2 Young Men Detained ମୋବାଇଲ୍ ଚୋରି ସନ୍ଦେହରେ ଦୁଇ ଯୁବକ ଅଟକ

ମୋବାଇଲ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ସକାଳ ସମୟରେ ଦୁଇ ଯୁବକ theft କରିବା ବାହାନାରେ ଆସି ବସ୍ତା ଥାନା ଅମର୍ଦ୍ଦାରୋଡରେ ଜଣକ ଘରୁ ଚୋରି କରୁଥିବା ବେଳେ ଧରା ପଡ଼ିଥିଲେ।

BASTA POLICE STATION

2 DETAINED AT BASTA POLICE STATION Photograph: (sambad.in)

ବସ୍ତା୨: ମୋବାଇଲ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ସକାଳ ସମୟରେ ଦୁଇ ଯୁବକ ଫେରି କରିବା ବାହାନାରେ ଆସି ବସ୍ତା ଥାନା ଅମର୍ଦ୍ଦାରୋଡରେ ଜଣକ ଘରୁ ଚୋରି କରୁଥିବା ବେଳେ ଧରା ପଡ଼ିଥିଲେ। 

ସୂଚନା ଅନୁଯାୟୀ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେକ ଆବେଦ ଏବଂ ସେକ ଉସମାନ ନାମକ ଦୁଇଜଣ ଯୁବକ ଆଜି ସକାଳେ ବସ୍ତା ଥାନା ଅର୍ନ୍ତଗତ ଅମର୍ଦାରୋଡ ବଜାରରେ ଗଙ୍ଗାଧର ସାହୁଙ୍କ ଘରେ ପଶି ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପହଞ୍ଚି ଯିବାରୁ ସେମାନେ ଦୌଡ଼ି ପଳାଉଥିଲ‌େ। ପଡ଼ୋଶୀମାନେ ଉକ୍ତ ଯୁବକମାନଙ୍କୁ କାବୁ କରି ଦଉଡ଼ିରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ।

ଆହୁରି ପଢ଼ନ୍ତୁ:Cow Smuggling Truck Accident ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର

ଫେରି କରିବା ବାହାନାରେ ବାରମ୍ବାର ଚୋରି କରୁଥିବା ଅଭିଯୋଗ

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅମର୍ଦାରୋଡ ଫାଣ୍ଡିରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଛି।ଯୁବକମାନେ ଫେରି କରିବା ବାହାନାରେ ବାରମ୍ବାର ଚୋରି କରୁଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ:15 Trucks Seized Soro ତହସିଲ ଓ ଖଣି ବିଭାଗର ପୃଥକ ଚଢ଼ାଉ: ୧୦ ପଥର ଓ ୫ଟି ବାଲି ବୋଝେଇ ଗାଡ଼ି ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe