Divyang Minor Rape: ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କଲା ପାଉଁରୁଟି ବିକାଳି, ଅଭିଯୁକ୍ତକୁ ଧରିଲା ପୁଲିସ

ବାଂଶପାଳ ବ୍ଲକ ସଦର ଥାନା ଉରୁମୁଣ୍ଡା ମୁଣ୍ଡା ସାହିରେ ଜଣେ ୯ ବର୍ଷର ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତ Bread sellerକୁ କେନ୍ଦୁଝର କାଶିପୁରରୁ କାବୁ କଲା ପୁଲିସ। ଗୁରୁତର ନାବାଳିକା ମେଡିକାଲରେ ଭର୍ତ୍ତି।

Untitled-17

Bread seller arrested in Divyang Minor Rape case Photograph: (sambad.in)

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଉରୁମୁଣ୍ଡା ମୁଣ୍ଡା ସାହିରେ ଜଣେ ୯ ବର୍ଷର ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତ ପାଉଁରୁଟି ବିକାଳିକୁ କେନ୍ଦୁଝର କାଶିପୁରରୁ କାବୁ କଲା ପୁଲିସ। ଗୁରୁତର ନାବାଳିକା ମେଡିକାଲରେ ଭର୍ତ୍ତି।

କାଶୀପୁରରୁ ଅଭିଯୁକ୍ତକୁ କାବୁ କରିଲା ପୁଲିସ

ସୂଚନା ଅନୁଯାୟୀ, ଗତକାଲି ସଂପୃକ୍ତ ପାଉଁରୁଟି ବିକାଳି ନାବାଳିକାଙ୍କ ଦୋକାନକୁ ପାଉଁରୁଟି ଦେବାକୁ ଆସିଥିବା ବେଳେ ଘରେ କେହି ନଥିବା ସୁଯୋଗ ପାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି। ପରିବାର ଲୋକେ ଘରକୁ ଆସିବା ପରେ ନାବାଳିକା ଜଣଙ୍କ କାନ୍ଦୁଥିବା ଦେଖି ପଚାରିବା ପରେ ଘଟଣା ଜଣାପଡ଼ିଥିଲା। ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ ଓ ଅଭିଯୁକ୍ତ ଜଣଙ୍କ ରହୁଥିବା କେନ୍ଦୁଝର ସହରର କାଶୀପୁରରୁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ।

ଆହୁରି ପଢ଼ନ୍ତୁ: Reaction Pruthviraj Harichandan On Bhakta Das: ପିସିସି ସଭାପତି ଭକ୍ତ ଦାସ ନିଜ ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା: ପୃଥ୍ବୀରାଜ ହରିଚନ୍ଦନ

ଆହୁରି ପଢ଼ନ୍ତୁ: Chief Minister Mohan Charan Majhi praises Jual Oram: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe