Elephant Attack 7 Death ଗୋଟିଏ ରାତିରେ ସାତଜଣଙ୍କ ଜୀବନ ନେଲା ହାତୀ, ସପ୍ତାହକ ଭିତରେ ମରିଲେଣି ୧୭

Advertisment

ଜଙ୍ଗଲୀ elephant ଆକ୍ରମଣରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ଛୋଟ ପିଲା ଥିଲେ।

ଜଙ୍ଗଲୀ elephant ଆକ୍ରମଣରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ଛୋଟ ପିଲା ଥିଲେ।

elephant

7 persons die in attack by elephant Photograph: (Sambad.in)

ରାଞ୍ଚି: ଗତ ରାତିରେ ଝାରଖଣ୍ଡ ରାଜ୍ୟ ପଶ୍ଚିମୀ ସିଂହଭୂମ ଜିଲ୍ଲା ନୋବାମୁଣ୍ଡି ବ୍ଲକର ଜେଟେୟା ଥାନା ଅଞ୍ଚଳ ଅନ୍ତର୍ଗତ ବାବରିଆ ଗାଁରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ଛୋଟ ପିଲା ଥିଲେ। ହାତୀ ଆକ୍ରମଣରେ ପରିବାରର ଆଉ ଜଣେ ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଘଟଣାଟି ରାତି ପ୍ରାୟ ୧୦ଟା ସମୟରେ ଘଟିଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ ଯେ ସମସ୍ତେ ନିଜ ଘରେ ଶୋଇଥିଲେ ଯେତେବେଳେ ହାତୀଟି ହଠାତ୍ ଆକ୍ରମଣ କରିଥିଲା। ପରିବାରର ଜଣେ ପିଲା ଖସି ପଳାଇବାରେ ସଫଳ ହୋଇଥିଲେ। ହେଲେ ଅନ୍ୟମାନେ ହାତୀବାବୁଡ଼ରେ ପଡ଼ିଥିଲେ। ମୃତକମାନେ ହେଲେ ବାବରିଆ ଗାଁର ସନାତନ ମେରାଲ, ତାଙ୍କ ସ୍ତ୍ରୀ ଜୋଙ୍କନ କୁଇ, ସେମାନଙ୍କର ଦୁଇ ନିଷ୍ପାପ ପିଲା ଏବଂ ମୋଗଡା ଲାଗୁରୀ (ଅନ୍ୟ ପରିବାରର)।

ଆହୁରି ପଢ଼ନ୍ତୁ: Banakalagi Niti Today ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଦୁଇ ମୃତକଙ୍କୁ ଚିହ୍ନଟ କରାଯାଇ ପାରିନାହିଁ

ହାତୀ ଆତଙ୍କ କେବଳ ବାବରିଆ ଗାଁ ପର୍ଯ୍ୟନ୍ତ ସୀମିତ ନଥିଲା। ବଡ଼ ପାସିଆ ଗାଁରେ ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା। ଲାମ୍ପାଇସାଇ ଗାଁରେ ଆଉ ଜଣେ ଗ୍ରାମବାସୀଙ୍କୁ ହାତୀ ଦଳି ମାରି ଦେଇଥିଲା। ତେବେ ଏଯାଏ  ଏହି ଦୁଇ ଗାଁର ଅନ୍ୟ ଦୁଇ ମୃତକଙ୍କୁ ଚିହ୍ନଟ କରାଯାଇ ପାରିନାହିଁ।

ଆହୁରି ପଢ଼ନ୍ତୁ: Bomb Threat: ଦେଶର ୮ଟି ସ୍ଥାନକୁ ବୋମା ବିସ୍ଫୋରଣ ଧମକ: ୟୁପିରୁ କର୍ଣ୍ଣାଟକ ସବୁଠି ଥରହର...

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଗଲା। ସୂଚନା ପାଇବା ପରେ ବନ ବିଭାଗ ଏବଂ ପ୍ରଶାସନର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀଟି ଉପରେ ନଜର ରଖାଯାଇଛି। ପ୍ରଭାବିତ ପରିବାରକୁ କ୍ଷତିପୂରଣ ଦେବା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ବିଷୟରେ ବନ ବିଭାଗ ଓ ପ୍ରଶାସନ ଯୋଜନା କରୁଛି। ସ୍ଥାନୀୟ ଅଞ୍ଚଳରେ ସପ୍ତାହକ ମଧ୍ୟରେ ହାତୀ ୧୭ଜଣଙ୍କ ଜୀବନ ନେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe