Bus Accident Binika ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୧୮ ଆହତ, ୩ ଗୁରୁତର ବୁର୍ଲା ସ୍ଥାନାନ୍ତର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ନିକଟ‌ ଏକ ନାଳରେ ଯାତ୍ରୀବାହୀ bus ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Untitled

bus accident at binika Photograph: (Sambad.in)

ବିନିକା (ଅକ୍ଷୟ ପୂଜାରୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ନିକଟ‌ ଏକ ନାଳରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଭୁବନେଶ୍ବରରୁ ବିଜେପୁର ଯାଉଥିଲା ବସ୍

ସୂଚନା ଅନୁସାରେ ବସ୍‌ଟି ଭୁବନେଶ୍ବରରୁ ବରଗଡ଼ ଜିଲ୍ଲା ବିଜେପୁର ନିକଟ ଦୀପ୍ତିପୁର ଯାଉଥିଲା। ସକାଳ ପ୍ରାୟ ସାଢ଼େ ୫ଟାରେ ବସ୍‌ଟି ଯାଉଥିବା ବେଳେ ସିଙ୍ଗିଯୁବା ନିକଟ‌ ଏକ ନାଳରେ ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ ଖସିପଡ଼ିଥିଲା। ଫଳରେ ପ୍ରାୟ ୧୮ ଜଣ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Paddy Smuggling: ପିକ୍‌ଅପ୍‌ ଭ୍ୟାନ୍‌ରେ ମକା ମଂଜି ସହ ବାହାରକୁ ଧାନ ଚାଲାଣ

ଆହତମାନଙ୍କୁ ଉଦ୍ଧାର କରାଯାଇ ବିନିକାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ସୋନପୁରସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି। ତେଣେ  ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: Hidma's death shook the organization: ପିଏଲଜିଏ ସପ୍ତାହ ପାଳନ ବନାମ ଅସ୍ତ୍ରବିରତି: ନକ୍ସଲ ସଂଗଠନର ଦୁଇ ଗୋଷ୍ଠୀର ଭିନ୍ନ ଭିନ୍ନ ପ୍ରେସ୍ ବିବୃତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe