Cuba's Turn ଭେନେଜୁଏଲା ପରେ ଏବେ କ୍ୟୁବା ପାଳି: ଶାସନ ପରିବର୍ତ୍ତନ ପାଇଁ ଟ୍ରମ୍ପ ପ୍ରଶାସନର ପ୍ରସ୍ତୁତି

Advertisment

ଭେନେଜୁଏଲାରେ ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବା ପରେ ଡୋନାଲ୍ଡ ଟ୍ରମ୍ପ ଏବେ କ୍ୟୁବା ଉପରେ ନଜର ରଖିଛନ୍ତି। ସେଠାକାର କମ୍ୟୁନିଷ୍ଟ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆମେରିକା administration ଗମ୍ଭୀରତାର ସହିତ ଅନେକ କଠୋର ବିକଳ୍ପ ଉପରେ ବିଚାର କରୁଛି।

ଭେନେଜୁଏଲାରେ ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବା ପରେ ଡୋନାଲ୍ଡ ଟ୍ରମ୍ପ ଏବେ କ୍ୟୁବା ଉପରେ ନଜର ରଖିଛନ୍ତି। ସେଠାକାର କମ୍ୟୁନିଷ୍ଟ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆମେରିକା administration ଗମ୍ଭୀରତାର ସହିତ ଅନେକ କଠୋର ବିକଳ୍ପ ଉପରେ ବିଚାର କରୁଛି।

Untitled

now it's Cuba's turn Photograph: (sambad.in)

ୱାସିଂଟନ/ହାଭାନା: ଭେନେଜୁଏଲାରେ ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବା ପରେ ଡୋନାଲ୍ଡ ଟ୍ରମ୍ପ ଏବେ କ୍ୟୁବା ଉପରେ ନଜର ରଖିଛନ୍ତି। ସେଠାକାର କମ୍ୟୁନିଷ୍ଟ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆମେରିକା ପ୍ରଶାସନ ଗମ୍ଭୀରତାର ସହିତ ଅନେକ କଠୋର ବିକଳ୍ପ ଉପରେ ବିଚାର କରୁଛି। ଟ୍ରମ୍ପଙ୍କ ଦଳ ତେଲ ଆମଦାନି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିବା ଭଳି ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରି କ୍ୟୁବାରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ୟୁବାର ଅର୍ଥନୀତି ଉପରେ ଚାପ ପକାଇବା ଓ ନେତୃତ୍ୱକୁ ପରିବର୍ତ୍ତନ କରିବା।

ସମର୍ଥନ କରୁଛନ୍ତି ରୁବିଓ

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ଭାବେ ସମର୍ଥନ କରୁଛନ୍ତି। ରୁବିଓ ଦୀର୍ଘ ଦିନ ଧରି କ୍ୟୁବା ସରକାରଙ୍କ ବିରୋଧରେ କଠୋର ନୀତି ତଥା ଆର୍ଥିକ ନିଷ୍ପତ୍ତି ପାଇଁ ସମର୍ଥନ କରିଆସୁଛନ୍ତି। ଜଣେ କ୍ୟୁବା-ଆମେରିକୀୟ ନାଗରିକ ଭାବରେ, ସେ କ୍ୟୁବା ବିରୋଧରେ ଅତ୍ୟନ୍ତ କଠୋର ମନୋଭାବ ପୋଷଣ କରୁଛନ୍ତି ଓ ଏହାକୁ ଆବଶ୍ୟକ ବୋଲି ଭାବୁଛନ୍ତି।

ତେଲ ବନ୍ଦ ଧମକ

ରିପୋର୍ଟ ଅନୁସାରେ ଟ୍ରମ୍ପ ପ୍ରଶାସନ କ୍ୟୁବାରେ ଶାସନ ପରିବର୍ତ୍ତ କରିବା ପାଇଁ ତୈଳ ଆମଦାନି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇପାରେ। ଭେନେଜୁଏଲାରୁ କ୍ୟୁବାକୁ ତେଲ ଓ ଟଙ୍କା ଯୋଗାଣ ବନ୍ଦ କରିବାକୁ ଧମକ ପୂର୍ବରୁ ଆମେରିକା ଦେଇସାରିଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ କ୍ୟୁବାର ର୍ବଳ ଅର୍ଥନୀତି ପାଇଁ ଏହା ବିନାଶକାରୀ ହେବ।

ଆହୁରି ପଢ଼ନ୍ତୁ: Hockey: ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି: ସମ୍ବଲପୁରର କ୍ରମାଗତ ବିଜୟ

ଚୀନ୍-ରୁଷ ସହିତ ବଢୁଥିବା ସମ୍ପର୍କ

କ୍ୟୁବା ପ୍ରତି ଟ୍ରମ୍ପଙ୍କ ଅସନ୍ତୋଷର ଏକ ପ୍ରମୁଖ କାରଣ ହେଉଛି କମ୍ୟୁନିଷ୍ଟ ସରକାର ଚୀନ୍ ଓ ରୁଷ ସହିତ ଘନିଷ୍ଠତା ବଢିବା‌ରେ ଲାଗିଛି। ଆମେରିକା ଏହାକୁ ଏକ ପ୍ରମୁଖ ସୁରକ୍ଷା ଚ୍ୟାଲେଞ୍ଜ ଭାବରେ ଦେଖୁଛି। ଚୀନ୍-ରୁଷ ସହିତ କ୍ୟୁବାର ସମ୍ପର୍କ ଆମେରିକା ଗଳାର କଣ୍ଟା ସାଜିଛି।

କ୍ୟୁବାର ଆର୍ଥିକ ସ୍ଥିତି ସଙ୍କଟଜନକ

କ୍ୟୁବାର ବର୍ତ୍ତମାନର ଆର୍ଥିକ ପରିସ୍ଥିତି ଭୟଙ୍କର ରହିଛି। ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲଙ୍କ କ୍ଷମତା ଦୁର୍ବଳ ହେବାରେ ଲାଗିଛି। ତୈଳ ଯୋଗାଣ ବନ୍ଦ କରିବା ଦ୍ୱାରା ଏକ ମାନବିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି।

ତେଲ ପାଇଁ ମେକ୍ସିକୋ ମୁହାଁ

ଆମେରିକାର ପ୍ରତିବନ୍ଧକ ପରେ, କ୍ୟୁବା ସାହାଯ୍ୟ ଆଶା କରି ନିଜର ତୈଳ ଆବଶ୍ୟକତା ପାଇଁ ମେକ୍ସିକୋ ଆଡକୁ ମୁହାଁଇଛି। ବିଶେଷଜ୍ଞମାନଙ୍କ ଅନୁସାରେ ମେକ୍ସିକୋରୁ ମିଳୁଥିବା ତେଲ କ୍ୟୁବାର ବିଶାଳ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ। ଏହି ଅଭାବ ଯୋଗୁ କ୍ୟୁବା ବିଦ୍ୟୁତ୍ ଓ ପରିବହନ ବ୍ୟବସ୍ଥା ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe