ଦାରିଙ୍ଗବାଡ଼ି: କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ସ୍ଥିତ ପୋଡ଼ାଶଙ୍ଖରେ ବସ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିବାର ଖବର ମିଳିଛି। ଏହାଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
ମୃତ ଶରୀର ରାସ୍ତା ଉପରେ ରଖି ଶତାଧିକ ଲୋକଙ୍କ ରାସ୍ତାରୋକ
ଆଜି ସକାଳେ ବ୍ରାହ୍ମଣୀଗାଁ ବଜାର ଠାରୁ ଦେଢ଼ କିଲୋମିଟର ଦୂର ପୋଡ଼ାଶଙ୍ଖ ଠାରେ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ କିନାରୀଗାଁର ପ୍ରକାଶ ବଡାଇକ (୪୫) ଓ ଗୁରୁତର ବ୍ୟକ୍ତି ହେଲେ ଉକ୍ତ ଗ୍ରାମର +2 ଛାତ୍ରୀ ପୂଜାରାଣୀ ପାତ୍ର। ଗୁରୁତର ପୁଜାରାଣୀଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଶରୀର ରାସ୍ତା ଉପରେ ରଖି ଶତାଧିକ ଲୋକ ରାସ୍ତାରୋକ କରିଛନ୍ତି।
ଆହୁରି ପଢ଼ନ୍ତୁ:Mohan targets Naveen: ନିର୍ବାଚନ ପ୍ରଚାର ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ: ପେଷିଲେ ପାଲଟା ‘ବେଇମାନ’ ବାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/12/RLCSjJj92SIjmOFxMtOe.jpg)