Sand Theft Drivers Arrested ଏରସମା ଜଙ୍ଗଲ ଜମିରୁ ବାଲି ଚୋରି ଉଦ୍ୟମ:  ୧ ଜେସିବି ଓ ୪ ଟ୍ରାକ୍ଟର ଜବତ, ୫ ଡ୍ରାଇଭର ଗିରଫ

Advertisment

ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତସ୍ଥିତ ଜଗତପଡା ଜଙ୍ଗଲ ଜମିରୁ ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର  ଜବତ କରାଯାଇ ଏରସମା ଥାନାରେ ରଖାଯାଇଛି । ଏହି ମାମଲାରେ ୫ driversଙ୍କୁ ଗିରଫ କରାଯାଇଛି।

ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତସ୍ଥିତ ଜଗତପଡା ଜଙ୍ଗଲ ଜମିରୁ ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର  ଜବତ କରାଯାଇ ଏରସମା ଥାନାରେ ରଖାଯାଇଛି । ଏହି ମାମଲାରେ ୫ driversଙ୍କୁ ଗିରଫ କରାଯାଇଛି।

Untitled

5 drivers arrested in sand theft case Photograph: (Sambad.in)

ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତସ୍ଥିତ ଜଗତପଡା ଜଙ୍ଗଲ ଜମିରୁ ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର  ଜବତ କରାଯାଇ ଏରସମା ଥାନାରେ ରଖାଯାଇଛି। ଏହି ମାମଲାରେ ୫ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।

ଏରସମା ପୁଲିସର ଚଢ଼ାଉ

ସୁଚନା ଅନୁଯାୟୀ ଏରସମା ଥାନା ତରଫରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ଟିମ୍ ହଠାତ ଦେଖିବାକୁ ପାଇଲେ ଯେ କିଛି ଲୋକ ଗୋଟିଏ ଜେସିବି ବାଲି ଖୋଳି ବାଲିକୁ ୪ଟି ଟ୍ରାକ୍ଟର ସାହାଯ୍ୟରେ କିଛି ଲୋକ ବାଲି ଉଠାଉଥିଲେ l ତୁରନ୍ତ ଏରସମା ପୁଲିସ ଚଢ଼ାଉ କରିଥିଲା ।

ଆହୁରି ପଢ଼ନ୍ତୁ:Naxal Violence: ଠିକାଦାରଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ

 ୪ଜଣ ଡ୍ରାଇଭର OD21D4591ଟ୍ରାକ୍ଟରର ଡ୍ରାଇଭର ନାଉସିରା ତିର୍ତୋଲ ଗ୍ରାମର ମନୋଜ କୁମାର ଦାସ, OD05AC8861 ଟ୍ରାକ୍ଟର ଡ୍ରାଇଭର କଣ୍ଣାଗୁଳି ଏରସମାର କ୍ରିଷ୍ଣା ଦାସ,OD21N2436 ଟ୍ରାକ୍ଟର ଡ୍ରାଇଭର ଇରିବିଣା ଏରସମାର ଅମୁଲ୍ୟ ସ୍ବାଇଁ,OD21P 8595ଟ୍ରାକ୍ଟର ଡ୍ରାଇଭର ରସ୍କଡାପୁର ଏରସମାର ଅଜୟ ମଲିକ ଓ OD33AH4665 ଜେସିବି ଡ୍ରାଇଭରଙ୍କୁ ଗିରଫ କରିଛି ପୁଲିସ। ସେମାନେ ବ୍ୟବହାର କରୁଥିବା ଗାଡ଼ି ଓ ଜେସିବିକୁ ବି ଜବତ କରିଛି ପୁଲିସ।

ଆହୁରି ପଢ଼ନ୍ତୁ:Youth Beaten To Death: ବୋହୂ ସାମ୍ନାରେ ପୁଅକୁ ହତ୍ୟା କଲେ ବାପା ଓ ମା’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe