Lawyer Pitabas Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ଆଉ ୮ଜଣଙ୍କୁ ଉଠାଇଲା ପୁଲିସ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ୮ଜଣଙ୍କୁ ଉଠାଇଥିବା ଜଣାଯାଇଛି। ବିହାରରୁ ୪ଜଣଙ୍କୁ ଧରିଥିବା ସୂଚନା ରହିଛି।ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ୪ଜଣଙ୍କୁ କାବୁ କରିଛି ପୁଲିସ।

pitabasa

Photograph: (Odisha Sambad)

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ୮ଜଣଙ୍କୁ ଉଠାଇଥିବା ଜଣାଯାଇଛି। ବିହାରରୁ ୪ଜଣଙ୍କୁ ଧରିଥିବା ସୂଚନା ରହିଛି।ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ୪ଜଣଙ୍କୁ କାବୁ କରିଛି ପୁଲିସ। ଏକ ୟୁପିଆଇ କାରବାରୁ ବିହାର ଲିଙ୍କ ମିଳିଛି। ଅପରାଧୀଙ୍କୁ ଜେରା ପରେ ସତ ବାହାରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: 

Elephant Attack: ଦନ୍ତା ଆକ୍ରମଣରେ ଯୁବକ ଗୁରୁତର

ଗତ ୬ ତାରିଖ ରାତିରେ ପୀତବାସଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ସହର ଛାଡ଼ି ପଳାଇଥିଲେ। ସେମାନେ ବାହାର ରାଜ୍ୟରେ ଡେରା ପକାଇଥିଲେ। ବାରମ୍ବାର ସ୍ଥାନ ବଦଳାଉଥିଲେ। ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ବିହାରରେ ଏକାସାଙ୍ଗେ ଚଢ଼ଉ କରି ବ୍ରହ୍ମପୁର ପୁଲିସ ୨ଜଣଙ୍କୁ ଟେକି ଆଣିଛି। ସାର୍ପସୁଟର ଓ ରେକି ଟିମ୍‌ ସଦସ୍ୟ ଏବେ ପୁଲିସ ପଞ୍ଝାରେ। ଏଥିସହ ଜଣେ ମଧ୍ୟସ୍ଥିକୁ ବି ପୁଲିସ ଉଠାଇ ନେଇଛି। ୩ ଜଣଙ୍କୁ ଏକାସାଙ୍ଗେ ମୁହାଁମୁହିଁ ଜେରା କରାଯାଇଛି। ଅଜ୍ଞାତ ସ୍ଥାନରେ ଏସ୍‌ପିଙ୍କ ନେତୃତ୍ବରେ ୮ଜଣିଆ ପୁଲିସ ଦଳ ସେମାନଙ୍କୁ ଘନ ଘନ ଜେରା କରୁଛନ୍ତି। ବାରମ୍ବାର ବୟାନ ବଦଳାଉଥିଲାବେଳେ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନରେ ତିନିହେଁ ଚୁପ୍‌ ରହିଥିବା କୁହାଯାଉଛି। 

ଏବେ ବି ପୁଲିସର ୫ଟି ଟିମ୍‌ ଓଡ଼ିଶା ବାହାରେ ଛାପା ମାରୁଥିବା ଜଣାପଡ଼ିଛି। ଖାସ୍‌କରି ବିହାର-ନେପାଳ ସୀମା କିଶାନଗଞ୍ଜ, ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ମୁର୍ଶିଦାବାଦ, ଗୁଜୁରାଟ ଓ ତାମିଲନାଡ଼ୁ ଉପରେ ପୁଲିସ ଟିମ୍‌ ନଜର ରଖିଛି। ବିହାରରୁ ବନ୍ଧୁକ କେତେ ଟଙ୍କାରେ କିଣାଯାଇଥିଲା ଓ ଏହାକୁ କିଏ କିଣିଥିଲା ସେନେଇ ବି ତଦନ୍ତ ହେଉଛି। ଏଥିପାଇଁ ଗତ ଅଗଷ୍ଟ ମାସରେ ରାଉରକେଲାରେ ଧରାପଡ଼ିଥିବା ବନ୍ଧୁକ ବେପାରୀକୁ ବି ପଚରାଉଚରା କରାଯାଇଥିବା କୁହାଯାଉଛି। ଅନ୍ୟପଟେ ଏସ୍‌ପି କିମ୍ବା ଆଇଜି ଘଟଣା ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ନିରବତା ଅବଲମ୍ବନ କରୁଛି।

ଆହୁରି ପଢ଼ନ୍ତୁ:

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe