Accident: ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

Advertisment

ବାଇକକୁ ପଛପଟୁ ଧକ୍କା ଦେଲା truck। ବାଇକ ଅରୋହୀ ସ୍ୱାମୀ ଗୁରୁତର, ସ୍ତ୍ରୀ ମୃତ। ଗୁରୁତର ସ୍ୱାମୀଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି।

ବାଇକକୁ ପଛପଟୁ ଧକ୍କା ଦେଲା truck। ବାଇକ ଅରୋହୀ ସ୍ୱାମୀ ଗୁରୁତର, ସ୍ତ୍ରୀ ମୃତ। ଗୁରୁତର ସ୍ୱାମୀଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି।

Untitled-7t

wife dies in accident Photograph: (sambad.in)

ପୁରୁଣାକଟକ: ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ବାଇକ ଅରୋହୀ ସ୍ୱାମୀ ଗୁରୁତର, ସ୍ତ୍ରୀ ମୃତ। ଗୁରୁତର ସ୍ୱାମୀଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି।

ବାଇକ ଯୋଗେ ଆସୁଥିଲେ ଦଂପତି

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ଗ୍ରାମର ବିରୁପାକ୍ଷ ରାଉତ (୪୨) ଓ ତାଙ୍କ ପତ୍ନୀ ଅପରାଜିତା ରାଉତ(୩୯) କୌଣସି ଏକ କାମରେ ଘରୁ ପୁରୁଣାକଟକକୁ ବାଇକ ଯୋଗେ ଆସୁଥିଲେ। ମାର୍ଦିଙ୍ଗ ନିକଟରେ ଭୁବନେଶ୍ୱର ପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେବାରୁ ଉଭୟେ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ପତ୍ନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ପତ୍ନୀ ପ୍ରାଣ ହରାଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: Mohan Charan Majhi Ghatagaon ଘଟଗାଁ 'ମା' ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ'ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଖବର ପାଇ ଚାରିଛକ ଦମକଳ ବହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଓ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେପଟେ ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ମାରୁଥିବା ବେଳେ ହରେକୃଷ୍ଣପୁର ଛକରେ ଉତ୍ତ୍ୟକ୍ତ ଲୋକେ ଅଟକାଇ ପୁଲିସର ଜିମା ଦେଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: Renewable Energy: ‘ଓଡ଼ିଶାରେ ୧ କିଲୋୱାଟ୍‌ କ୍ଷମତାବିଶିଷ୍ଟ ୧.୫ ଲକ୍ଷ ରୁଫ ଟପ୍‌ ସୋଲାର୍‌ ୟୁନିଟ୍‌ ସ୍ଥାପନ ହେବ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe