Sand Loaded Trucks Seized: ସୋରରେ ତିନୋଟି ବାଲି ବୋଝେଇ ଗାଡ଼ି ଜବତ

ବାଲେଶ୍ୱର ଖଣି ବିଭାଗ ଓ ସୋର ତହସିଲ ପକ୍ଷରୁ ମିଳିତ ଭାବେ raid କରାଯାଇ ତିନୋଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଚଢ଼ାଉ ହେଉଥିବା ଜାଣିପାରି ୨୫ ରୁ ଅଧିକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।

soro

Trucks seized at soro Photograph: (sambad.in)

ସୋର: ବାଲେଶ୍ୱର ଖଣି ବିଭାଗ ଓ ସୋର ତହସିଲ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଆଜି ସକାଳେ ସୋର ତହସିଲଦାର ଦୈତାରି ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏକ ଟିମ ସହ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଆଇନ ବାଲି ବୋଝେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ।

୨୫ ରୁ ଅଧିକ ଗାଡ଼ି ରାସ୍ତା ବଦଳାଇ ଫେରାର

ଏହି ସମୟରେ ଓଡି ୨୯ ଇ ୮୮୬୨, ଓଆର ୦୧ ପି ୪୮୦୭ ଓ ଓଡି ୨୨ ଡବ୍ଲୁ ୮୮୪୫ ନମ୍ବର ବିଶିଷ୍ଟ ତିନୋଟି ବେଆଇନ ବାଲି ବୋଝେଇ ଗାଡ଼ିକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଚଢ଼ାଉ ହେଉଥିବା ଜାଣିପାରି ୨୫ ରୁ ଅଧିକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: Cows Rescued At Dhamnagar: ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରୁ ୧୫୦ରୁ ଅଧିକ ଗାଈ ଉଦ୍ଧାର, ଦୁଇଟି ଗୋରୁ ଗାଡ଼ି ଜବତ

ଆହୁରି ପଢ଼ନ୍ତୁ:Loot At Bonai: ମହିଳା ଓ ତାଙ୍କ ଝିଅକୁ ବାନ୍ଧି କୋଟିଏ ଟଙ୍କାର ସୁନା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟିନେଲେ ପାଞ୍ଚ ମୁଖା ପିନ୍ଧା ଯୁବକ

CRIME

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe