ବାରିପଦା: ବାରିପଦା ସଦର ଥାନା ପୁଲିସ ବାଇକ ଚୋରି କରୁଥିବା ରାକେଟକୁ ଧରିଛି। ଏହି ରାକେଟରେ ଜଡିତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ, ଗୋଟିଏ ହ୍ୟୁଣ୍ଡାଇ ଭେନ୍ୟୁ କାର ସହ ୪୧ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି। ଏହା ସହ ରାକେଟରେ ଅନ୍ୟ ବଡ଼ ଅପରାଧୀ ଜଡିତ ଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସର ସୂଚନା ଅନୁଯାୟୀ, ଡିସେମ୍ବର ୨୩ ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ ସଦର ଥାନା ଏଏସଆଇ ଜିତେନ୍ଦ୍ର କୁମାର ଜେନା ପାଟ୍ରୋଲିଂ କରୁଥିବା ବେଳେ ରଙ୍ଗାମାଟିଆ ଗାଁ ନିକଟ ପିଆରଏମ–ଏମସିଏଚ ଅଞ୍ଚଳର ଏକ ଭଡା ଘରରୁ ଚୋରା ଯାନ ଓ ଯାନ ଅଂଶ ମିଳିଥିଲା। ଏହି ଘଟଣାରେ ଗୋବିନ୍ଦ ଚନ୍ଦ୍ର ସିଂହ ଓରଫ ବାପି ଓ ରୋହିଦାସ ସିଂହ ଓରଫ ହବ୍ଲାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: 2 Death Bike Water ଧନୁଯାତ୍ରା ଦେଖି ବାଇକ ଯୋଗେ ଘରକୁ ଫେରୁଥିଲେ, ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ, ଅନ୍ୟ ୨ଜଣ ଗୁରୁତର

ପଚରାଉଚରାରେ ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି ଅବୈଧ ବିକ୍ରୟ ଉଦ୍ଦେଶ୍ୟରେ ସଂଗ୍ରହ କରୁଥିବା କଥା ସ୍ୱୀକାର କରିଥିଲେ। ଏହାପରେ ଅଧିକ ତଦନ୍ତରେ ଚୋରା ଯାନ କିଣୁଥିବା ଅଭିଯୋଗରେ ଶିବାଜୀ ବଗାଲ, ବସୁଦେବ ହାତି ଓ ଭିମେଶ୍ୱର ସିଂହଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ପୁଲିସ ଅଭିଯାନରେ ଗୋଟିଏ କାର, ୩୯ଟି ବାଇକ, ବାଇକର ଅଂଶ, ଟାୟର, ନକଲି ନମ୍ବର ପ୍ଲେଟ, କଟର, ସ୍କ୍ରୁଡାଇଭର, ଏଲଏନ କି ଓ ୬ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ସମ୍ପର୍କରେ ବାରିପଦା ସଦର ଥାନା କେସ୍ ନଂ ୨୬୩/୨୦୨୫ ଅନୁସାରେ ବିଏନଏସ ଧାରା ୩୦୩(୨), ୩୧୭(୪) ଓ ୩(୫) ରେ ମାମଲା ରୁଜୁ ହୋଇଥିବା ବେଳେ ଆଗକୁ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: pregnant woman Death ଘରୋଇ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବେହେରାମାଲ ଜୁଆ ଆଡ୍ଡା ଉପରେ ଚଢ଼ାଉ 

ସୁନ୍ଦରଗଡ଼: ଏଣେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ବେହେରାମାଲ ଗାଁରେ ଜୁଆ ଆଡ୍ଡା ଚାଲୁଥିବାର ଖବର ପାଇ ଅତର୍କିତ ଚଢ଼ାଉ କରିଛି ବଡ଼ଗାଁ ପୁଲିସ। ଘଟଣାସ୍ଥଳରୁ ନଗଦ ୭ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି। ଏହାଛଡ଼ା ୧୦ଟି ମୋବାଇଲ ଓ ୧ କାର୍ ଜବତ ହୋଇଛି। ୭ ଜୁଆଡ଼ିଙ୍କୁ ପୁଲିସ୍ ଧରିବାରେ ସଫଳ ହୋଇଛି। ଅତର୍କିତ ଚଢ଼ାଉ ସମୟରେ କେତେକ ଜୁଆଡ଼ି ଫେରାର ହୋଇଯାଇଛନ୍ତି। ଆଜି ଜୁଆଡ଼ିମାନଙ୍କୁ କୋର୍ଟ ଚାଲାଣ କରାଯିବ।