ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା: ୫ ଆହତ

ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଚକାପଦା ବଜାରରେ ସିରିଜ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ କାରଟି ୫ ଜଣଙ୍କୁ ଧକ୍କା ଦେଇଥିବା ବେଳେ ଦୁର୍ଘଟଣାରେ ଆହତମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେଗୁନିଆ ଥାନା ଅନ୍ତର୍ଗତ ଚକାପଦା ବଜାରରେ ଏହି ଦୁର୍ଘଟଣା ଘଟିଛି।

mkl

ବେଗୁନିଆ: ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଚକାପଦା ବଜାରରେ ସିରିଜ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ କାରଟି ୫ ଜଣଙ୍କୁ ଧକ୍କା ଦେଇଥିବା ବେଳେ ଦୁର୍ଘଟଣାରେ ଆହତମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 
ବେଗୁନିଆ ଥାନା ଅନ୍ତର୍ଗତ ଚକାପଦା ବଜାରରେ ଏହି ଦୁର୍ଘଟଣା ଘଟିଛି।

କାରଟି ବାଇକ, ସାଇକେଲ ଏବଂ ସାଧାରଣ ଲୋକଙ୍କୁ ଧକ୍କା ଦେଇଛି। ଫଳରେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ୧୦୮ଆମ୍ବୁଲାନ୍ସ ଏବଂ ଅଟୋରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଚକାପଦା ଛକରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଚକାପଦା ଛକରେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି।

,lm

ବେଗୁନିଆ ଥାନା ପୁଲିସ ଦୁର୍ଘଟଣା ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭର୍ ଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ବେଗୁନିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଅଧିକ ପଢ଼ନ୍ତୁ: ସିରିଆକୁ ନେଇ ଜୋର୍ଡାନ ସହିତ ଇସ୍ରାଏଲର ଗୁପ୍ତ ବୈଠକ

ଅଧିକ ପଢ଼ନ୍ତୁ: ସିରିଆ ପରେ ଏହି ଇସଲାମିକ ଦେଶ ରାଜାଙ୍କ ଉପରେ ବିପଦ: ଇସ୍ରାଏଲର ଚିନ୍ତା ବଢ଼ିଲା

ଅଧିକ ପଢ଼ନ୍ତୁ: ଫଡନାଭିସ୍‌ଙ୍କ ନୂଆ କ୍ୟାବିନେଟ: ଶପଥ ଗ୍ରହଣ ଅପରାହ୍ନ ୪ଟାରେ, ତାଲିକାରେ ୩ ମହିଳା

ଅଧିକ ପଢ଼ନ୍ତୁ: ହସିନାଙ୍କ ସମସ୍ୟା ବଢ଼ିଲା: ଲୋକଙ୍କୁ ନିଖୋଜ କରାଇଥିବା ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe