baby elephant dies Photograph: (sambad.in)
ଓଡ଼ାପଡ଼ା: ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗଦାଶିଳା ସେକ୍ସେନ ଅଧୀନ ମହାଦିଆ ଗ୍ରାମ ଠାରେ ଗତକାଲି ରାତିରେ ଏକ ହାତୀ ଛୁଆର ବିଦ୍ୟୁତ୍ ଆଘାତରେ ଜୀବନ ଚାଲି ଯାଇଥିଵା ଜଣାପଡିଛି।
ହାତୀପଲ ବିଲରୁ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ହାତୀ ପଲ ମଠରଗଡ଼ି ଜଙ୍ଗଲରୁ ବାହାରି ବିଲକୁ ଯିବା ସମୟରେ ମହାଦିଆ ଗ୍ରାମରେ ଫସଲ ରକ୍ଷା କରିବା ପାଇଁ ଚାଷୀ ଜମି ଚାରିପଟେ ଦେଇଥିବା ସୋଲାର କରେଣ୍ଟରେ ଲାଗି ଯିବାରୁ ହାତୀଛୁଆ ସେଥିରୁ ମୁକୁଳି ନପାରି ମୃତ୍ୟୁ ବରଣ କରିଥିଵା ଜଣାପଡିଛି। ଏହି ସୋଲାର ସହିତ ବିଦ୍ୟୁତ ସଂଯୋଗ ହୋଇଥିବା କିମ୍ବା ହାଇ ଭୋଲଟ୍ ପାଇଁ ହାତୀ ଛୁଆ ମରିଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କର୍ମଚାରୀ ମାନେ କହିଛନ୍ତି।
ଆହୁରି ପଢ଼ନ୍ତୁ: Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ
ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ
ତେବେ ମା ହାତୀ ନିଜ ଛୁଆକୁ କିଛି ସମୟ ଜଗିରହିବା ପରେ ନିଜ ଗୋଡ଼ରେ ଛୁଆକୁ ଠେଲି ଠେଲି କିଛି ବାଟ ମହାଦିଆ ଆମ୍ବ ତୋଟା ଜଙ୍ଗଲ ଆଡ଼କୁ ନେଉ ତୋଟା ଭିତରେ ଛୁଆକୁ ଛାଡ଼ି କେଉଁ ଆଡେ ଛପି ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ଜଗି ରହି ମା ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି।
Follow Us