Accident Dharmagarh Death ସ୍କୁଟିକୁ ପିଟିଲା ସଫାରି ଗାଡ଼ି: ଚାଲିଗଲା ଜଣଙ୍କ ଜୀବନ, ଗୁରୁତର ଅବସ୍ଥାରେ ଆଉଜଣେ ରାୟପୁର ସ୍ଥାନାନ୍ତର

Advertisment

ଧର୍ମଗଡ଼ ବିଜୁ ଏକ୍ସ ପ୍ରେସ ୱେ ନିକଟରେ ଏକ ମର୍ମନ୍ତୁଦ ସଡ଼କ Accident ଘଟିଛି। ଏଠାରେ ଏକ ସଫାରି ଗାଡ଼ି ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ଧର୍ମଗଡ଼ ବିଜୁ ଏକ୍ସ ପ୍ରେସ ୱେ ନିକଟରେ ଏକ ମର୍ମନ୍ତୁଦ ସଡ଼କ Accident ଘଟିଛି। ଏଠାରେ ଏକ ସଫାରି ଗାଡ଼ି ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

Untitled

accident at dharmagarh, one dies Photograph: (Sambad.in)

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସ ପ୍ରେସ ୱେ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସଫାରି ଗାଡ଼ି ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ଲଳିତ ତାଣ୍ଡିଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଲଳିତ ତାଣ୍ଡିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: landmines explosion ସରଣ୍ଡା ଜଙ୍ଗଲରେ ଦୁଇ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଦୁଇ କୋବ୍ରା ଯବାନ ଆହତ, ଏୟାରଲିଫ୍ଟ କାରାଯାଇଥିବା ସୂଚନା

ଗାଡ଼ି ଚାଳକକୁ ସ୍ଥାନୀୟ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି

ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ଧର୍ମଗଡ଼ ବ୍ଲକ ଠନଟ ଗ୍ରାମର ଲିଙ୍ଗରାଜ ଦୁର୍ଗା। ତେଣେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ସ୍ଥାନୀୟ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଧର୍ମଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁPress Meet Md Mokim ଯାହା କରିଛି ସେଥିଲାଗି ଅନୁତାପ କରୁନି: ମହମ୍ମଦ ମୋକିମ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe