BJD press meet at Shankha bhaban Photograph: (sambad.in)
ଭୁବନେଶ୍ବର: ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ ବିଜେଡି ଜବାବ ଦେଇଛି। ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଲେନିନ୍ ମହାନ୍ତି କହିଛନ୍ତି, ପ୍ରଭାତ ତ୍ରିପାଠୀଙ୍କ କେଉଁ ବିବୃତି ସତ? ପୂର୍ବ ଭିଡିଓ ଦେଖାଇ ଶ୍ରୀ ମହାନ୍ତି କହିଛନ୍ତି, ଜଣେ ବରିଷ୍ଠ ନେତା ଯେତେବେଳେ ମତ ରଖୁଛନ୍ତି ତାହା ତଥ୍ୟ ଆଧାରିତ ହେବା ଉଚିତ୍। ହାଇକୋର୍ଟର ଅର୍ଡରରେ ସ୍ପଷ୍ଟ ଲେଖା ହୋଇଛି, ସେ କରିଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଛନ୍ତି। ତେଣୁ ନିଜର ଭୁଲ ଲୁଚେଇବାକୁ ନବୀନଙ୍କୁ ଅପବାଦକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ। ସେ କହିଲେ ପ୍ରଭାତ ତ୍ରିପାଠୀ ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ। ହେଲେ ଶ୍ରୀ ତ୍ରିପାଠୀ ୧୯୯୭ରେ ଓ ୨୦୧୭ରେ ଚିଟଫଣ୍ଡ ମାମଳାରେ ନିଲମ୍ବିତ ହୋଇଛନ୍ତି।। ତେଣୁ ସେ ଦଳର କେତେ ଶୃଙ୍ଖଳିତ ଆପଣ ବୁଝନ୍ତୁ।
ହାଇକୋର୍ଟର ଅର୍ଡରରେ ସ୍ପଷ୍ଟ ଲେଖା ହୋଇଛି, ସେ କରିଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଛନ୍ତି। ତେଣୁ ନିଜର ଭୁଲ ଲୁଚେଇବାକୁ ନବୀନଙ୍କୁ ଅପବାଦକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ।
ସୂଚନାଯୋଗ୍ୟ, ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବ ସରକାରରେ ୫ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କ ସପକ୍ଷରେ ବାହାରିବା ସହ ପ୍ରଭାତ ତ୍ରିପାଠୀଙ୍କୁ ଦଳରୁ ବହିଷ୍କାର କରାଯିବା କଥା କହିଥିଲେ। ଏହାପରେ ବିଜେଡିରେ ଥିବା କନ୍ଦଳ ଉଗ୍ର ରୂପ ନେଇଥିଲା।
ଏହି ଖବର ପଢ଼ନ୍ତୁ: ୱାକଫ୍ ଝଡ଼ ନେଇ ମୁହଁ ଖୋଲିଲେ ଅମର ଶତପଥୀ, କହିଲେ ଏମିତି...
ଆଜି ପ୍ରେସମିଟ୍ କରି ପ୍ରଭାତ ତ୍ରିପାଠୀ କହିଥିଲେ, ୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା। ଚିଟ୍ଫଣ୍ଡ ମାମାଲାରେ ମୋତେ ନିଲମ୍ବନ କରାଯାଇଥିଲା। ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। କୋଭିଡ୍ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରିଛି। ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି। ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥିଲି। ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ମଞ୍ଚରେ ଭାଷଣ ଦେଇଛି। ମିଡ୍ ନାଇଟ ଅପରେସନରେ ମୋର ଭୂମିକା ଥିଲା। ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ। ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି।
BJD | politics
Follow Us