Attack Khantapada Loot: ବାର୍‌ର ମ୍ୟାନେଜର ଓ ତାଙ୍କ ସହଯୋଗୀଙ୍କୁ ମାରଣାସ୍ତ୍ରରେ ହାଣି ଟଙ୍କା ଓ ମୋବାଇଲ ଲୁଟ୍

ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ବାର୍‌ର manager ଓ ତାଙ୍କ ସହଯୋଗୀ ଗତକାଲି ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କୁ ଆକ୍ରମଣ କରି ଟଙ୍କା ସହିତ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତl

khantapada ps

khantapada ps Photograph: (sambad.in)

ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ବାର୍‌ର ମ୍ୟାନେଜର ଓ ତାଙ୍କ ସହଯୋଗୀ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କୁ ଆକ୍ରମଣ କରି ଟଙ୍କା ସହିତ  ମୋବାଇଲ ଲୁଟିନେଲେ ଦୁର୍ବୃତ୍ତl ଗତକାଲି ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ପ୍ରଥମେ ତାଙ୍କ ଗାଡ଼ିକୁ ଆଡ୍ଡା ପକାଇଥିଲେl ପରେ ବାର୍‌ର  ମ୍ୟାନେଜରଙ୍କ ହାତ ଓ ସହଯୋଗୀଙ୍କ ଅଣ୍ଟାକୁ କଟୁରିରେ ଆକ୍ରମଣ କରିଥିଲେ l ପରେ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ନେଇ ଫେରାର ହୋଇଯାଇଥିଲେl

ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର

ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲ ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି l ଯୁବକ ଜଣକ ହେଉଛନ୍ତି କସବା ଜୟପୁର ପଂଚାୟତ ଓଳିଆ ପଟଣା ଗାଁରେ ରହୁଥିବା ପୁନେଶ୍ୱର କୁମାର ଓ ତାଙ୍କ ସହଯୋଗୀ ଛଟୁ ବୋଲି ଜଣା ପଡ଼ିଛି। ତେବେ ଖବର ଲେଖା ହେବା ବେଳକୁ ଖନ୍ତାପଡା ଥାନାରେ ଅଭିଯୋଗ ହୋଇନଥିବା ଜଣା ପଡ଼ିଛି। ତେଣେ ଦିନକୁ ଦିନ ଜାତୀୟ ରାଜପଥରେ ଏଭଳି ଘଟଣା ଘଟୁଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: BJD's Disaster: ବିଜେଡିର ବିପର୍ଯ୍ୟୟ ସମୀକ୍ଷା ଭେଳିକି: ସାଧାରଣ ନିର୍ବାଚନରେ ପରାଜୟର କାରଣ ଖୋଜାହେଲାନି

ଆହୁରି ପଢ଼ନ୍ତୁ: Murder: ମାଆଙ୍କ ପୀଠରେ ରନ୍ଧା ଭୋଗ ପରେ ହତ୍ୟାକାଣ୍ଡ, ତିନି ଜଣ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe