Attack Incidents: ଦୀପାବଳିରେ ଅଘଟଣ: ଦାଦାର ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର, ଭାଉଜକୁ ଆକ୍ରମଣ କଲା ଦିଅର

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ଚିଙ୍ଗେରକଟା ଗାଁରେ ଦାଦାର ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର। କେନ୍ଦୁଝର ଜିଲ୍ଲା ହାଟଡିହିରୁ ବି ଆସିଛି ସମାନ ଘଟଣା। ଜମିବାଡ଼ି ବିବାଦକୁ ନେଇ ଭାଉଜକୁ ଆକ୍ରମଣ କରିଛି ଦିଅର।

vimsar

vimsar Photograph: (Sambad.in)

ସୁବର୍ଣ୍ଣପୁର: ଦୀପାବଳିରେ ଅଘଟଣ। ଦାଦାର ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ଚିଙ୍ଗେରକଟା ଗାଁରୁ ଆସିଲା ଅଭାବନୀୟ ଘଟଣା। ଜମିବାଡ଼ିକୁ ବିବାଦକୁ ନେଇ ଗାଁର କିଶୋର ଖଣ୍ଡା ଓ ତାଙ୍କ ଦାଦାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା।  ଏହାକୁ ନେଇ ଗତକାଲି କିଶୋରଙ୍କ ଦାଦା ଏକ ଛୁରୀରେ ପୁତୁରା କିଶୋର ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛନ୍ତି । ଆକ୍ରମଣରେ ପୁତୁରାର ପେଟ, ହାତ, ମୁଣ୍ଡ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ସେହିପରି ସ୍ତ୍ରୀ ଭାମାଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ:ନୂଆପଡ଼ା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର

ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ:ବାଣ ବସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ଜମିବାଡ଼ି ବିବାଦକୁ ନେଇ ଭାଉଜକୁ ଆକ୍ରମଣ କରିଛି ଦିଅର

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ହାଟଡିହିରୁ ବି ଆସିଛି ସମାନ ଘଟଣା। ଜମିବାଡ଼ି ବିବାଦକୁ ନେଇ ଭାଉଜକୁ ଆକ୍ରମଣ କରିଛି ଦିଅର। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।  ଆନନ୍ଦପୁର ଥାନା ଗୋଳାବନ୍ଧ ଗାଁରେ ବାସନ୍ତୀ ନାଏକ ନାମକ ବିଧବା ଅସହାୟ ମହିଳାଙ୍କୁ ତାଙ୍କ ଦିଅର ବୁଦ୍ଧିଆ ନାଏକ ଟାଙ୍ଗିଆରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଆକ୍ରମଣ ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଭାଉଜକୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ବୁଦ୍ଧିଆକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe