Nimapara Mahotsav ନିମାପଡ଼ା ଏନଏସିକୁ ଖୁବ ଶୀଘ୍ର ପୌରପରିଷଦ ଭାବେ ଘୋଷଣା କରାଯିବ: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Advertisment

ରାଜ୍ୟ culture ଓ ପର୍ଯ୍ୟଟନ ବିଭାଗର ସହଯୋଗରେ ନିମାପଡ଼ା ମୁକ୍ତାକାଶ ମଞ୍ଚରେ ନିମାପଡ଼ା ହେଲ୍ପ ଲାଇନ ଓ ବ୍ଲକ କଳାକାର ସଂଘ ପକ୍ଷରୁ ଆୟୋଜିତ ତିନିଦିନିଆ ୨୫ତମ ନିମାପଡ଼ା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରଙ୍ଗିନ କାର୍ଯ୍ୟକ୍ରମରେ ଉତ୍ସାହଭରା ରହିଥିଲା।

ରାଜ୍ୟ culture ଓ ପର୍ଯ୍ୟଟନ ବିଭାଗର ସହଯୋଗରେ ନିମାପଡ଼ା ମୁକ୍ତାକାଶ ମଞ୍ଚରେ ନିମାପଡ଼ା ହେଲ୍ପ ଲାଇନ ଓ ବ୍ଲକ କଳାକାର ସଂଘ ପକ୍ଷରୁ ଆୟୋଜିତ ତିନିଦିନିଆ ୨୫ତମ ନିମାପଡ଼ା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରଙ୍ଗିନ କାର୍ଯ୍ୟକ୍ରମରେ ଉତ୍ସାହଭରା ରହିଥିଲା।

Untitled

2nd day of nimapara mahotsav Photograph: (sambad.in)

ବାମନାଳ: ନିମାପଡ଼ା ଏନଏସିକୁ ଖୁବ ଶୀଘ୍ର ପୌରପରିଷଦ ଭାବେ ଘୋଷଣା କରାଯିବ। ଜନଗଣନା ସହ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଶେଷ ହେଲେ ଘୋଷଣା ହେବ ବୋଲି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ନିମାପଡ଼ା ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି,ଦୀର୍ଘଦିନରୁ ପୌରପରିଷଦ ଦାବି ହୋଇଆସୁଛି | ଆମ ସରକାର ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆବଶ୍ୟକ ପ୍ରସ୍ତୁତି ପରେ କାର୍ଯ୍ୟକାରୀ ହେବ।

 ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସହଯୋଗରେ ନିମାପଡ଼ା ମୁକ୍ତାକାଶ ମଞ୍ଚରେ ନିମାପଡ଼ା ହେଲ୍ପ ଲାଇନ ଓ ବ୍ଲକ କଳାକାର ସଂଘ ପକ୍ଷରୁ ଆୟୋଜିତ ତିନିଦିନିଆ ୨୫ତମ ନିମାପଡ଼ା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରଙ୍ଗିନ କାର୍ଯ୍ୟକ୍ରମରେ ଉତ୍ସାହଭରା ରହିଥିଲା। ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଏହି ମହୋତ୍ସବ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରିଥିଲା।

ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ

ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଓ ମହୋତ୍ସବ କମିଟି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ନିମାପଡ଼ା ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, ଶ୍ରୀକାନ୍ତ ଗୌତମ, ଏନଏମ୍ ଗ୍ରୁପ୍ ନିର୍ଦ୍ଦେଶିକା ରିଚା ପରିଡ଼ା, ସାଂସଦ ପ୍ରତିନିଧି ମିନଲତା ମହାନ୍ତି, ହେଲ୍ପ ଲାଇନ ସଭାପତି ଅକ୍ଷୟ କୁମାର ସାହୁ ଓ ସମ୍ପାଦକ ନିଗମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Gold in Banapal's house: ବନପାଳଙ୍କ ଘରେ କେଜିଏ ସୁନା: ବିଦେଶରେ କରୁଥିଲେ ମଉଜ, ୭ ଦେଶର ମୁଦ୍ରା ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe