ଯୋଜନା କରି ଘର ପଛପଟ ଝରକା ତାଡ଼ି ତାଲା ଭାଙ୍ଗି ଘରର ଦାମୀ ସାମଗ୍ରୀ ସବୁ ଚୋରି କରୁଥିଲା। ସେହି ସୁନା ସବୁ ବ୍ୟାଙ୍କରେ ବନ୍ଧକ ରଖି କିମ୍ବା କମ୍ ଦରରେ ସୁନା ଦୋକାନୀକୁ ବିକ୍ରି କରି ସେହି ଟଙ୍କାରେ ଅୟସ କରୁଥିଲା । ତେବେ ସାମ୍ବାଦିକଙ୍କ ଘରୁ ଚୋରି କଲାପରେ ଚାପରେ ପୁଲିସ ଖୋଳତାଡ଼ କରୁ କରୁ ଅନେକ ମାମଲାର ଖୁଲାସା ହୋଇଛି।
ଆହୁରି ପଢ଼ନ୍ତୁ:Kim Threatens: ମୋ ବନ୍ଧୁ ମାଦୁରୋଙ୍କୁ ଛାଡ଼ିଦିଅ ନଚେତ୍...,ଆମେରିକା-ଭେନେଜୁଏଲା ବିବାଦକୁ ଡେଇଁଲେ କିମ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/04/loot-2026-01-04-14-55-46.jpg)