ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ମାମଲା: ନିଳମ୍ବିତ ହେଲେ ରସିକିଆ ଶିକ୍ଷକ

ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ମାମଲାରେ ରସିକିଆ ଶିକ୍ଷକ ମଥୁରା ନନ୍ଦ ରାଉତଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

dabugaon

ଡାବୁଗାଁ: ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ମାମଲାରେ ରସିକିଆ ଶିକ୍ଷକ ମଥୁରା ନନ୍ଦ ରାଉତଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

ଦଶମ ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସମୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଳମ୍ବନ କରିଛନ୍ତି। ଏନେଇ ପତ୍ର ସଂଖ୍ୟା ୩୯୮୮ ଅନୁଯାଇ ଶିକ୍ଷକ ଶ୍ରୀ ରାଉତଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ସେ ଡାବୁଗାଁ ବିଇଓଙ୍କ କାର୍ଯ୍ୟାଳୟରେ ରହି ପ୍ରତିଦିନ ଉପସ୍ଥାନ ପକାଇବେ। ଏଥି ସହିତ ଗତ ୧୩ ଦିନ ଧରି ବୋରିଗାଁ ବିଦ୍ୟାଳୟରେ ଲାଗି ରହିଥିବା ବିବାଦର ଅନ୍ତଃ ଘଟିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସ ୨୪ ତାରିଖରେ ବୋରିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ ଦଶମ ଶ୍ରେଣୀରେ ପଢୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀମାନଙ୍କୁ ସେହି ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନଙ୍କ ସମ୍ମୁଖରେ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ନେଇ ଏକ ଅଭିଯୋଗ ପତ୍ର ପ୍ରଧାନଶିକ୍ଷକଙ୍କୁ ଦେଇଥିଲେ। ଏହି ସମ୍ବେଦନଶୀଳ ଘଟଣା ପ୍ରଥମେ ଦୈନିକ ‘ସମ୍ବାଦ’ ଓ ‘ସମ୍ବାଦ ପୋର୍ଟାଲ’ sambad.inରେ ଖବର ପ୍ରକାଶିତ ହୋଇଥିଲା।

NGP

ଏହାପରେ ଜିଲ୍ଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ତଥା ଡାବୁଗାଁ ବିଇଓ ଙ୍କ ନେତୃତ୍ୱରେ ୬ ଜଣିଆ ଦଳ ବୋରିଗାଁ ବିଦ୍ୟାଳୟରେ ଯାଇ ତଦନ୍ତ କରି ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାଖଲ କରିଥିଲେ। ତଦନ୍ତ ରେ ଶିକ୍ଷକ ମଥୁରା ନନ୍ଦ ରାଉତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ଅଶ୍ଳିଳ ଭାଷା ପ୍ରୟୋଗ କରିଥିବା ଜଣାପଡ଼ିବା ପରେ ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିଲା। ଏଥି ପୂର୍ବରୁ  ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ଅଭିଭାବକ ଓ ବ୍ଲକ ଜନଜାତି ସୁରକ୍ଷା ପରିଷଦ ତରଫରୁ ଶିକ୍ଷକ ମଥୁରା ନନ୍ଦ ରାଉତ ବିରୁଦ୍ଧରେ ଡାବୁଗାଁ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଏ ନେଇ କେସ ନ ୧୭୦/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Leading | ରାଜ୍ୟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe