Minor Critical ତତଲା ପେଜ ପଡ଼ି ୫ ବର୍ଷର ଶିଶୁ ଗୁରୁତର, ସଂକଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର

Advertisment

ତତଲା ପେଜ ଉପରେ ଢାଳି ହୋଇଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି | ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି | ଗୁରୁତର ହେଉଛନ୍ତି ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ।

ତତଲା ପେଜ ଉପରେ ଢାଳି ହୋଇଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି | ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି | ଗୁରୁତର ହେଉଛନ୍ତି ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ।

fssf

5 yeras old minor critical, referred to capital hospital Photograph: (sambad.in)

ବାଲିପାଟଣା: ତତଲା ପେଜ ଉପରେ ଢାଳି ହୋଇଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି | ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି | ଏହି ଗ୍ରାମର ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ ଆଜି ସକାଳୁ ଘରେ ଖେଳୁଥିଲେ | ମାଆ ଭାତ ରାନ୍ଧି ପେଜ ଗାଳି ଢାଳିବାକୁ ନେଉଥିବା ବେଳେ ଅଜାଣତରେ ଶିଶୁ ଜଣଙ୍କ ଦୌଡ଼ି ପେଜ କରେଇରେ ମାଡ଼ ହୋଇ ତଳେ ପଡ଼ି ଯାଇଥିଲେ | ମହିଳାଙ୍କ ହାତରୁ ଖସି ଶିଶୁ ଉପରେ ଗରମ ପେଜ ଢାଳି ହୋଇଯାଇଥିଲା |

ଶରୀର ୪୦ ଶତକଡ଼ା ପୋଡ଼ି ଯାଇଛି

ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛନ୍ତି | ପିଠି, କାନ୍ଧ , ପେଟ, ହାତ ସହ ଶରୀର ବିଭିନ୍ନ ସ୍ଥାନ ସିଝି ଯାଇଛି | ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ଅନୁସାରେ ପିଲାଟି ଶରୀର ୪୦ ଶତକଡ଼ା ପୋଡ଼ି ଯାଇଛି |

ଆହୁରି ପଢ଼ନ୍ତୁ: ICC-Bangladesh dispute: ଆଇସିସି-ବାଂଲାଦେଶ ବିବାଦ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲା ଶ୍ରୀଲଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe