checking at different places of kendrapara Photograph: (sambad.in)
କେନ୍ଦ୍ରାପଡ଼ା: ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି। ପୁଲିସ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଆଧାର କାର୍ଡ ଯାଞ୍ଚ କରୁଛି। ବିଭିନ୍ନ ବସରେ ବି ଯାଞ୍ଚକୁ କଡ଼ାକଡ଼ି କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ଦୁହୁରିଆ, ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ଆଦି ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି ଏବଂ ଜଗତସିଂହପୁରରୁ ଫେରାର ହୋଇଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଧରିବା ଲାଗି ବି ଏଭଳି ଧରପଗଡ଼ କରାଯାଉଥିବା କୁହାଯାଉଛି।
ବାଂଲାଦେଶୀଙ୍କ ଘରୁ ବନ୍ଧୁକ ଓ ବିପୁଳ ଖଣ୍ଡା, କଟୁରି ଜବତ
ସୂଚନାଯୋଗ୍ୟ, ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଘର ଉପରେ ବୁଲଡୋଜର ଚଳାଇଛି ଜିଲ୍ଲା ପ୍ରଶାସନ। ଗୋଚର ଜମିରେ ନିର୍ମାଣ ହେଉଥିବା ୧୦ ବଖରା ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ସେହିପରି ଦୁଇ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ବାଂଲାଦେଶୀ ରହୁଥିବା ଅଭିଯୋଗରେ ଗତକାଲି ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି ପରିଚୟ ଦେଉଥିବା ବେଳେ କୌଣସି ପରିଚୟପତ୍ର ଦେଖାଇ ପାରୁ ନ ଥିଲେ। ସେହିପରି ଘର ମାଲିକ ସିକନ୍ଦର ଆଲମ୍ ସମେତ ୧୦ରୁ ଅଧିକ ପୁରୁଷ ଓ ମହିଳା ଫେରାର ହୋଇ ଯାଇଛନ୍ତି। ଚଢ଼ଉ ବେଳେ ଆକ୍ରମଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଘରୁ ବନ୍ଧୁକ ଓ ବିପୁଳ ଖଣ୍ଡା, କଟୁରି ଜବତ କରାଯାଇଛି।
ଆହୁରି ପଢ଼ନ୍ତୁ:Truck Driver Death Accident: ଘନ କୁହୁଡ଼ି ଯୋଗୁଁ ଟ୍ରକ୍ ଦୁର୍ଘଟଣା, ଚାଲିଗଲା ଚାଳକଙ୍କ ଜୀବନ
ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବାରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସେହି ଘରେ କିଛିଦିନ ହେଲା ବାଂଲାଦେଶୀ ରହୁଥିବା ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଗତକାଲି ସନ୍ଧ୍ୟାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଅଳ୍ପ ସଂଖ୍ୟକ ପୁଲିସ ଥିବାରୁ କେତେକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଦୁଇ ଜଣ ମହିଳା ଧରା ପଡ଼ି ଯାଇଥିଲେ।
ଆହୁରି ପଢ଼ନ୍ତୁ: Murder Attempt: ତିନି ବର୍ଷୀୟ ଶିଶୁକୁ ହତ୍ୟା ଉଦ୍ୟମ, ସିସିଟିଭିରେ ଲୋମହର୍ଷଣର ଦୃଶ୍ୟ କଏଦ
ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍। ଜଗତସିଂହପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କ ଘରଭଙ୍ଗା ଯାଉଛି। ଏବେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସେମାନେ ସରକାରୀ ଜାଗାରେ ଘର ତିଆରି କରି ରହୁଥିଲେ। ୬ ସନ୍ଦଗ୍ଧ ବାଂଲାଦେଶୀଙ୍କୁ ପୁଲିସ ଅଟକ ରଖାଯାଇଛି। ଦୁଇଜଣଙ୍କୁ ଗିରଫ କରାଯାଇଛି। ଗତକାଲି ପୁଲିସ ବାଂଲାଦେଶୀଙ୍କ ଘରେ ଚଢ଼ଉ କରିଥିଲା। ଏକ ଭଡ଼ା ଘରୁ ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି ପରିଚୟ ଦେଉଥିବା ବେଳେ କୌଣସି ପରିଚୟପତ୍ର ଦେଖାଇ ପାରୁ ନ ଥିଲେ।
Follow Us