Accident Tangi Cuttack, 3 Death ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ, ୨ ଗୁରୁତର

୧୬ ନଂ ଜାତୀୟ ରାଜପଥ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ accident ଘଟିଛି। ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ ଓ ୨ ଗୁରୁତର।

accident

Three persons dead in accident at tangi Photograph: (sambad.in)

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ଦୁଇଜଣ ଗୁରୁତର ହୋଇଥିଲେ। ଟାଙ୍ଗୀ ପୁଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଛି।

Untitled
accident at tangi cuttack, 3 death, 2 seriously injured Photograph: (sambad.in)

ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୫୦ ମିନିଟ୍ ସମୟରେ କେଉଁଝରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏକ ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ପିଟି ହୋଇଥିଲା। ଉକ୍ତ କଣ୍ଟେନର ଭୁବନେଶ୍ବରରୁ ଚଣ୍ଡିଖୋଲ ଆଡ଼କୁ ଯାଉଥିଲା। ବୋଲେରୋରେ ଖଣିରେ କାମ କରୁଥିବା ଲୋକ ଥିଲେ। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ବୋଲେରୋରେ ଥିବା ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ଦୁଇଜଣ ଗୁରୁତର ହୋଇଥିଲେ। ଟାଙ୍ଗୀ ପୁଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଛି। 

ଉଭୟ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ପୁଲିସ

ତେବେ କଣ୍ଟେନରର କିଛି କ୍ଷତି ହୋଇନାହିଁ କି ସେଥିରେ ଥିବା ଚାଳକ ବା ହେଲପର କେହି ହତାହତ ହୋଇନାହାନ୍ତି। ପୁଲିସ ଉଭୟ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: Paddy Smuggling: ପିକ୍‌ଅପ୍‌ ଭ୍ୟାନ୍‌ରେ ମକା ମଂଜି ସହ ବାହାରକୁ ଧାନ ଚାଲାଣ

ଏଷର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ନିକଟ‌ ଏକ ନାଳରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆହୁରି ପଢ଼ନ୍ତୁ: Hidma's death shook the organization: ପିଏଲଜିଏ ସପ୍ତାହ ପାଳନ ବନାମ ଅସ୍ତ୍ରବିରତି: ନକ୍ସଲ ସଂଗଠନର ଦୁଇ ଗୋଷ୍ଠୀର ଭିନ୍ନ ଭିନ୍ନ ପ୍ରେସ୍ ବିବୃତି

ଭୁବନେଶ୍ବରରୁ ବିଜେପୁର ଯାଉଥିଲା ବସ୍

ସୂଚନା ଅନୁସାରେ ବସ୍‌ଟି ଭୁବନେଶ୍ବରରୁ ବରଗଡ଼ ଜିଲ୍ଲା ବିଜେପୁର ନିକଟ ଦୀପ୍ତିପୁର ଯାଉଥିଲା। ସକାଳ ପ୍ରାୟ ସାଢ଼େ ୫ଟାରେ ବସ୍‌ଟି ଯାଉଥିବା ବେଳେ ସିଙ୍ଗିଯୁବା ନିକଟ‌ ଏକ ନାଳରେ ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ ଖସିପଡ଼ିଥିଲା। ଫଳରେ ପ୍ରାୟ ୧୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ବିନିକାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ସୋନପୁରସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି। ତେଣେ  ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe